• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଶାନ୍ତ ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ କରାଗଲା ଏୟାରଲିଫ୍ଟ । ହେଲିକପ୍ଟର ଯୋଗେ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଏୟାରଲିଫ୍ଟ କରାଯାଇଥିବା ସୂଚନା ଦେଲେ SRC ପ୍ରଦୀପ ଜେନା । ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ । ଗଂଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ଫସିଥିଲେ ମତ୍ସ୍ୟଜୀବୀ । ମାଛ ଧରିବାକୁ ଯାଇଥିଲେ, ଫେରିଲା ବେଳେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ସେମାନେ ଗଭୀର ସମୁଦ୍ରରେ ଫସିଯାଇଥିଲେ । ସେଠାରୁ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କରିଥିଲେ । ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ହୋଇଥିଲା ହେଲିକପ୍ଟର ବନ୍ଦୋବସ୍ତ । ଏଯାବତ ସମସ୍ତ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ମିଳିଲା ସୂଚନା ।

କୋଷ୍ଟଗାର୍ଡ ସହାୟତାରେ ଜିଲ୍ଲାପ୍ରଶାସନ ସମସ୍ତ ୧୧ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି । ଗୋଟି ଗୋଟି କରି ସମସ୍ତ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇଛି ।  ଗଂଜାମ ଜିଲ୍ଲା ରଗେଇଲୁଣ୍ଡା ବ୍ଲକ ସୁନାପୁର ଅଂଚଳର ଗଭୀର ସମୁଦ୍ରକୁ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ ୧୧ ମତ୍ସ୍ୟଜୀବୀ । ତେବେ ସେମାନେ ଫେରିବା ସମୟରେ ଡଙ୍ଗାର ମୋଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ପ୍ରଶଂସା କରାଯାଇଛି । ତଟରକ୍ଷୀ ବାହିନୀ, ଏସ୍ଆରସି, ଅଗ୍ନିଶମ ବିଭାଗ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।