Advertisment

ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ମାମଲା: ୨ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ

୨୦୦୯ ଏପ୍ରିଲ ୧୮ ତାରିଖ ସାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁର ପ୍ରମୋଦିନୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Acid attack on Pramodini Roul

Acid attack on Pramodini Roul

ଗତ ୨୦୦୯ ମସିହା ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ ଫିଙ୍ଗା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ମାମଲାରେ ୧୪ ବର୍ଷ ସଜା ହୋଇଛି। ୨ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ଦୋଷୀ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟଙ୍କୁ ସଜା ହୋଇଛି। ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ASJ ମହିଳା କୋର୍ଟ।  ଏତେ ବର୍ଷ ପରେ ଅଭିଯୁକ୍ତକୁ ଦଣ୍ଡ ମିଳିବ ଓ ଆଜୀବନ କାରାଦଣ୍ଡ ମିଳୁ ବୋଲି ପୀଡ଼ିତା ପ୍ରମୋଦିନୀ କହିଥିଲେ।

Advertisment

୨୦୦୯ ଏପ୍ରିଲ ୧୮ ତାରିଖ ସାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁର ପ୍ରମୋଦିନୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା। ସନ୍ତୋଷ କୁମାର ବେଦାନ୍ତ ନାମକ ଜଣେ ବ୍ୟକ୍ତି ଏହି ଏସିଡ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା। ଆଖି ଦୁଇଟି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରାୟ ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ। 

୫ ବର୍ଷ ବେଡ଼ରେ ପଡିବା ପରେ ୨୦୧୪ ରେ ଚାଲିବାକୁ ସକ୍ଷମ ହୋଇଥିଲେ। ୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତାର ସହଯୋଗୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରମୋଦିନୀ ଏବେ ଦିଲ୍ଲୀର ଏକ ଏନଜିଓରେ କାମ କରୁଥିବା ବେଳେ ଷ୍ଟପ ଏସିଡ ଆଟାକ ନାମରେ ଏକ ସଂଗଠନ ଖୋଲି ଓଡ଼ିଶାରେ ଏସିଡ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ କାମ କରୁଛନ୍ତି।  

Advertisment
Acid Attack Pramodini Roul
Advertisment
Advertisment