Advertisment

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପାକୁ ଛାତ ଉପରେ ଦେଖି କୁନି ପୁଅର ଉଡ଼ିଗଲା ହୋସ୍‌, ପରେ ଜଣାପଡ଼ିଲା...

ସକାଳୁ ସକାଳୁ ପରିବାର ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କୁ ଦେଖିବା ପରେ ସେମାନଙ୍କର ହୋସ୍‌ ଉଡ଼ି ଯାଇଥିଲା। ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
Man Killed In Balasore

Man Killed In Balasore

ପିଟି ପିଟି ଘର ଛାତ ଉପରେ ଫିଙ୍ଗି ଦେଲେ। ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଯେତେବେଳେ ସକାଳୁ ସକାଳୁ ପରିବାର ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କୁ ଦେଖିବା ପରେ ସେମାନଙ୍କର ହୋସ୍‌ ଉଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ୩୮ ବର୍ଷୀୟ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗୋବିନ୍ଦପୁର ଗାଁର କମଳାକାନ୍ତ ମଳିକ। 

Advertisment

ସୂଚନା ଅନୁସାରେ, ଶନିବାର ରାତିରେ କିଛି ଦୁର୍ବୃତ୍ତ କମଳାକାନ୍ତଙ୍କୁ ପିଟି ପିଟି ଘର ଛାତ ଉପରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହା ପରଦିନ ଅର୍ଥାତ୍‌ ରବିବାର ସକାଳେ ଛାତ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କମଳାକାନ୍ତଙ୍କୁ ତାଙ୍କର ୬ ବର୍ଷର ପୁଅ ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକଙ୍କୁ ଚିତ୍କାର କରି ଡାକି ଥିଲେ। ଗୁରୁତର ଅବସ୍ଥାରେ କମଳାକାନ୍ତଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। 

ଏନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଅକୁ ସେହି ଗ୍ରାମର କିଛି ବ୍ୟକ୍ତି ପିଟି ପିଟି ହତ୍ୟା କରିଥିବା ଉଦ୍ୟମ କରି  ଛାତ ଉପରେ ଫିଙ୍ଗି ଦେଇଥିବା ମୃତ କମଳାକାନ୍ତଙ୍କ ବାପା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ସୋର ପୋଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। 

Advertisment
Youth Murdered
Advertisment
Advertisment