Advertisment

ସବୁ ଛାତ୍ରଛାତ୍ରୀଙ୍କର ଫର୍ମଫିଲପ୍ ହୋଇଥିଲା: ମନ୍ତ୍ରୀ

୮ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହେଲା।

author-image
Chandan Shishu
ଅଦ୍ୟତନ ହୋଇଛି
ଓଟିଇଟି ଅନ୍‌ଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ମାନିଲେ ମନ୍ତ୍ରୀ

samir dash

ମାଟ୍ରିକ ପରୀକ୍ଷାରେ ପ୍ରାୟ ୪୬ ହଜାର ପିଲା ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ମନ୍ତ୍ରୀ ସମୀର ରଂଜନ ଦାଶ କହିଲେ କୋଭିଡ଼ ହେତୁ ସବୁ ପିଲାଙ୍କ ଫର୍ମ ଫିଲପ୍ ଫି ଛାଡ଼ କରିଥିଲେ ସରକାର। ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହୋଇଥିଲା। 

Advertisment

ସେହି ସମସ୍ତ ପିଲାଙ୍କ ଫର୍ମଫିଲପ୍ କର୍ତ୍ତୃପକ୍ଷ ସ୍ୱତଃ ମାଗଣାରେ କରିଥିଲେ। ତେବେ ଫର୍ମଫିଲପ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଲେନି ତାହାର ତଦନ୍ତ ହେବ। ପରୀକ୍ଷାରେ ଅନୁପସ୍ଥିତ କାରଣ ପାଇଁ ଡିଇଓ ଏବଂ ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ହୋଇଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।  

ମାଟ୍ରିକ୍ ପରୀକ୍ଷାରୁ ପରୀକ୍ଷାର୍ଥୀ ଗାୟବ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ଅଭିଯୋଗ ହୋଇଥିଲା- ସମ୍ମେଟିଭ ୱାନ୍‌ରେ ଯେଉଁମାନେ ଫର୍ମ ଫିଲପ କରିଥିଲେ, ସେମାନଙ୍କ ଫର୍ମ ଫିଲପ୍ ସମ୍ମେଟିଭ ଟୁ ପାଇଁ ହୋଇଛି । ଅଧାରୁ ପଢା ଛାଡିଥିବାରୁ ପରୀକ୍ଷା ଦେବାକୁ ଆସିନାହାଁନ୍ତି ପିଲା । ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ କାହିଁକି ଦେଉନାହାଁନ୍ତି ମାଟ୍ରିକ ପରୀକ୍ଷା, ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଠାରୁ ମିଳିଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ଚିନ୍ତା ବଢାଇ ଦେଇଛି ।

Advertisment
Matric Exam 10th Exam Matric Exam 2022
Advertisment
Advertisment