Advertisment

‘ନା ମୁଁ ଫାଶୀ ଚାହୁଁଛି ନା ଆଉ କିଛି, ମୁଁ ଚାହୁଁଛି ଦୋଷୀ ଆଜୀବନ ଜେଲ୍‌ରେ ରୁହନ୍ତୁ’

ଯେକୌଣସି ମଣିଷ ଉପରେ ଏସିଡ୍‌ ଆଟାକ୍‌ ହେଲେ ସେ ସାରାଜୀବନ କଷ୍ଟ ପାଇବ। ତେଣୁ ମୋର ଏହି ଯନ୍ତ୍ରଣା ପାଖରେ ସେମାନଙ୍କୁ ମିଳିଥିବା ସଜାର କିଛି ସମାନତା ନାହିଁ ବୋଲି ପ୍ରମୋଦିନୀ ରାଉଳ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Acid attack on Pramodini Roul

Acid attack on Pramodini Roul

‘ନ୍ୟାୟ ପାଇଁ ମୁଁ ୧୪ ବର୍ଷ ହେଲା ସଂଘର୍ଷ କରି ଆସୁଥିଲି। ମୋ କଷ୍ଟର ମୂଲ୍ୟ ମୋତେ କିଛି ମାତ୍ରାରେ ମିଳିଛି। କୋର୍ଟଙ୍କ ରାୟକୁ ସମ୍ମାନ ଦେଉଛି, କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇପାରୁନି। ଯେକୌଣସି ମଣିଷ ଉପରେ ଏସିଡ୍‌ ଆଟାକ୍‌ ହେଲେ ସେ ସାରାଜୀବନ କଷ୍ଟ ପାଇବ। ତେଣୁ ମୋର ଏହି ଯନ୍ତ୍ରଣା ପାଖରେ ସେମାନଙ୍କୁ ମିଳିଥିବା ସଜାର କିଛି ସମାନତା ନାହିଁ।’ ଏସିଡ୍ ମାଡ଼ ମାମଲାରେ ୨ ଦୋଷୀଙ୍କୁ ୧୪ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ମିଳିବା ପରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ପ୍ରମୋଦିନୀ ରାଉଳ। 

Advertisment

୨୦୦୯ ମସିହା ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ ଫିଙ୍ଗା ମାମଲାରେ ଜଗତସିଂହପୁର ASJ ମହିଳା କୋର୍ଟ ୨ ଦୋଷୀଙ୍କୁ ୧୪ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି। କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପ୍ରମୋଦିନୀ କହିଛନ୍ତି, ‘ସେମାନଙ୍କୁ ଆହୁରି କଠୋର ସଜା ମିଳୁ ବୋଲି ଆବେଦନ କରିବୁ। ନା ମୁଁ ଫାଶୀ ଚାହୁଁଛି ନା ଆଉ କିଛି, ମୁଁ ଚାହୁଁଛି ଦୋଷୀ ଆଜୀବନ ଜେଲ୍‌ରେ ରୁହନ୍ତୁ।’

୨୦୦୯ ଏପ୍ରିଲ ୧୮ ତାରିଖ ଦିନ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁର ପ୍ରମୋଦିନୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା। ସନ୍ତୋଷ କୁମାର ବେଦାନ୍ତ ନାମକ ଜଣେ ବ୍ୟକ୍ତି ଏହି ଏସିଡ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା। ଆଖି ଦୁଇଟି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରାୟ ୯ ମାସ ଧରି ପ୍ରମୋଦିନୀ ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ। 

Advertisment

୫ ବର୍ଷ ବେଡ଼ରେ ପଡିବା ପରେ ୨୦୧୪ ରେ ଚାଲିବାକୁ ସକ୍ଷମ ହୋଇଥିଲେ। ୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତାର ସହଯୋଗୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରମୋଦିନୀ ଏବେ ଦିଲ୍ଲୀର ଏକ ଏନଜିଓରେ କାମ କରୁଥିବା ବେଳେ ଷ୍ଟପ ଏସିଡ ଆଟାକ ନାମରେ ଏକ ସଂଗଠନ ଖୋଲି ଓଡ଼ିଶାରେ ଏସିଡ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ କାମ କରୁଛନ୍ତି। 

Acid Attack Pramodini Roul Acid Attack On Pramodini Roul
Advertisment
Advertisment