Advertisment

ସମବେଦନା ଭୋଟ୍‌ ହାତେଇବାକୁ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କଲା ବିଜେଡି

ବ୍ରଜରାଜନଗର ଉପନିର୍ବାଚନ ମୈଦାନରେ ବିଜେପିର ରାଧାରାଣୀ ପଣ୍ଡା ରହିଥିବା ବେଳେ ବିଜେଡିର ଯୋଦ୍ଧା ସାଜିଛନ୍ତି ଅଳକା ମହାନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ଏ ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ। ତେବେ ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Brajarajnagar bypolls: BJD names Alaka Mohanty as its party candidate

Brajarajnagar bypolls: BJD names Alaka Mohanty as its party candidate

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଳକାଙ୍କ ନାଁ ଘୋଷଣା କରିଛନ୍ତି। 

Advertisment

ବ୍ରଜରାଜନଗର ଉପନିର୍ବାଚନ ପାଇଁ ମନ୍ତ୍ରୀ ନବ ଦାସଙ୍କ ଝିଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଦଳ ଅଳକା ମହାନ୍ତିଙ୍କ ନାଁ ଘୋଷଣା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଯଦି ବିଜେଡି ଅଳକା ମହାନ୍ତିଙ୍କ ନାଁ ଘୋଷଣା ନକରି ଅନ୍ୟ କାହାକୁ ପ୍ରାର୍ଥୀ କରିଥିଲେ ହୁଏତ ଦଳକୁ ସମବେଦନା ଭୋଟ୍‌ ହରାଇବାକୁ ପଡ଼ିଥାନ୍ତି। ତେଣୁ ସମବେଦନା ଭୋଟ୍‌ ହାତେଇବା ପାଇଁ ବିଜେଡି ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ଏବେ ଚର୍ଚ୍ଚା ହେଉଛି।  

ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଅଳକା ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ଲାଗି ଚେଷ୍ଟା କରିବି। ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ମୋ ବଡ଼ ଭଉଣୀ ଭଳି ଅଳକା କହିଛନ୍ତି।

Advertisment
alakaଅଳକା ମହାନ୍ତି

ଏବେ ବ୍ରଜରାଜନଗର ଉପନିର୍ବାଚନ ମୈଦାନରେ ବିଜେପିର ରାଧାରାଣୀ ପଣ୍ଡା ରହିଥିବା ବେଳେ ବିଜେଡିର ଯୋଦ୍ଧା ସାଜିଛନ୍ତି ଅଳକା ମହାନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ଏ ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବା ବେଳେ ଖୁବ୍‌ଶୀଘ୍ର ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। 

ମେ’ ୩୧ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ମେ’ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇପାରିବ। ମେ’ ୧୨ରେ ନାମାଙ୍କନ ଯାଞ୍ଚ, ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର ପାଇଁ ସମୟ ରହିବ। ମେ’ ୩୧ରେ ଭୋଟ୍ ଗ୍ରହଣ, ଜୁନ୍ ୩ ତାରିଖରେ ଗଣତି ହେବ। କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ବ୍ରଜରାଜନଗର ଆସନ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ଏକ ଶୋକ ସଭାରେ ଯୋଗ ଦେବା ପାଇଁ ସେ ଯାଇଥିଲେ। ସେଠାରୁ ଆସିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା । ସ୍ୱର୍ଗତ କିଶୋର ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଥିଲେ । ଚଳିତ ଥର ସେ ବ୍ରଜରାଜନଗରରୁ ବିଧାୟକ ଥିଲେ । ସେ ୨୦୦୯ରୁ ୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ। 

BJD Brajarajnagar Bypolls Alaka Mohanty
Advertisment
Advertisment