ସଂକ୍ଷେପରେ ଆଜିର ତାଜା ଖବର - Tuesday, 12 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଲାଗିଲା ଅଙ୍କୁଶ

PPP ମୋଡ୍‌ରେ ଆଉ ଚାଲିପାରିବନି ସେଲ୍ଫ ଫାଇନାନ୍ସ କୋର୍ସ। More

ରାଜଧାନୀରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ! ପ୍ରସୂତି ବିଭାଗ ସମ୍ମୁଖରେ ପ୍ରସବ

ପ୍ରସୂତୀଙ୍କୁ ଲେବର ରୁମ୍‌କୁ ନେବାରେ ବିଳମ୍ବ ହେବାରୁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ତାଙ୍କ ସହ ଆସିଥିବା ଆଶାକର୍ମୀ । More

ବହୁଚର୍ଚ୍ଚିତ ଓମ୍‌ଫେଡ୍‌ ଦୁର୍ନୀତିର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଫେବୃଆରୀ ୨୦୧୯ରେ ବିଭାଗ ଦ୍ୱାରା ହୋଇଥିବା ଏକ ସ୍ୱତନ୍ତ୍ର ଅଡିଟ୍‌ରେ ଧରା ପଡିଥିଲା ଏହି ଦୁର୍ନୀତି More

ତେଜିଲା ଚାଉଳ-ଗହମ ଆବଣ୍ଟନ ବିବାଦ ! ଶତ ପ୍ରତିଶତ ଚାଉଳ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧ ହଜାର ୮ଶହ ହିତାଧିକାରୀ ରହିଛନ୍ତି । More

ଓଡ଼ିଶା ପାଇଁ BJPର ମାଷ୍ଟର ପ୍ଲାନ୍‌ ! ଆସୁଛନ୍ତି ୧୦ କେନ୍ଦ୍ରମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲିୟାନ୍ ଆଜି କୋରାପୁଟ ଯାଇ କେନ୍ଦ୍ରୀୟ ଯୋଜନାର ଅନୁଧ୍ୟାନ କରିଛନ୍ତି । More

ପୁରା ପରିବାର ନିଶ୍ଚିହ୍ନ ! ଭାଇ ସାଜିଲା ବଇରୀ, ପୁରା ପରିବାରକୁ କଲା ହତ୍ୟା

ବନ୍ଦ କୋଠରୀରେ ରକ୍ତରଂଜିତ ଅବସ୍ଥାରେ ବିକ୍ଷିପ୍ତ ହୋଇ ପଡ଼ିରହିଛି ମୃତଦେହ । ଆଉ ଏହି ବର୍ବର କାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି ଅଲେଖଙ୍କ ସାନ ଭାଇ ଶିବ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣହତ୍ୟା କରିଥିବା ସେ ନିଜେ ସ୍ୱୀକାର କରୁଛି । More

୩ ଯୁବତୀ ଝୁଲିପଡ଼ିବାର କାରଣ କଣ? ମୁହଁ ଖୋଲୁନି ପୋଲିସ୍

ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଗତ ରବିବାରଠୁ ଚାଲିଛି ପୋଲିସର ତନାଘନା। More

ଘଡ଼ଘଡ଼ି ସାଙ୍ଗକୁ ଆସୁଛି ବର୍ଷା, ଅଧା ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ

ଏସବୁ ଜିଲ୍ଲାକୁ SRC ପକ୍ଷରୁ ଆଲର୍ଟ More

କି ରାଜନୀତି ! ସମୀକ୍ଷା ପାଇଁ ଓଡ଼ିଶା ଆସିଥିଲେ କେନ୍ଦ୍ରମନ୍ତ୍ରୀ, ଦେଖାଦେଲେନି ଜିଲ୍ଲାପାଳ କି ବିଧାୟକ

ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା କରିଥିଲେ । More

ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନ ଏଣ୍ଟ୍ରି ଅନୁମତି

କୋଭିଡ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । More

ଜିଲ୍ଲାପାଳଙ୍କ ନାଁରେ ୱାରେଣ୍ଟ ଅଫ୍ ଆରେଷ୍ଟ ! ଧରି ଆଣିବାକୁ ଡିଜିପିଙ୍କୁ ନିର୍ଦେଶ

ଜିଲ୍ଲାପାଳଙ୍କୁ ଆଣି କମିଶନଙ୍କ ଠାରେ ହାଜର କରାଇବାକୁ ନିର୍ଦ୍ଦେଶ । ହାଜର କରାଇବାକୁ ଡିଜିପି ସୁନୀଲ ବଂଶଲଙ୍କୁ କମିଶନଙ୍କ ନିର୍ଦ୍ଦେଶ । More

ସକାଳୁ ସକାଳୁ ଗାଁରେ ପଶିଲା ହାତୀ, ଜୀବନ ବଂଚାଇବାକୁ ଇଆଡ଼େ ସିଆଡ଼େ ଧାଇଁଲେ ଲୋକେ..

ସକାଳୁ ସକାଳୁ ଶୁଭିଲା ଗାଁରେ ଦନ୍ତା ପଶିଲାରେ...ବାସ୍‌ ଏତିକି ଶୁଣିବା ଆଉ ହାତୀ ଦେଖିବା ପରେ ଜୀବନ ବଂଚାଇବାକୁ ଯିଏ ଯୁଆଡ଼େ ପାଇଲେ ସିଏ ସିଆଡ଼େ ଧାଇଁଲେ। ଟିକିଏ ଟିକିଏରେ ବଂଚିଗଲେ ସ୍କୁଲ ପିଲା... More

ଆସୁଛି ମୌସୁମୀ ! ଏଥର ସ୍ୱାଭାବିକ୍ ବର୍ଷା, ଚାଷୀଙ୍କୁ ହେବ ଫାଇଦା

ସ୍କାଏମେଟ୍‌ ପକ୍ଷରୁ ଆକଳନ କରାଯାଇଛି ଯେ, ଏଥର ଭାରତରେ ୬୫ ପ୍ରତିଶତ ବର୍ଷା ହେବ । ନୂଆ ଦିଲ୍ଲୀରେ ସାଧାରଣ ଭାବେ ବର୍ଷା ହେବ ।  More

କଟକର କୁସୁପୁରରେ ଗଣହତ୍ୟା : ବଡ଼ଭାଇର ପରିବାରକୁ ସଫା କରିଦେଲା ସାନ ଭାଇ

କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ ବର୍ବର ଗଣହତ୍ୟା । More

ମନସ୍କାମନା ପୂରଣ ପାଇଁ ମା'ଙ୍କୁ ଲାଗିହୁଏ ଦେଶୀ ଓ ବିଦେଶୀ ମଦ

ଏଇ ମନ୍ଦିରର ଅନନ୍ୟ ପରମ୍ପରା। ମାଆଙ୍କୁ ଶାଳପତ୍ର ଖଲିରେ ଲାଗିହୁଏ ଦେଶୀ ଓ ବିଦେଶୀ ମଦ। କାହିଁ କେତେ ଆଡ଼ୁ ଭକ୍ତଙ୍କ ଛୁଟେ ସୁଅ..ମନସ୍କାମନା ପୂର୍ଣ୍ଣ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଦେଖନ୍ତୁ ମାଆଙ୍କ ପାକରେ କେମିତି ଲାଗି ହେଉଛି ମଦ? More

ମୋ ଅନୁପସ୍ଥିତିରେ କାହିଁକି ଭଙ୍ଗାଗଲା ଝାରପଡ଼ା ହାଟ ? ବିଏମସିକୁ ଅପରାଜିତାଙ୍କ ଟାର୍ଗେଟ

ମୋ ଅନୁପସ୍ଥିତିରେ କାହିଁକି ଭଙ୍ଗାଗଲା ଝାରପଡ଼ା ହାଟ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ? ୭ ଦିନରେ ବିକଳ୍ପ ସ୍ଥାନ ଦେବାକୁ ଦାବି କରିଛନ୍ତି । More

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ : ପଥର ମାଡ଼ କଲେ ଦୁଇ ଯୁବକ

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି More

ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ ୬୦ ଲକ୍ଷ ଟଙ୍କାର ସାମଗ୍ରୀ, ଘଟଣାରେ ୪ ଗିରଫ

ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ ୬୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ । ଖୋର୍ଦ୍ଧା ବାଘମାରୀ ଥାନା ୫୭ ନମ୍ବର ଜାତୀୟ ରାଜପଥରୁ ଗତ ଏପ୍ରିଲ ୩ ତାରିଖରେ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣାରେ ୪ ଗିରଫ ହୋଇଛନ୍ତି । More

ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ : ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଇଦସାହି ଗାଁରେ ପାଣି ପାଇଁ ହାହାକାର । ନିର୍ମାଣ ହୋଇଛି ଶୌରଚାଳିତ ପାନୀୟ ଜଳ ପ୍ରକଳ୍ପ।ପାଣି ଟାଙ୍କି ବସିଛି। ସୋଲାର ପ୍ଲେଟଲାଗିଛି। More

ଛେନାପୋଡ଼କୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ଚାଲିଛି ଜୋରଦାର ଉଦ୍ୟମ

ଓଡ଼ିଶା ସେମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି । ହେଲେ ଆଜି ଯାଏଁ ନା ଛେନାପୋଡ଼କୁ ମିଳିଛି କୌଣସି ସ୍ୱୀକୃତି ନା ପ୍ରଚାର ପ୍ରସାରର ସୁବିଧା । ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଉଦ୍ୟମ । More

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ମୂଳ ବାଘବଂଶର ଏକ ମାତ୍ର ବାଘୁଣୀ ନିଖୋଜ : ଚିନ୍ତାରେ ପରିବେଶବିତ ଓ ସ୍ଥାନୀୟ ବାସିନ୍ଦା

ଗତବର୍ଷ ନଭେମ୍ବର ମାସରୁ ଆଉ ସେ ବାଘୁଣୀର କୌଣସି ପତ୍ତା ମିଳୁ ନାହିଁ । ବନ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ ଜଙ୍ଗଲର ସବୁ ଜାଗାରେ ଖୋଜାଖୋଜି କରାଯାଉଛି । More

ମ୍ୟାଚ୍‌ ମଝିରେ ଶାମିଙ୍କ ଉପରେ ଚିଲାଇଲେ ହାର୍ଦ୍ଦିକ, କହିଲେ..

ଗୁଜୁରାଟ ଟାଇଟନ୍ସର ଚଳିତ ସିଜିନରେ ଏହା ପ୍ରଥମ ପରାଜୟ । ଏହି ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ତ୍ୟା ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଗୋଟେ ପଟେ ନିଜର ଧୁଆଁଧାର ବ୍ୟାଟିଂ ବଳରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟପଟେ ନିଜ ଟିମ୍‌ର ବୋଲରଙ୍କ ଉପରେ କ୍ରୋଧିତ ହୋଇଥିବାର ଦେଖିବାକୁ ମିଳିଥିଲା । More

ଅସହ୍ୟ ହେଉଛି ରୌଦ୍ର ତାପ; ୧୨ ଜିଲ୍ଲାରେ ୪୦ ପାର୍‌ ତାପମାତ୍ରା

ଦିନ ୧୦ ଟା ହେଲେ ଆକାଶରୁ ଯେପରି ନିଆଁ ଝରୁଛି । ଲୋକେ ଅତି ଜରୁରୀ କାମ ନହେଲେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଓଦା ଲୁଗା କିମ୍ବା ଛତା ବ୍ୟବହାର କରୁଛନ୍ତି ଲୋକେ । More

ମହାନଦୀର ଯୋବ୍ରାରେ ୩ ଜଣ ବୁଡିଯିବା ଘଟଣା : ତୃତୀୟ ମୃତଦେହ ଉଦ୍ଧାର

ମହାନଦୀରୁ ଆଉ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ରବିବାର ୩ ସାଙ୍ଗ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ । More

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦୁର୍ନୀତିର ଚିଠା; ଆନିକଟ୍‌ ମରାମତି ପାଇଁ ଆସିଥିବା ଅନୁଦାନ ହଡପ୍‌

ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । More

କେନ୍ଦୁଝରରେ ଇଣ୍ଟରନେଟ୍ ସେବା ବନ୍ଦ : ଯୋଡ଼ାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳରୁ ଜାରି ରହିଛି ଉତ୍ତେଜନା

ଯୋଡ଼ା ସହରରେ ବର୍ତ୍ତମାନ ୧୪୪ ଧାରା ଜାରି ସହ ୧୪ ପ୍ଲାଟୁନ୍ ପୋଲିସ୍ ମୁତୟନ ଅଛନ୍ତି । More

ନା କୁ ମାତ୍ର ବସୁଧା ଯୋଜନା: ବାଲଟିଏ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ୍‌

ଟାଙ୍କି ତିଆରି ହୋଇଛି, ଟ୍ୟାପ୍ ବି ଲାଗିଛି ହେଲେ ପାଇପ୍ ସଂଯୋଗ ହୋଇନି । କଥା ଏଇଠି ସରିନି ପ୍ରକଳ୍ପରୁ ଜଳଯୋଗାଣ ପାଇଁ ପମ୍ପ ଚାଲୁଛି ଓ ସେ ବାବଦରେ ମାସକୁ ମାସ ଇଲେକ୍ଚ୍ରି ବିଲ୍ ବି ଆସୁଛି । More

ଯୋଡ଼ାମୁଣ୍ଡ ଶିଶୁ ଜଗା, ହସ୍ପିଟାଲରେ ପାଳିଲା ଜନ୍ମଦିନ

ବାପା ଭୂୟାଁ କହଁର, ମାଆ ପୁଷ୍ପାଞ୍ଜଳି କହଁର, ସାନ ଭଉଣୀ ସୁଭଦ୍ରା ଏବଂ ମେଡିକାଲ କର୍ମଚାରୀଙ୍କ ଗହଣରେ ଜନ୍ମଦିନ ପାଳନ କରିଛି ଜଗା । More

ପୁଣି ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି ସୂଚୀରେ ପରିବର୍ତ୍ତନ ହୋଇଛି । ମେ’ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷା ଏବେ ମେ’ ୩୧ରେ ହେବ । More

ଏଥର ପ୍ରତି ଏପ୍ରିଲ ୧୧, ବିଶ୍ୱ ଛେନାପୋଡ଼ ଦିବସ ! ବାକି ରହିଲା ଜିଆଇ ଟ୍ୟାଗ୍‌

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପଡ଼ । ଭାଗମାପରେ ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଂକା ରହିଛି । More

ଅତୀତର ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା, ହେଲେ ଏଯାଏଁ ମିଳିନି ମେମୋରି ଚିପ୍‌ ସୁରାକ୍

ନିଜର ଅତୀତ, ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା । ନା ତାଙ୍କୁ ଦେଖା କରିବାକୁ କେହି ପରିବାର ଲୋକ ଆସୁଛନ୍ତି, ନା କେହି ବନ୍ଧୁ ପରିଜନ । ବରଂ ସାଥୀ ଝୁନା ଭୋଇ ସହ ମିଶି ପ୍ରମାଦ ଗଣୁଛନ୍ତି ଜେଲ୍‌ର ଚାରିକାନ୍ଥ ଭିତରେ । More