• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦୁଝରରେ ଇଣ୍ଟରନେଟ୍ ସେବା ବନ୍ଦ । ଯୋଡ଼ାରେ ଦୁଇ ଗୋଷ୍ଠୀମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ଲାଗିରହିଛି । ଅଧିକ ଗଣ୍ଡଗୋଳ ଆଶଙ୍କାରେ ସାରା କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଯୋଡା ସହରରେ ୧୪୪ ଧାରା ଜାରି ସହ ୧୪ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି ।

ରାମନବମୀ ଅବସରରେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା । ତେବେ ୪ନଂ ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ ହିନ୍ଦୁ ସମ୍ପ୍ରଦାୟର ଲୋକେ । କିନ୍ତୁ ପୋଲିସ୍ ସେମାନଙ୍କୁ ଅନୁମତି ଦେଇନଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସିଥିଲେ । କିଛି ସମୟ ପରେ ଝଣ୍ଡା ନେଇ ମନ୍ଦିର ଉଦ୍ଦେଶ୍ୟରେ ଯାଉଥିବା ବେଳେ ବଜାର ଗଳିର ମୁସଲିମ କମ୍ୟୁନିଟିର କିଛି ଲୋକ ଏହାକୁ ବିରୋଧ କରିଥିଲେ, ଯାହା ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପୋଲିସ୍ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ବି ଉତ୍ତେଜନା ଥମିବା ବଦଳରେ ବଢିବାକୁ ଲାଗିଲା ।

ଉଭୟ ପକ୍ଷରୁ ଭଙ୍ଗାରୁଜ୍ଜା ଓ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଥିଲା । ଘଟଣାରେ କିଛି ବ୍ୟକ୍ତି ଆହତ ହୋଇଥିଲେ । ଘଟଣାସ୍ଥଳରେ କେନ୍ଦୁଝର ଏସପି, ଚମ୍ପୁଆ ଉପଜିଲ୍ଲପାଳ, ବଡ଼ବିଲ ଏସଡିପିଓ, ବଡ଼ବିଲ ତହସିଲଦାରଙ୍କ ସମେତ ପୋଲିସ୍ ଫୋର୍ସ ମୁତୟନ ରହିଛନ୍ତି । ପୋଲିସ୍ ପ୍ରଶାସନ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ।