• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଇରୀ ସାଜିଲା ସାନ ଭାଇ । ବଡ଼ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଛି । କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । ଗୋଟିଏ ପରିବାର ୫ ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ମାନେ ହେଲେ ଅଲେଖ ସାହୁ ତାଙ୍କ ସ୍ତ୍ରୀ ରଶ୍ମିରେଖା ପୃଷ୍ଟି, ନାତୁଣୀ ସ୍ମୃତିସନ୍ଧ୍ୟା ଓ ଦୁଇ ନାତି ସ୍ମୃତି ସାଇ, ସ୍ମୃତି ସୌରଭ ।  ଅଭିଯୁକ୍ତ ଶିବସାହୁ ବଡଭାଇର ପରିବାରୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି । ଏଥିସହ ହତ୍ୟାପରେ ଏକ ଭିଡିଓ ଜାରି କରି ନିଜେ ମାରିଥିବା ସ୍ୱୀକାର କରିଛି ।

ଅଭିଯୁକ୍ତ ସାନ ଭାଇ ଶିବ ସାହୁ ଭିଡିଓ ରିଲିଜ୍ କରି ସତ ମାନିଛି । ପାରିବାରିକ ବିବାଦ ଯୋଗୁଁ ସେମାନେ ମୋତେ ହଇରାଣ କରୁଥିଲେ । କାଲି ରାତିରେ ସେମାନେ ସମସ୍ତେ ମୋତେ ମିଶି ମାରିଲେ । ମୁଁ ବି ରାଗି ସମସ୍ତଙ୍କୁ ମାରିଦେଇଛି । ଆଇନ ଯାହା ଦଣ୍ଡ ଦେବ ମୁଁ ଗ୍ରହଣ କରିବି ବୋଲି କହିଛି ଅଭିଯୁକ୍ତ ଶିବ ।

ସୂଚନା ଅନୁଯାୟୀ, ଅଲେଖ ଗାଁରେ ଏକ ଛୋଟ ଦୋକାନ କରି ଚଳନ୍ତି । ଅନ୍ୟପଟେ ଅଭିଯୁକ୍ତ ସାନ ଭାଇ ଶିବ ଡ୍ରାଇଭର ଭାବେ କାମ କରୁଥିଲେ । ଘର ଓ ଜାଗାବାଡ଼ି ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଝଗଡ଼ା ଲାଗି ରହିଥିଲା । ତେବେ ଗତକାଲି ରାତିରେ ତାହା ଉଗ୍ରରୂପ ନେଇଥିଲା ।

ରାତି ପ୍ରାୟ ଅଢ଼େଇଟା ବେଳେ ଶିବ ସମସ୍ତଙ୍କୁ ମାରିଛି ବୋଲି ଜଣାପଡ଼ିଛି । କୌଣସି ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ଆକ୍ରମଣ କରିଛି । ଆଜି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଶିବ ଗାଁରେ ଥିଲା ।  ତା’ପରେ ସେ ବାଲିଚନ୍ଦ୍ରପୁର ଯାଇ ଆତ୍ମସମର୍ପଣ କରିଛି । ଦୁଇ ଭାଇ ଗୋଟିଏ ଘରେ ରହୁଥିବା ବେଳେ ଅଭିଯୁକ୍ତ ଶିବଙ୍କ ପତ୍ନୀ ଘରେ ନଥିଲେ।