• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାତ ଧରା ଧରି ହୋଇ ଚାଲିଗଲେ ତିନି ସାଙ୍ଗ । ନଦୀରେ ଗାଧୋଇବାର ଇଚ୍ଛା ଅଧାରେ ରହିଗଲା । କଟକ ମହାନଦୀ ଯୋବ୍ରାରେ ବୁଡି ନିଖୋଜ ହୋଇଥିବା ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର କରାଯାଇଛି । ତାଙ୍କ ନାଁ ଏମ.ଡି. ସାଦ୍ଦିକ୍ ବୋଲି ଜଣାପଡ଼ିଛି ।

ରବିବାର ମଧ୍ୟାହ୍ନରେ କଟକ ଚାରିଘରିଆ ଅଞ୍ଚଳର ୩ ସାଙ୍ଗ ସାହିଲ ଖାନ୍, ସାଜିକ୍ ମଜିଦ୍, ଓ ଆୟୁର ଖାନ୍ ଯୋବ୍ରା ବ୍ୟାରେଜ ନିକଟରେ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଏହି ସମୟରେ ୩ ଜଣ ଯାକ ନଦୀରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସାଜିକ୍ ଓ ଆୟୁର ନିଖୋଜ ଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ହେଲେ ସନ୍ଧ୍ୟା ହୋଇଯିବାରୁ ରେସ୍କ୍ୟୁ ଅପରେସନ ବନ୍ଦ ରଖା ଯାଇଥିଲା । ଗତକାଲି ସକାଳେ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଟିମ୍‌ରେ ସ୍କୁବା ଡାଇଭର ବି ସାମିଲ ହୋଇଥିଲେ। ଗତକାଲି ଆୟୂର ଖାନ୍ ଙ୍କର ମୃତଦେହ ମିଳିଥିଲ ।

OTV is now on Whatsapp

Join and get latest news update delivered to you via whatsapp

Join Now