Advertisment

ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ : ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଇଦସାହି ଗାଁରେ ପାଣି ପାଇଁ ହାହାକାର । ନିର୍ମାଣ ହୋଇଛି ଶୌରଚାଳିତ ପାନୀୟ ଜଳ ପ୍ରକଳ୍ପ।ପାଣି ଟାଙ୍କି ବସିଛି। ସୋଲାର ପ୍ଲେଟଲାଗିଛି।

author-image
Prangyan Parimita
water scarcity

water scarcity

ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁବିଧାରେ ପିଇବା ପାଣି ଯୋଗାଇ ଦେବା ପାଇଁ ବିଭିନ୍ନ ପଂଚାୟତରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଛନ୍ତି ଏକାଧିକ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ । ହେଲେ ଏହି ପ୍ରକଳ୍ପ ଗୁଡିକ କିଛି ଦିନ କାର୍ଯ୍ୟକ୍ଷମ ହେବାପରେ ଏବେ ଅଚଳ ଅବସ୍ଥାରେ ପଡିରହିଛି । ପାଣି ଟୋପାଏ ପାଇଁ ପ୍ରକଳ୍ପ ଉପରେ ନିର୍ଭରକରି ଆସୁଥିବା ଲୋକମାନେ ନାହିଁ ନଥିବା ହୀନସ୍ତା ହେଉଛନ୍ତି । ପ୍ରକଳ୍ପ ଗୁଡିକର ମରାମତି ପାଇଁ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଇଦସାହି ଗାଁରେ ପାଣି ପାଇଁ ହାହାକାର । ନିର୍ମାଣ ହୋଇଛି ଶୌରଚାଳିତ ପାନୀୟ ଜଳ ପ୍ରକଳ୍ପ।ପାଣି ଟାଙ୍କି ବସିଛି। ସୋଲାର ପ୍ଲେଟଲାଗିଛି। ଆଉ ଟ୍ୟୁବୱେଲ ସହ ପାଇପ ସଂଯୋଗ ହୋଇଛି । ହେଲେ ମଟର ଚାଲୁନି କି ଟାଙ୍କିକୁ ପାଣି ଯାଉନି । ୬ମାସ ହେବ ପ୍ରକଳ୍ପ ଅଚଳ ଯୋଗୁ ପାଣି ଟୋପାଏ ପାଇଁ ଗାଁର ଲୋକ ମାନେ ଅନ୍ୟ ଗାଁର ନଳକୂପ ଉପରେ ନିର୍ଭର କରୁଛନ୍ତି ।

ସେହିପରି ମାଳପାଟଣା ଗାଁରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଗାଁ ମୁଣ୍ଡରେ ନିର୍ମାଣ ହୋଇଛି ସୌରଚଳିତ ପାନୀୟ ଜଳ ପ୍ରକଳ୍ପ । ପ୍ରକଳ୍ପଟି ପ୍ରକଳ୍ପର ସୋଲାର ବୋର୍ଡ ଭାଙ୍ଗି ପଡିଛି ତ' ଆଉ କେଉଁଠି ପମ୍ପ ଅଚଳ ଅବସ୍ଥାରେ । ୨ବର୍ଷ ହେବ ପ୍ରକଳ୍ପ କାମ କରୁନ ଥିବାରୁ ପାଣି ପାଇଁ ଗାଁ ଲୋକେ ଡହଳ ବିକଳ ହେଉଛନ୍ତି । ୨ଟି ନଳକୂପ ଉପରେ ୨ହଜାର ଲୋକେ ନିର୍ଭର କରୁଥିବାରୁ ପାଣି ଟୋପାଏ ପାଇଁ ମହିଳା ମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ପ୍ରକଳ୍ପ ମରାମତି ପାଇଁ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଲୋକେ ଅଭିଯୋଗ କରିଛନ୍ତି।

Advertisment

୨୦୧୯-୨୦ଆର୍ଥିକ ବର୍ଷରେ ଆଳି ବ୍ଲକର ମାଳପାଟଣା, ଚଣ୍ଡିଆଗଡ଼ି, ନୂଆପଡା, ପତ୍ରପୁର,ସହିରା, ଅରେହିକଣା, ଆଦି ପଂଚାୟତରେ ପାନୀୟଜଳ ସଙ୍କଟ ଦୂର କରିବା ପାଇଁ ଓରେଡା ପକ୍ଷରୁ ୧୫ଟି ସୋରଚଳିତ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଆଉ ପ୍ରତି ପ୍ରକଳ୍ପ ପିଛା ୨ଲକ୍ଷ ୬୨ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଥିଲା । ହେଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ରକ୍ଷଣବେକ୍ଷଣ ଅଭାବରୁ ସମସ୍ତ ପ୍ରକଳ୍ପ ଏବେ ଅଚଳ ହୋଇ ପଡିରହିଛି । ଆଉ ଏବେ ପ୍ରକଳ୍ପ ଗୁଡିକ ଖତ ଖାଇବାକୁ ବସିଲାଣି । ଅନ୍ୟ ପକ୍ଷରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନାକରୀ ଅଚଳ ହୋଇପଡିଥିବା ପ୍ରକଳ୍ପ ଗୁଡିକୁ ଖୁବ ଶୀଘ୍ର ମରାମତି କରାଯିବ ବୋଲି ଆଳି ବିଡ଼ିଓ କହିଛନ୍ତି ।

ଆଳି ରୁ ବନମାଳୀ ସାହୁଙ୍କ ରିପୋର୍ଟ ଓଟିଭି

Water Crisis
Advertisment
Advertisment