• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇର ଡଃ ଡି.ୱାଇ. ପାଟିଲ କ୍ରିକେଟ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ଗତକାଲିର ଏକ ମ୍ୟାଚରେ ଗୁଜରାଟକୁ ୮ ୱିକେଟରେ ପରାସ୍ତ କରିଛି ସନ୍ ରାଇଜର୍ସ ହାଇଦ୍ରାବାଦ। ଗୁଜୁରାଟ ଦ୍ୱାରା ରଖାଯାଇଥିବା ୧୬୩ ରନର ଲକ୍ଷ୍ୟକୁ ହାଇଦ୍ରାବାଦ ଦଳ ୨୦ ତମ ଓଭରରେ ୨ଟି ୱିକେଟ ହରାଇ ହାସଲ କରିନେଇଥିଲା । କ୍ୟାପଟେନ୍‌ ୱିଲିୟମସନ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ର ଟ୍ରଫି ମଦ୍ୟ ମିଳିଥିଲା ।

ଗୁଜୁରାଟ ଟାଇଟନ୍ସର ଚଳିତ ସିଜିନରେ ଏହା ପ୍ରଥମ ପରାଜୟ । ଏହି ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ତ୍ୟା ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଗୋଟେ ପଟେ ନିଜର ଧୁଆଁଧାର ବ୍ୟାଟିଂ ବଳରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟପଟେ ନିଜ ଟିମ୍‌ର ବୋଲରଙ୍କ ଉପରେ କ୍ରୋଧିତ ହୋଇଥିବାର ଦେଖିବାକୁ ମିଳିଥିଲା । ହାଇଦ୍ରାବାଦର ଇନିଂସ ସମୟରେ ନିଜ ସାଥୀ କ୍ରିକେଟର ମହମ୍ମଦ ଶାମିଙ୍କ ଉପରେ ରାଗିକରି ଚିଲାଉଥିବାର ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ହାର୍ଦ୍ଦିକ ବରିଷ୍ଠ ବୋଲର ଶାମିଙ୍କ ଉପରେ ରାଗିଥିବାର ଦେଖାଯାଉଛି।

ବାସ୍ତବରେ, ହାଇଦ୍ରାବାଦର ଇନିଂସର ୧୩ ନଂ ଓଭରରେ ହାର୍ଦ୍ଦିକଙ୍କ ବଲରେ ରାହୁଲ ତ୍ରିପାଠୀଙ୍କ କ୍ୟାଚ୍‌ ମିସ୍‌ କରିଥିଲେ ମହମ୍ମଦ ଶାମି । ଯାହା ପରେ ହାର୍ଦ୍ଦିକ ସାଥୀ କ୍ରିକେଟର ଶାମିଙ୍କୁ ତାଗିଦ କରିଥିବାର ଦେଖିବାକୁ ମିଳିଥିଲା । ଏହି ଓଭର୍‌ରେ ୱିଲିୟମସନ ହାର୍ଦ୍ଦିକଙ୍କ ୨ଟି ବଲରେ ଲଗାତାର ୨ଟି ଛକା ମାରିଥିଲେ। ଯେଉଁଥିପାଇଁ ପାଣ୍ଡ୍ୟା ବହୁତ ନିରାଶ ହୋଇଥିଲେ ।

 

ବଲ୍‌ଟି ଶାମିଙ୍କ ଆଗରେ ପଡିଥିଲା, ଶାମି କ୍ୟାଚ୍‌ ଧରିବା ବଦଳରେ ବଲଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହା ଦେଖି ହାର୍ଦ୍ଦିକ ଶାମିଙ୍କ ଉପରେ ଜୋରେ ଚିଲାଇଥିବାର ଦେଖିବାକୁ ମିଳିଥିଲା । ପ୍ରଶଂସକମାନେ ହାର୍ଦ୍ଦିକଙ୍କ ଏଭଳି ଆଚରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ବରିଷ୍ଠ ଖେଳାଳିଙ୍କ ସହ ଏଭଳି ବ୍ୟବହାର ଠିକ୍‌ ନୁହେଁ ବୋଲି ପ୍ରଶଂସକ ପ୍ରତିକ୍ରିୟା ରଖିଛନ୍ତି । ପାଣ୍ଡ୍ୟା ଶାମିଙ୍କ ସହ ସମ୍ମାନର ସହ କଥା ହେବା ଉଚିତ୍ ବୋଲି କହିଛନ୍ତି ଦର୍ଶକ ।

ତେବେ ହାର୍ଦ୍ଦିକଙ୍କ ପ୍ରତିକ୍ରିୟାରେ ଶାମି ଅଧିକ ଧ୍ୟାନ ଦେଇନଥିଲେ। କିନ୍ତୁ ଲୋକମାନେ ଶାମିଙ୍କ ସହ ହାର୍ଦ୍ଦିକଙ୍କ ଏହି ଆଚରଣକୁ ପସନ୍ଦ କରନାହାନ୍ତି । ସୋସିଆଲ ମିଡିଆରେ ଗୁଜୁରାଟର ଅଧିନାୟକ ହାର୍ଦ୍ଦିକଙ୍କୁ ପ୍ରଶଂସକମାନେ ଟ୍ରୋଲ କରୁଥିବାର ଦେଖିବାକୁ ମିଳିଛି ।