weather dept predicts monsoon to touch odisha within 24 hrs
ଆଉ ୨୪ ଘଣ୍ଟା ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର କିଛି ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତାକାଲି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢିବ। ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଲର୍ଟ କରିଛି ପାଣିପାଗ ବିଭାଗ।
ସେହିଭଳି ୨୨ରୁ ଉତ୍ତର ଉପକୂଳ ଏବଂ ପରବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୩ ଓ ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି।
ପବିତ୍ର ରଥଯାତ୍ରାରେ ଆଜି ପୁରୀ ସହରର ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ସହ ଖରାର ମାତ୍ରା ଏବଂ ଉଚ୍ଚ ଆଦ୍ରତା ହେତୁ ପ୍ରବଳ ଗୁଳୁଗୁଳି ଅନୁଭୁତି ହୋଇଥିଲା। ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ସୂଚନା ଜାରି କରଯାଇଥିଲା। ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡା ୩୭.୨ ଡିଗ୍ରୀ ଛୁଇଁଥିବା ବେଳେ ଭଦ୍ରକ ଚାନ୍ଦବାଲି ୩୭ ଡିଗ୍ରୀ, ଭୁବନେଶ୍ୱର ୩୬.୮ ଡିଗ୍ରୀ, ବାଲେଶ୍ୱର ୩୬.୬ ଡିଗ୍ରୀ, ସମ୍ବଲପୁର ୩୬ ଡିଗ୍ରୀ, ପୁରୀ ୩୫ ଡିଗ୍ରୀ, କେନ୍ଦୁଝର ୩୪ ଡିଗ୍ରୀ, ହୀରାକୁଦ ୩୩.୪ ଡିଗ୍ରୀ, ପାରାଦୀପ ୩୩ ଡିଗ୍ରୀ, ଗୋପାଳପୁର ୩୨.୬ ଡିଗ୍ରୀ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687272423.jpg)