Advertisment

ଆଜି ବି ତାତିରୁ ନିସ୍ତାର ନାହିଁ; ଝାରସୁଗୁଡ଼ା ଉତ୍ତପ୍ତ ସହର

ଆଜି ବି ହିଟ୍ ୱେଭ୍ ନେଇ ପାଣିପାଗ ବିଭାଗ ଜାରି କରିଛି ୱାର୍ଣ୍ଣିଂ । ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Heat Wave In Odisha

Heat Wave

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ଣ ପ୍ରବାହ। ଦିନ ସାଢେ ୨ଟା ସୁଦ୍ଧା ୬ ସହର ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୨. ୮ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୪୨, ୬ ଡିଗ୍ରୀ ରେକର୍ଡ ହୋଇଛି । ଆହୁରୀ ୩୬ ଘଣ୍ଟା ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

Advertisment

ବଢ଼ି ଚାଲିଛି ତାତି, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଖରାରେ ଆଉଟୁପାଉଟୁ ହେଲେଣି ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ଓଡ଼ିଶା ଲୋକେ। ଆଜି ସକାଳୁ ଖରା ଏତେ ଯେ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଥିଲା । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ରେ ତାପମାତ୍ରା ୪୧. ୪ ଡିଗ୍ରୀ ଥିଲା ବେଳେ ଭୁବନେଶ୍ୱରରେ ୪୦ ଦଶମିକ ୨, ଚାନ୍ଦବାଲିରେ ୩୯ ଦଶମିକ ୬, କେନ୍ଦୁଝରରେ ୩୯. ୬, ବାଲେଶ୍ୱରରେ ୩୮. ୬, ସମ୍ୱଲପୁରରେ ୩୮. ୬, ପୁରୀ ୩୪ ରହିଛି ।

ଆଜି ବି ହିଟ୍ ୱେଭ୍ ନେଇ ପାଣିପାଗ ବିଭାଗ ଜାରି କରିଛି ୱାର୍ଣ୍ଣିଂ । ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ୍‌ ଛୁଟି। ରାଜ୍ୟରେ ବଢ଼ି ଚାଲିଥିବା ଖରାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। 

Advertisment

ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରେକର୍ଡ ହେଉଛି । ଏବେ ରହୁଥିବା ଗୁରୁଚାପ ବଳୟ ପ୍ରଭାବ ଆହୁରି ଦୁଇ ଦିନ ପରେ ହ୍ରାସ ପାଇବା ସମ୍ଭାବନା ରହିଛି । ୨୨ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ: ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜଧାନୀ : ହେଲେ ସବୁ ଅଚଳ ୱାଟର ଏଟିଏମ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର୍‌ କରିଛିା ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛିା ସ୍କୁଲ୍‌ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ଯେ, ‘ପ୍ରବଳ ତାତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଛୁଟି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ କ୍ୟାଲେଣ୍ଡର ଅନୁସାରେ ଜୁନ୍‌ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ରହିବ। ସ୍କୁଲ୍‌ ଖୋଲିବା ନେଇ ଯଦି କିଛି ପରିବର୍ତ୍ତନ ଆବଶ୍ୟକ ପଡ଼େ ନିଷ୍ପତ୍ତି ନିଆଯିବ।’

‘ବର୍ତ୍ତମାନର ନିଷ୍ପତ୍ତି ଅନୁସାରେ ଜୁନ୍‌ ୧୬ ଯାଏ ସ୍କୁଲ୍‌ ବନ୍ଦ ରହିବ। କାଲି ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ୟାରେଣ୍ଟ-ଟିଚର୍ସ ମିଟିଂ ସ୍କୁଲ୍‌ରେ ହେବ। ଅଭିଭାବକ ସ୍କୁଲ୍‌ ଆସିଲା ବେଳେ ପିଲାଙ୍କୁ ସାଥିରେ ଆଣିବେନି’ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। 

ଏବେ ଆସନ୍ତୁ ନଜର ପକାଇବା ଆଜିର ତାପମାତ୍ରା ଉପରେ:

ଆଜି ଦିନ ୧୧.୩୦  ସୁଦ୍ଧା
ଝାରସୁଗୁଡା: ୪୧.୪ ଡ଼ିଗ୍ରୀ
ଭୁବନେଶ୍ୱର:୪୨.୬ ଡିଗ୍ରୀ
ଚାନ୍ଦବାଲି: ୩୯.୬ ଡ଼ିଗ୍ରୀ
କେନ୍ଦୁଝର: ୩୯.୬ ଡ଼ିଗ୍ରୀ
ବାଲେଶ୍ୱର:୩୮.୬ ଡ଼ିଗ୍ରୀ
ସମ୍ବଲପୁର:୩୮.୬ ଡ଼ିଗ୍ରୀ
ହୀରାକୁଦ: ୩୭.୪ ଡ଼ିଗ୍ରୀ
ପୁରୀ: ୩୪ ଡ଼ିଗ୍ରୀ
ପାରାଦୀପ: ୩୩ ଡିଗ୍ରୀ
ଗୋପାଳପୁର: ୩୨.୬ ଡ଼ିଗ୍ରୀ

Heat Wave Weather Update
Advertisment
Advertisment