Advertisment

ସାରା ରାଜ୍ୟରେ ଲାଗି ରହିିଛି ନିଆଁ ବର୍ଷା, ୪୨ ଡିଗ୍ରୀ ତାତିରେ ସିଝିଲେ ରାଜଧାନବାସୀ

୨୧ ଯାଏଁ ନିଦାଘରୁ ନିସ୍ତାର ନାହିଁ: ପାଣିପାଗ ବିଭାଗ । ଅସହ୍ୟ ଗୁଳୁଗୁଳିରେ ଡାକ୍ତରଖାନାରେ ଛଟପଟ ରୋଗୀ, ସଂପର୍କୀୟ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Heat Wave In Odisha

ତାଳୁ ଫଟା ଖରା.. ଅସହ୍ୟ ଗୁଳୁଗୁଳି.. ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ । ଆହୁରି ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାକୁ ହିଟ୍ ୱେଭ୍ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ସୁନ୍ଦରଗଡମୟୁରଭଞ୍ଜକେଉଁଝରଝାରସୁଗୁଡାସମ୍ବଲପୁରସୋନପୁରବଲାଙ୍ଗୀରବୌଦ୍ଧ ଜିଲ୍ଲା କୁ ସତର୍କ କରାଯାଇଛି । ଏହା ବ୍ୟତିତ ୨୧ ତାରିଖ ଯାଏଁ ସମଗ୍ର ରାଜ୍ୟରେ ତାତି ଏପରି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

Advertisment

ଗତକାଲି ରାଜ୍ୟର ୨୪ ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଦିନ ୧୧.୩୦ ସୁଦ୍ଧା କେବଳ ରାଜଧାନୀ ତାପମାତ୍ରା ୪୦ ଡିଗ୍ରୀ ଟପି ଯାଇଥିଲା । ସେହିପରି ଦିନ ୨.୩୦ ସୁଧା ଭୁବନେଶ୍ୱର ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗର କହିବା ଅନୁସାରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ପବନ ଏହି ଖରା ଗରମକୁ ବଢାଉଥିବା ବେଳେ ବାୟୁମଣ୍ଡଳରେ ଉଚ୍ଚ ଆଦ୍ରତା ଗୁଳୁଗୁଳି ବଢାଉଛି ।

ଅଧିକ ପଢ଼ନ୍ତୁ: ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜଧାନୀ : ହେଲେ ସବୁ ଅଚଳ ୱାଟର ଏଟିଏମ

ତେବେ ୨୧ ତାରିଖ ପରଠୁ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ଆକଳନ କରିଛି ବିଭାଗ । ଏପଟେ ଖରାକୁ ଅସହ୍ୟ ହେଉଛି ବିଦ୍ୟୁତ କାଟ୍ । ସାଧାରଣ ଲୋକଙ୍କ କଥା ତ ଛାଡନ୍ତୁ । ଖରା ଗରମରେ ଛଟପଟ ହେଉଛନ୍ତି ଡାକ୍ତରଖାନାରେ ରୋଗୀ । କେଉଁଠି ବିଜୁଳିକାଟ୍‌ର ସମସ୍ୟା ପୁଣି କେଉଁଠି ଲୋ ଭୋଲ୍‌ଟେଜ୍ । କେଉଁଠି ଫ୍ୟାନ ନାହିଁ ତ ପୁଣି କେଉଁଠି ଫ୍ୟାନ ଥାଇ ବି ଅଚଳ ।ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ନିଜ ପାଇଁ ନିଜେ ଫ୍ୟାନ ଯୋଗାଡ଼ କରିବାକୁ ପଡୁଛି। କିଏ ନିଜେ ଘରୁ ଫ୍ୟାନ ଆଣୁଛନ୍ତି, ତ ଆଉ କିଏ ନୂଆ ଫ୍ୟାନ୍ କିଣୁଛନ୍ତି । ମାସାଧିକ କାଳ ହସ୍ପିଟାଲରେ ଫ୍ୟାନ ଅଚଳ ହୋଇ ପଡିଛି ।

Advertisment

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବି ସ୍ଥିତି ସମାନ। ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗରେ ଫ୍ୟାନ ଅଚଳ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ବ୍ରହ୍ମପୁର ଏମକେସିଜି ମେଡିକାଲରେ ବି ଫ୍ୟାନ ବିନା ହନ୍ତସନ୍ତ ରୋଗୀ।

Weather Update Heat Wave
Advertisment
Advertisment