ବିଜେଡିର ମିଶ୍ରଣ ପର୍ବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଣହୁଙ୍କାର ଦେଇଛନ୍ତି। ବିରୋଧୀ ଦଳମାନେ କେବଳ ମିଛ କଥା କହୁଥିବା ଅଭିଯୋଗ ଆଣି, ଯଦି କିଛି ତଥ୍ୟ ପ୍ରମାଣ ଅଛି ତେବେ କୋର୍ଟରେ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେପଟେ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ୍ ସେୟାର କରିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି
ରାଜ୍ୟ ସରକାରଙ୍କ ପ୍ରଛନ୍ନ ନିର୍ଦ୍ଦେଶରେ ମମିତା ହତ୍ୟା ମାମଲାରେ ଜଡ଼ିତ ଉଚ୍ଚପଦସ୍ତ କ୍ଷମତାଶୀଳ ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାର ହୀନ ଉଦ୍ୟମ କରାଯାଉଛି। ଯାହାକି ଦେଶର ସମ୍ବିଧାନ ପ୍ରତି କୁଠାରଘାତ ତଥା ରାଜ୍ୟ ସରକାରଙ୍କ କଳାହାଣ୍ଡି ଓ କଳାହାଣ୍ଡି ବାସିନ୍ଦାଙ୍କ ଆତ୍ମ ମର୍ଯାଦା, ସ୍ୱାଭିମାନ ପ୍ରତି ତାତ୍ସଲ୍ୟ ମନୋଭାବର ପରିଚୟ ବୋଲି ଭକ୍ତ ଦାସ କହିଛନ୍ତି।
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡିରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।
ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଜିଲ୍ଲା ବିଜେପି ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି।
ସପ୍ତାହେ ଧରି ନିଖୋଜ ବଲାଙ୍ଗିର ତୁରେକେଲାର ଶିକ୍ଷୟିତ୍ରୀ I ସ୍କୁଲ ଯିବାକୁ ୮ ତାରିଖ ଦିନ ଘରୁ ବାହାରିଥିଲେI
ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସିଡ଼ିପିଓ ମୀନା କୁମାରୀ ପାତ୍ର। ବ୍ଲକର ୫ଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ଆମ ପରିବାର ଗୁଡ଼ିକରେ ଝିଅଙ୍କ ଗୁରୁତ୍ୱ କମ୍। କିନ୍ତୁ ଉଚିତ୍ ସମୟରେ ଝିଅମାନେ ହିଁ ବାପା ମାଆଙ୍କର ଯତ୍ନ ନେଇଥାନ୍ତି। ସେମିତି ଜଣେ ଝିଅ ହେଲେ ୨୨ ବର୍ଷୀୟା ସଲୋନୀ।
ଲୋକଙ୍କୁ ମିଳୁନି, ରାସ୍ତାରେ ଫିଙ୍ଗା ଯାଉଛି ଔଷଧ । ବହୁ ପରିମାଣର ଦରକାରୀ ଔଷଧ ଫୋପାଡ଼ି ଦିଆଯାଇଛି । ତେବେ ରୋଗୀଙ୍କୁ ଔଷଧ ନଦିଆଯାଇ ଫୋପାଡ଼ା ଗଲା କାହିଁକି ବୋଲି ଉଠିଲା ପ୍ରଶ୍ନ ?
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଏକ ଛୋଟ ଗାଁ ଚିଲଗୁଡା । ବାପା ସମୀର ଯୋଶୀ ଏବଂ ମା ସାଗରିକା ଯୋଶୀଙ୍କ ଏକମାତ୍ର ପୁଅ ସ୍ୱୟଂଶିବ । ତେବେ ବର୍ତ୍ତମାନ ସ୍ୱୟଂଶିବକୁ ନେଇଁ ଚାରିଆଡେ ଚର୍ଚ୍ଚା ।
କଳାହାଣ୍ଡି : ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ୧୦ଟି ପରିବାର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁରରରେ ୧୦ଟି ପରିବାର ଗାଁ ଛାଡ଼ିଛନ୍ତି। ପୂର୍ବରୁ ଗତ ମାସ ୨୦ ତାରିଖରେ ତ୍ରିଲୋଚପୁର ଅଞ୍ଚଳର ଗ୍ରାମରକ୍ଷୀ ସମେତ ୪ ଜଣ ଗ୍ରାମାସୀଙ୍କୁ ମାଓବାଦୀ ଅପହରଣ କରି ନେଇ ନିସ୍ତୁକ ମାଡ଼ ମାରି ଛାଡ଼ିଥିଲେ। ଏହି ଘଟଣା ପୂର୍ବରୁ ପୋଲିସ ଇନଫର୍ମର ସନ୍ଦେହରେ ପୋଲିସ ସେହି ଗାଁର ଦୁଇଭାଇଙ୍କୁ ହତ୍ୟା କରିଥିଲେ। ମାଓବାଦୀ ଗତ ଫେବ୍ରୁଆରୀ ମାସରେ ଜଣେ […]
କଳାହାଣ୍ଡି: କଳାହାଣ୍ଡି ଜୁନାଗଡରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୩ ଅଭିଯୁକ୍ତ ଗିରଫ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍ପି ଏମ୍. ସନ୍ଦିପ ସମ୍ପତ୍। ଅଭିଯୁକ୍ତମାନେ ହେଲେ ଚିତ୍ତରଂଜନ ଗୁରୁ, ମୁକୁନ୍ଦ ଗୁରୁ ଓ ସୁଶାନ୍ତ ପ୍ରଧାନୀ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଛି। ଗତ ୩୧ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କ ଶନି ମନ୍ଦିରରୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଭତ୍ରା ଯୋର ଡ୍ୟାମ୍ […]
ନୂଆପଡା : ନୂଆପଡା ଜିଲ୍ଲା ଖରିଆର ଥାନା ପୋଲିସ୍ ଚଢାଉ କରି ୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଛି। ଗିରଫ ହୋଇଛନ୍ତି ୫ଜଣ ଅଭିଯୁକ୍ତ। ପ୍ରଥମେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଖରିଆର ଥାନାର ଚାଲାଣପଡାରେ ଚଢାଉ କରିଥିଲା। ଚଢାଉ ବେଳେ ୪୫ଟି ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଥିଲା। ଏହାପରେ ଗିରଫ ୨ ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଣିଥରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଚିଚିଆ ଓ ତେମେରି […]
ଗତ ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଲଗାତର ଭାବେ ଜବତ ହେବାରେ ଲାଗିଛି ବାଘ ଛାଲ ସହ ନଖ ଏବଂ ଦାନ୍ତ । ଗତକାଲି ପୁଣି ଥରେ ଆଉ ୪ଟି ବାଘଛାଲକୁ ଜବତ କରିଛି ପୋଲିସ ଏବଂ ବନବିଭାଗର ମିଳିତ ଟିମ୍ । ବଫଲା ଗାଁର ରଙ୍ଗାଚରଣ ଭୋଇ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ୪ଟି ବାଘ ଛାଲ ଜବତ ହୋଇଛି । ଏହାକୁ ମିଶାଇ ଗତ ଦୁଇଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ବନଖଣ୍ଡରୁ ଜବତ ହେଲାଣି ୯ଟି ବାଘ ଛାଲ । କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍ଓ ନିତିଶ କୁମାର ଏହି ସୂଚନା ଦେଇଛନ୍ତି । ତାସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।