Advertisment

Contractor Brothers: ମିଛ ବିଲ୍ ପାଇଁ ବନ୍ଧୁକ... ଦୁଇ ଭାଇଙ୍କ ଦାଦାଗିରି, ନାକେଦମ ପୂର୍ତ୍ତ ଓ ରାଜସ୍ୱ ବିଭାଗ

ଆକାଶ ଅଗ୍ରୱାଲ ଓ ନିଲେଶ ଅଗ୍ରୱାଲ ବିଭିନ୍ନ ନଦୀ ପଠାରୁ, ବିନା କାଗଜପତ୍ର ଓ ଖଜଣାରେ ବାଲି ଚୋରୀ କରିବା ସହ ସରକାରୀ ଅଧିକାରୀଙ୍କ କାମରେ ବାଧା ଦେବା ଓ ଗାଳିଗୁଳଜ କରିବା ଭଳି ଅଭିଯୋଗ ରହିଛି।

author-image
Chinmayee Sahoo
Bill

Bill

ଚର୍ଚ୍ଚାରେ ଠିକାଦାର ଭାଇ, ବଡେମିଆଁ-ଛୋଟେମିଆଁ। ବଡଭାଇ ଆକାଶ ଅଗ୍ରୱାଲଙ୍କ ବିରୋଧରେ ବାଲିଚୋରୀ ଅଭିଯୋଗ ଆଉ ଆଉ ସାନଭାଇ ନିଲେଶ ଅଗ୍ରୱାଲଙ୍କ ବିରୋଧରେ, ବିଲ୍ ପାଇଁ ବନ୍ଧୁକକୁ ନେଇ, ମାମଲା ରୁଜୁ। କଳାହାଣ୍ଡି ଓ ବଲାଙ୍ଗିରରେ ଦୁଇ ଭାଇଙ୍କ କାରନାମାକୁ ନେଇ ନାକେଦମ ପୂର୍ତ୍ତ ଓ ରାଜସ୍ୱ ବିଭାଗ।

Advertisment

ଇଏ ହେଉଛନ୍ତି ଠିକାଦାର ଯୋଡି, ବଡେମିଆଁ-ଛୋଟେମିଆଁ। ବଡଭାଇ ଆକାଶ ଓ ସାନଭାଇ ନିଲେଶ ଅଗ୍ରୱାଲ। ଏବେ ଚର୍ଚ୍ଚାରେ ଏମାନଙ୍କ କାରନାମା। ବିଲ୍ ଦିଅ, ନହେଲେ ଗୁଳି ଖାଅ। ବାସ୍, ଏଭଳି ଧମକ ଦେଇ, ମିଥ୍ୟା ବିଲ୍ କରେଇବାକୁ ବାଧ୍ୟ କରିଥିଲେ ଠିକାଦାର ନିଲେଶ ଅଗ୍ରୱାଲ। ପୂର୍ତ୍ତ ବିଭାଗରେ ଧୂର୍ତ୍ତ ଠିକାଦାରଙ୍କ, ଦାଦାଗିରିକୁ ନେଇ ମଦନପୁର ରାମପୁର ଥାନାରେ ରୁଜୁ ହୋଇଛି ମାମଲା। ଗାଳିଗୁଲଜ କରିବା, ଅସ୍ତ୍ର ଦେଖାଇବା, ସରକାରୀ ଅଧିକାରୀଙ୍କ କାମରେ ବାଧା ଦେବା ଏପରିକି ଜାତିକୁ ଆକ୍ଷେପ କରି ଗାଳିଗୁଳଜ କରିବା ଭଳି ସଂଗୀନ ଧାରାରେ ଠିକାଦାର ନିଲେଶ ଅଗ୍ରୱାଲଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। କିନ୍ତୁ କାହା ଚାପରେ ତୁନି ବସିଛି କଳାହାଣ୍ଡି ପୋଲିସ?

ମଦନପୁର ରାମପୁର ପୂର୍ତ୍ତ ବିଭାଗ ଅଧିନରେ, ପ୍ରାୟ ଶହେ କୋଟିର, ୬ଟି ରାସ୍ତା କାମ କରୁଛି, RNS Infra Private Limited । କିଛି ରାସ୍ତା କାମ ସରିଯାଇଥିବା ବେଳେ, ଆଉ କିଛି ବାକି ଅଛି।

Advertisment

ତେବେ ସରିଥିବା ରାସ୍ତା ଏବେ ଖାଲଖମାରେ ଭର୍ତ୍ତି। ପିଚୁ ଉଠିଗଲାଣି। ଚୁକ୍ତି ମୁତାବକ କାମ ହେଉନି। ତଦାରଖ କରୁଥିବା ଯନ୍ତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି, ପୂର୍ତ୍ତ ବିଭାଗର କ୍ୱାଲିଟି ଯାଂଚ ଟିମ, ଆସି ତଦାରଖ କରିଥିଲେ। ନିମ୍ନ ମାନର କାମ ହୋଇଥିଲେ ମଧ୍ୟ, କାମ ଠିକ ହୋଇଛି ବୋଲି ମିଥ୍ୟା ବିଲ୍ ଦେବାକୁ ତାଗିଦ କରିଥିଲେ ଠିକାଦାର ଆଉ ବନ୍ଧୁକ ଦେଖାଇଥିଲେ।

ନିମ୍ନମାନର ରାସ୍ତା କାମ ପରେ, ଏବେ ସାମ୍ନାକୁ ଆସିଛି ବଡେମିଆଁ ତଥା ଠିକାଦାର ଆକାଶ ଅଗ୍ରୱାଲଙ୍କ ସାଂଘାତିକ କେଳେଙ୍କାରୀ। କଳାହାଣ୍ଡିର ବିଭିନ୍ନ ନଦୀ ପଠାରୁ, ବିନା କାଗଜପତ୍ର ଓ ଖଜଣାରେ ବାଲି ଚୋରୀ କରିବା ତାଲିକାରେ ଆକାଶ ଅଗ୍ରୱାଲଙ୍କ ନାଁ। ବିଭିନ୍ନ ଜାଗାରେ ବଡ ବଡ ଡମ୍ଫରରେ ରାତି ତମାମ ଶହ ଶହ ଟ୍ରିପ ବାଲି ଚୋରୀ କରୁଥିବାତାଙ୍କ ନାଁରେ ଅଭିଯୋଗ ହୋଇଛି। ତହସିଲଦାର କିନ୍ତୁ ଖବର ପାଇ ଜାଗା ଉପରେ ପହଞ୍ଚି କେବଳ ଗୋଟିଏ ଗାଡିକୁ ଚାଲାଣ କରି, ଫେରାର ମାରିଛନ୍ତି।

ଅଧିକ ପଢିବା ପାଇଁ କ୍ଲିକ୍ କରନ୍ତୁ:

Kalahandi Balangir Brother Duo
Advertisment
Advertisment