/odishatv-khabar/media/post_attachments/uploadimage/library/16_9/16_9_0/Accident_1749096219.jpg)
Accident
କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ଚାରବାହାଲ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକକୁ ପଛରୁ ପିଟିଲା ବସ୍। ଜଣେ ଯାତ୍ରୀ ମୃତ ଓ ୭ ଗୁରୁତର ହୋଇଛନ୍ତି।
Advertisment
ଆଜି ଭୋର ସମୟରେ NH 26 ରେ ଥିବା ଏକ ସ୍କୁଲ ସମ୍ମୁଖରେ ଏକ ଟ୍ରକ ଠିଆ ହୋଇଥିଲା। ଭୁବନେଶ୍ବରରୁ ଉମରକୋଟ ଯାଉଥିବା ଯାତ୍ରୀବାହୀ ବସ୍ଟି ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ସମେତ ୭ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ଜୀବନ ଯାଇଥିଲା।
ଅଧିକ ପଢ଼ନ୍ତୁ: ଗ୍ରୀଷ୍ମ ଲହରୀ ଜାରି; ତାତିରେ ଆଉଟୁପାଉଟୁ ଉପକୂଳରୁ ଉତ୍ତର
କୋକସରା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
ଅଧିକ ପଢ଼ନ୍ତୁ: ଖାକିରେ କଳଙ୍କର ଛିଟା! ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)