Advertisment

MLA's Surprise School Visit: ଅଚାନକ ସ୍କୁଲ ବୁଲି ଅନୁଧ୍ୟାନ କଲେ ଚିକିଟି ବିଧାୟକ, ମଧ୍ୟାହ୍ନ ଭୋଜନ ପରଖିବା ସହ ଉପସ୍ଥାନ କଲେ ଯାଞ୍ଚ

ଛାତ୍ରଛାତ୍ରୀ ଖାଉଥିବା ଖାଦ୍ୟକୁ ନିଜେ ଖାଇ ତଦାରଖ କରିଥିଲେ । ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଆଜିର ମେନୁ ମାଗିଥିଲେ ହେଲେ ସେ ଦେଇ ପାରି ନଥିଲେ । ମେନୁରେ କେବଳ ଭାତ ଓ ଡାଲି ରହିଥିଲା । ଖାଦ୍ୟ ମାନ ବଢାଇ ପିଲାଙ୍କୁ ଦେବାକୁ ବିଧାୟକ କହିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଅଚାନକ ସ୍କୁଲରେ ପହଞ୍ଚି ଭାତ, ଡାଲି ଖାଇଲେ MLA

ଅଚାନକ ସ୍କୁଲରେ ପହଞ୍ଚି ଭାତ, ଡାଲି ଖାଇଲେ MLA

ଅଚାନକ ସ୍କୁଲ ବୁଲି ଅନୁଧ୍ୟାନ କରିବା ସହ ବିଧାୟକ ପରଖିଲେ ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ ସହ ଶିକ୍ଷକ ଉପସ୍ଥାନ ବି ଦେଖିଲେ । ଗଞ୍ଜାମ ଚିକିଟି ବ୍ଲକ ରାମଚନ୍ଦ୍ରପୁର ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଜି ଅଚାନକ ଗସ୍ତ କରିଥିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା । ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖି କିଭଳି ଲାଗୁଛି ବୋଲି ପଚାରିବା ସହ ଖାଦ୍ୟ ଯାଞ୍ଚ କରିଥିଲେ ବିଧାୟକ ।

Advertisment

ଅଧିକ ପଢ଼ନ୍ତୁ: ବିଳମ୍ବିତ ରାତିରେ ଦୋକାନ ଭିତରକୁ ପଶିଗଲା କଣ୍ଟେନର...ଡ୍ରାଇଭରକୁ ଛାଡ଼ିଦେଲା ପୋଲିସ୍

ଏହା ପରେ ଛାତ୍ରଛାତ୍ରୀ ଖାଉଥିବା ଖାଦ୍ୟକୁ ନିଜେ ଖାଇ ତଦାରଖ କରିଥିଲେ । ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଆଜିର ମେନୁ ମାଗିଥିଲେ ହେଲେ ସେ ଦେଇ ପାରି ନଥିଲେ । ମେନୁରେ କେବଳ ଭାତ ଓ ଡାଲି ରହିଥିଲା । ଖାଦ୍ୟ ମାନ ବଢାଇ ପିଲାଙ୍କୁ ଦେବାକୁ ବିଧାୟକ କହିଥିଲେ। ଏହା ପରେ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥାନ ଦେଖିଥିଲେ। ଉପସ୍ଥାନ ଖାତାରେ ଦୁଇ ଦିନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଆଗୁଆ ଦସ୍ତଖତ କରିଥିବା ଦେଖି ବିଧାୟକ ଏନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିବା ସୂଚନା ମିଳିଛି ।

Advertisment

Odisha Chikiti
Advertisment
Related Articles
Advertisment