/odishatv-khabar/media/post_attachments/uploadimage/library/16_9/16_9_0/crime_1750170969.jpg)
crime
ପାରିବାରିକ କଳହର କରୁଣ ପରିଣତି । ଧରାକୋଟ ଥାନା ଅନ୍ତର୍ଗତ କେ.ରାମଚନ୍ଦ୍ରପୁର ଗ୍ରାମରେ ଅଭାବନୀୟ ଘଟଣା। ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣିଲା ସ୍ୱାମୀ । ସ୍ତ୍ରୀ ମରିଗଲା ବୋଲି ଭାବି ସ୍ୱାମୀ ନିଜ ବେକରେ ରସି ଲଗାଇ କଲା ଆତ୍ମହତ୍ୟା।
ପାରିବାରିକ କଳହକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । କଥା କଟାକଟି ହୋଇଥିଲା । ଏଥିରେ ରାଗିଯାଇ ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କରିଥିଲା । ସ୍ତ୍ରୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ୬୦ ବର୍ଷୀୟ ଏମ. ସୁବାସ ରେଡି ନିଜ ସ୍ତ୍ରୀ ୫୨ ବର୍ଷୀୟ ଏମ. ଯମୁନା ରେଡିଙ୍କୁ ରାଗିଯାଇ ଆକ୍ରମଣ କରିଥିଲା । ସ୍ତ୍ରୀ ମୁମୂର୍ଷୁ ଅଵସ୍ଥାରେ ଘରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ବେଳେ ସ୍ତ୍ରୀ ମରିଗଲା ବୋଲି ଭାବି ନିଜେ ରସି ଲଗାଇ ଆତ୍ମହତ୍ୟା କରିଥିଲା । ଘଟଣା ସଂପର୍କରେ ଗାଁ ଲୋକ ଜାଣିବା ପରେ ଧରାକୋଟ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକମାନେ ଯମୁନାଙ୍କୁ ମେଡିକାଲ୍ ନେଇଥିଲେ । ପ୍ରଥମେ ତାଙ୍କୁ ଆସିକା ମେଡ଼ିକାଲକୁ ନେଇଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା । ଆତ୍ମହତ୍ୟା କରିଥିବା ସ୍ୱାମୀ ସୁବାସର ଶବ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏହି ଘଟଣାରେ ଅଧିକ ତଦନ୍ତ କରୁଛି ପୋଲିସ୍ । ହେଲେ କଳହର କାରଣ କଣ ତାହା ସ୍ପଷ୍ଟ ହୋଇ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)