/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747483397.jpg)
Stone Mafia
ସବୁଜିମାରେ ପରିପୂର୍ଣ୍ଣ ପାହାଡ଼କୁ ଖଣ୍ଡଖଣ୍ଡ କରି କାଟୁଛି ବଡ଼ ବଡ଼ ମେସିନ । ପୁରୁଣା ଗଛ ହେଉକି ପଶୁପକ୍ଷୀ କାହା ପ୍ରତି ନାହିଁ ଦୟା । ପାହାଡ଼ ଛାତି ଚିରି ପଥର କାଟିବାରେ ବ୍ୟସ୍ତ ସଂସ୍ଥା । ପୁରୁଣା ଜଙ୍ଗଲକୁ କାଟି ମାଟିରେ ମିଶାଯାଉଥିବା ବେଳେ କାହିଁକି ପ୍ରଶାସନ ଚୁପ ବସିଛି ବୋଲି ପ୍ରଶ୍ନ ଉଠିଲାଣି । ଆଖି ଆଗରେ ସର୍ବପୁରାତନ ପାହାଡ଼ ମାଟିରେ ମିଶୁଥିବା ଦେଖି ଗଞ୍ଜାମ ଜିଲ୍ଲା ପୋଲସରା ତହସିଲ ଢୁଙ୍କାପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିରୋଧ । ପଥର କଟିଙ୍ଗ ବନ୍ଦ ଦାବିରେ ଗ୍ରାମରେ ବୈଠକ ବସିବା ସହ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ନେଇ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବିପତ୍ର ଦିଆଯାଇଛି ।
ପାହାଡ଼ରେ ପୂଜାର୍ଚ୍ଚନା କଲେ ବର୍ଷା ହୋଇଥାଏ ବୋଲି ଏଠି ବିଶ୍ବାସ ରହିଛି । ହେଲେ ଏବେ ଏହି ପାହାଡ଼ ଉପରେ ପଡିଛି ପଥର ମାଫିଆଙ୍କ ନଜର । ପୂର୍ବରୁ ସରକାର ଏହି ପାହାଡ଼ ଲିଜ ଦେବା ସତ୍ତ୍ୱେ କେହି ପଥର ଖଣ୍ଡିଏ ନେବା ପାଇଁ ସାହାସ କରିନଥିବା ବେଳେ ରାଜ୍ୟରେ ନୂଆ ସରକାର ଗଠନ ପରଠାରୁ ପାହାଡ଼ରୁ ପଥର କଟା ଆରମ୍ଭ କରିଛି ଏକ ସଂସ୍ଥା ।
ଅଧିକ ପଢ଼ନ୍ତୁ: ପୁଣି ଇସ୍କନର ମନମାନୀ, ଆସନ୍ତାକାଲି ଲଣ୍ଡନରେ କରିବ ଅଦିନିଆ ରଥଯାତ୍ରା
କିଛି ମାସ ହେବ ପାହାଡ଼ରେ ବଡ଼ ବଡ଼ ମେସିନ ଲଗାଇ ପଥର କାଟି ନେଉଛି । ଯଦି ପାହାଡ଼ରୁ ଏହିଭଳି ପଥର କଟାଯାଏ ତେବେ କିଛି ବର୍ଷ ମଧ୍ୟରେ ପାହାଡ଼ ଲଣ୍ଡା ହୋଇଯିବା ସହ ବିରଳ ପଶୁପକ୍ଷୀ ରହିବା ଓ ଚାଷୀକୁଳ କ୍ଷତି ସହିବା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦାବିପତ୍ର ପ୍ରଦାନ କରାଯାଇଛି ।
ତେବେ ଗ୍ରାମର ସର୍ବପୁରାତନ ପାହାଡ଼ରେ ପଥର କଟିଙ୍ଗକୁ ଗ୍ରାମବାସୀ ଗ୍ରହଣ କରୁନଥିବା ବେଳେ ସ୍ଥିତି ଅଣାୟତ୍ତ ପୂର୍ବରୁ ପ୍ରଶାସନ ବିବାଦ ସମାଧାନ ଲାଗି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)