Advertisment

Landlord Murdered: ମହଙ୍ଗା ପଡିଲା ପରକୀୟା ପ୍ରୀତି, ଘର ମାଲିକଙ୍କୁ ଜାଳିଦେଲେ ଭଡ଼ାଟିଆ

ପରକୀୟା ପ୍ରୀତି ଯୋଗୁ ଗଲା ଜୀବନ । ବ୍ରହ୍ମପୁର ସୁବାସ ନଗରରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଅବସରପ୍ରାପ୍ତ RI ହରିହର ସାହୁଙ୍କ ଘରେ ଭଡ଼ାଟିଆ ଭାବେ ରହୁଥିଲେ ସୁଦେଷ୍ଣା ଜେନା । ଆଉ ସୁଦେଷ୍ଣା ହରିହରଙ୍କୁ କିରୋସିନ ଢାଳି ଜାଳି ଦେଇଥିବା ଜଣାପଡ଼ିଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Landlord death

Landlord death

ପରକୀୟା ପ୍ରୀତିର ସାଙ୍ଘାତିକ ପରିଣାମ। ଘର ମାଲିକଙ୍କୁ କିରୋସିନ ଢାଳି ଜାଳି ମାରିଦେଲେ ଭଡ଼ାଟିଆ ମହିଳା । ବ୍ରହ୍ମପୁର ସୁବାସ ନଗରରୁ ଏହି ଖବର ସାମନାକୁ ଆସିଛି । ସୂଚନା ଅନୁସାରେ, ବ୍ରହ୍ମପୁରରେ ରହୁଥିବା ଅବସରପ୍ରାପ୍ତ RI ହରିହର ସାହୁଙ୍କ ଘରେ ଭଡ଼ାଟିଆ ଭାବେ ରହୁଥିଲେ ସୁଦେଷ୍ଣା ଜେନା । ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । କିନ୍ତୁ ସମ୍ପର୍କରେ କୌଣସି କାରଣରୁ ତିକ୍ତତା ବଢିବାରୁ ସୁଦେଷ୍ଣା ହରିହରଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରତର ଅବସ୍ଥାରେ ହରିହରଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  

Advertisment

କଟକରେ ଚିକିତ୍ସାଧୀନ ଅବସ୍ଥାରେ ହରିହର ମୃତ୍ୟୁବରଣ କରିଛନ୍ତି । ମୃତ ହରିହରଙ୍କ ଝିଅ ଏନେଇ ଅଭିଯୋଗ କରିଥିଲେ ।  ତଦନ୍ତ ବେଳେ ଭଡ଼ାଟିଆ ସୁଦେଷ୍ଣା ଏହି କାଣ୍ଡ ଘଟାଇଥିବା ପୋଲିସ ଜାଣିବାକୁ ପାଇଛି । ସେପଟେ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି ବ୍ରହ୍ମପୁର ପୋଲିସ । 

ଅଧିକ ପଢନ୍ତୁ : NH କଡରୁ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା?

Advertisment
Murder Landlord
Advertisment
Related Articles
Advertisment