Advertisment

Smart School, Big Struggle: ସ୍କୁଲ ଚକାଚକ୍, କିନ୍ତୁ ଏହି କାମ ପାଇଁ ଯିବାକୁ ପଡୁଛି ୧୦ କିଲୋମିଟର

ସ୍କୁଲ ଘରର ରଙ୍ଗ ଯେମିତି ମୁରୁକି ହସୁଛି । ଆଉ ଏ ସବୁଜ ବନାନୀ ପରିବେଶକୁ ଦେଖିଲେ ଆପଣ ବି କହିବେ ଖାସ୍ ମୁଁ ଟିକେ ଏଇଠି ପାଠ ପଢ଼ିଥାନ୍ତି କି । ହେଲେ ଏଠାକାର ବାସ୍ତବ କଥା ଜାଣିଲେ ଆପଣ ବି ନିଶ୍ଚୟ ପଛଘୁଞ୍ଚା ଦେବେ ।

author-image
Tapan Swain
School

School Photograph: (OTV)

ସବୁ ଚକାଚକ୍, ସବୁ ଚିକଚିକ୍ । ସ୍କୁଲ ଘରର ରଙ୍ଗ ଯେମିତି ମୁରୁକି ହସୁଛି । ଆଉ ଏ ସବୁଜ ବନାନୀ ପରିବେଶକୁ ଦେଖିଲେ ଆପଣ ବି କହିବେ ଖାସ୍ ମୁଁ ଟିକେ ଏଇଠି ପାଠ ପଢ଼ିଥାନ୍ତି କି । ହେଲେ ଏଠାକାର ବାସ୍ତବ କଥା ଜାଣିଲେ ଆପଣ ବି ନିଶ୍ଚୟ ପଛଘୁଞ୍ଚା ଦେବେ । ଆଉ କହିବେ ନାଇଁ ମୋର ଦରକାର ନାହିଁ । 

Advertisment

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଉପାନ୍ତ ଅଞ୍ଚଳ ବୁରାତାଲ l ଏଠି ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି l ଏଠି ଥିବା ଆଦିବାସୀ ଆବାସିକ ବିଦ୍ୟାଳୟରେ ପ୍ରାୟ ୧୯୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । କିନ୍ତୁ ନେଟୱାର୍କ ସମସ୍ୟା ଥିବାରୁ ପିଲାଙ୍କ ଠାରୁ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ନାହିଁନଥିବା ଅସୁବିଧାର ସାମ୍ନା କରନ୍ତି । ଏମିତିକି ସରକାରୀ କାମ ଅନଲାଇନରେ କରିବାକୁ ମୋବାଇଲ ଚଲାଇବାକୁ ଯିବାକୁ ପଡ଼େ ୧୦ କିଲୋମିଟର । 

ହୋଇପାରୁନି ଅନଲାଇନ୍ କ୍ଲାସ 

ନେଟୱର୍କ ରହୁନଥିବାରୁ ପିଲାମାନେ ମୋବାଇଲ୍ ବ୍ୟବହାର କରିପାରୁନାହାନ୍ତି । ଅନଲାଇନ୍ କ୍ଲାସ ହୋଇପାରୁନାହିଁ । ଯେଉଁ ଟାୱାର ଅଣ୍ଡଅଣ୍ଡା ନିକଟରେ ଥିଲା ୮ ମାସ ହେଲା ଅଚଳ ହୋଇପଡିଛି l ବୁରାତାଲରେ ଟାୱାର ପାଇଁ ଆବଶ୍ୟକୀୟ ଜିନିଷ ଥିଲେ ବି କାମ ହେଉନାହିଁ l ତେବେ ଏହି ସମସ୍ୟାର ସମାଧାନ ପାଇଁ BSNL ସହ କଥା ସରିଛି, ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ  ଭି କୀର୍ତ୍ତି ଭାସନ ।

Advertisment

School Mobile NetWork
Advertisment
Related Articles
Advertisment