/odishatv-khabar/media/media_files/2025/12/01/deadbody-2025-12-01-11-06-31.jpg)
Deadbody Photograph: (OTV)
୨୦ ଘଣ୍ଟା ହେଲାଣି ପଡ଼ି ରହିଛି ଶବ। ଆଉ ତାରି ଆଗରେ ନଣନ୍ଦ ଓ ଭାଉଜଙ୍କ ଲାଗିଛି ହାଇଡ୍ରାମା। ଆଉ ପରିବାର କଳି ଏଠି ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଏ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କାମଶାସନ ଗ୍ରାମରେ। ଏଠାର୍ ରହୁଥିବା ୬୫ ବର୍ଷୀୟା ବୃଦ୍ଧା ରତ୍ନାଲୁ ରେଡିଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ସତ୍କାର ସମୟରେ ରତ୍ନାଙ୍କ ୨ ଝିଅ ଓ ବୋହୂଙ୍କ ଭିତରେ ଲାଗିଛି କଳି।
କୋଡିଏ ଘଣ୍ଟା ଧରି ମୃତଦେହ ସେହିପରି ଘରେ ପଡିରହିଛି। ଶବ ସତ୍କାର ପାଇଁ ଗାଁ ଲୋକ କହି କହି ଥକି ଯାଇଥିଲେ ମଧ୍ୟ ରାଜି ହେଉନାହାନ୍ତି ୨ଝିଅ। ତାଙ୍କୁ ଗ୍ରାମରୁ ବାଛନ୍ଦ କରାଯାଇଥିବା ଓ ରତ୍ନାଙ୍କ ନାମରେ ଥିବା ଟଙ୍କା ତାଙ୍କ ଭାଉଜଙ୍କ ପାଖରେ ଥିବା ଅଭିଯୋଗ ଆଣିଛନ୍ତି ୨ ଝିଅ। ତେଣୁ ଟଙ୍କା ଫେରାଇବା ଓ ବାଛନ୍ଦ ସମସ୍ୟାର ସମାଧାନ ନ ହେବା ଯାଏଁ ଶବ ଉଠିବନି ବୋଲି ସେମାନେ ଅଡ଼ି ବସିଛନ୍ତି। ଏପରିକି ପୋଲିସ ପହଞ୍ଚି ବୁଝା ସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି ।
ସାନ ଝିଅ ପାଖରେ ରହୁଥିଲେ
ସୂଚନା ଅନୁସାରେ, ମୃତ ରତ୍ନାଲୁ ରେଡିଙ୍କ ସ୍ୱାମୀ ଓ ଦୁଇ ପୁଅ ମୃତ୍ୟୁ ହୋଇଥିବା ବେଳେ ବଡ଼ବୋହୂ ପଦ୍ମା ଗ୍ରାମରେ ରହିଛନ୍ତି। ରତ୍ନା ଗାଁରେ ବୋହୂଙ୍କ ପାଖରେ ନ ରହି ସାନ ଝିଅ ପାଖରେ ରହୁଥିଲେ। ତେବେ ପୂର୍ବରୁ ରତ୍ନା ତାଙ୍କ ନାମରେ ଥିବା ଏକ ଜମିକୁ ବିକ୍ରି କରି ଟଙ୍କା ଦୁଇ ଝିଅ ଓ ବୋହୂ ମଧ୍ୟରେ ବାଣ୍ଟି ଦେଇଥିଲେ। ସେଥିରୁ ବଳକା ୪ ଲକ୍ଷ ଟଙ୍କାକୁ ତାଙ୍କ ଶେଷକୃତ୍ୟ କରିବା ପାଇଁ ବୋହୂ ନାମରେ ରଖିଥିଲେ।
ଆଉ ତାଙ୍କ ନାମରେ ଥିବା ଘରକୁ ସାନ ଝିଅ ନାମରେ କରିଦେଇଥିଲେ। କିନ୍ତୁ ବୋହୂ ସେଥିରେ ରାଜି ନହେବାରୁ ଘଟଣା ଗାଁ ଲୋକଙ୍କ ପାଖରେ ବିଚାରାଧୀନ ଥିଲା। ଏପରିକି ତାଙ୍କୁ ଗ୍ରାମବାସୀ ବାଛନ୍ଦ କରିଥିବା କଥା ଅଭିଯୋଗ ଆଣିଛନ୍ତି ୨ ଝିଅ। ତେଣୁ ଏବେ ସେମାନେ ୪ ଲକ୍ଷ ଟଙ୍କା ଫେରାଇବା ଓ ବାଛନ୍ଦ ଉଠାଇବାକୁ ଦାବି କରୁଛନ୍ତି। ଅନ୍ୟପଟେ ବୋହୂ କହିଛନ୍ତି ଶବ ମତେ ହସ୍ତାନ୍ତର କଲେ ସତ୍କାର କାର୍ଯ୍ୟ କରିବି।
ଏପଟେ ବାଛନ୍ଦ କଥାକୁ ଗାଁ ସଭାପତି ଖଣ୍ଡନ କରିଛନ୍ତି। ଶବ ଶତ୍କାର ପାଇଁ ଗାଁ ଲୋକ ରାଜିଥିଲେ ମଧ୍ୟ ଝିଅ ମାନେ ରାଜି ନଥିବା କଥା ସେ କହିଛନ୍ତି।
Rohit On Fire: ରୋହିତ ଶର୍ମାଙ୍କ ଛକା ମାଡ଼ରେ ଦୋହଲିଲା ପାକିସ୍ତାନ, ଭାଙ୍ଗିଲା ରେକର୍ଡ

Goodbye with Love: ସେଜଲଙ୍କୁ ବିଦାୟ ବେଳେ ଚିଠି ଲେଖିଥିଲେ ମାଆ, ହୃଦୟର କୋଣରେ ସବୁ ବେଳେ ରହିବ ମୋ ଝିଅ

T-20 Match Rush: ବାରବାଟୀ T-20 ମ୍ୟାଚ୍ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ଅବ୍ୟବସ୍ଥା ଏଡ଼ାଇବାକୁ ବନ୍ଦୋବସ୍ତ

Weekly Horoscope From 1st December 2025 To 7th December 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

Daily Horoscope 1st December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)