• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 18 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 3 weeks ago

Odisha-West Bengal Border Dispute: ଖୁଣ୍ଟ ପୋତୁଛି, ରାସ୍ତା ଭାଙ୍ଗୁଛି; ଓଡ଼ିଶା ସୀମାରେ ଥମୁନି ଦିଦିଙ୍କ ଦାଦାଗିରି !

 ୮୨ ଗାଁ ଉପରେ ପଶ୍ଚିମବଙ୍ଗର ଲୋଲୁପ ନଜର ! ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ଜଳେଶ୍ୱର ବ୍ଲକର ଗୋଟିଏ କି ଦୁଇଟି ନୁହେଁ, ୮୨ଟି ଗାଁ ସୀମା ବିବାଦରେ ଛନ୍ଦି ହୋଇଥିବା ସୂଚନା ମିଳିଛି।  More
  • Saroj Kumar Jena
  • 3 weeks ago

New Ration Cards Distribution in Odisha: ୫ ଲକ୍ଷ ୯୦ ହଜାର ନୂଆ ରାସନ୍ କାର୍ଡ, ଢେଙ୍କାନାଳରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ନିର୍ବାଚିତ ବିଧାୟକ କିମ୍ବା ସାଂସଦ ମାନଙ୍କ ଜରିଆରେ ଏହି ରାସନ କାର୍ଡ ବଣ୍ଟାଯିବାକୁ ଚିଠିରେ ଲେଖାଯାଇଛି। ୨୨ ତାରିଖ ସୁଦ୍ଧା ଯେମିତି ସବୁ ପ୍ରସ୍ତୁତି ଶେଷ ହୁଏ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। More
  • Saroj Kumar Jena
  • 3 weeks ago

Severe Kalabaisakhi in Odisha: କଳାହାଣ୍ଡିଆ ମେଘ ସହ ନିର୍ଦ୍ଧୁମ୍ ଛେଚିଲା କାଳବୈଶାଖୀ, ବାଲେଶ୍ବରରେ ୨ ମୃତ

ମାତ୍ର ଘଣ୍ଟାଏ ପାଇଁ ଆସିଲା, ତାଣ୍ଡବ ରଚି ଚାଲିଗଲା। ପ୍ରଚଣ୍ଡ କାଳବୈଶାଖୀ କୋପରେ ଆଜି ଥରିଛି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଅଞ୍ଚଳ। କାଳବୈଶାଖୀ ବର୍ଷା ପ୍ରଭାବରେ ଆଜି ବେଶ୍ ଭଲରେ ଭିଜିଛି ରାଜଧାନୀ ଆଉ ଅବଶିଷ୍ଟ ଓଡ଼ିଶା। ଆଜି ସକାଳେ ହଠାତ ଖରାଟିଆ ପାଗ, ମେଘୁଆ ରୂପ ନେବା ପରେ ଢୁ ଢୁ ବର୍ଷିଥିଲା କାଳବୈଶାଖୀ ବର୍ଷା। More
  • Sujit kumar Swain
  • 3 weeks ago

OTV Celebrates 28 Years: OTV@29; ୨୮ ପୂରି ୨୯ ବର୍ଷରେ ପାଦ ଥାପିଲା ଓଟିଭି...

ଟେଲିଭିଜନ୍ ପରଦାରେ ଓଡ଼ିଆ ଖବର ପ୍ରସାରଣର ନୂଆ ଯୁଗ ଆରମ୍ଭ କରିଥିବା ଆପଣଙ୍କ ପ୍ରିୟ ଚ୍ୟାନେଲର ଜନ୍ମଦିନରେ, ଆସନ୍ତୁ ଜାଣିବା ଆରମ୍ଭରୁ ଏଯାବତ୍ ଓଟିଭିର ନିରବଚ୍ଛିନ୍ନ ଯାତ୍ରା ବିଷୟରେ... More
  • Minati Mishra
  • 3 weeks ago

Article 142 and Vice President Jagdeep Dhankhar: କ’ଣ ଏହି ଧାରା ୧୪୨: କାହିଁକି ଏହାକୁ ନ୍ୟୁକ୍ଲିୟର ମିସାଇଲ ବୋଲି କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ?

ଏହି ଧାରା ନ୍ୟାୟପାଳିକାକୁ ବିବେକାଧିକାର କ୍ଷମତା ପ୍ରଦାନ କରିଥାଏ ଯାହାର ଅର୍ଥ ହେଉଛି କୋର୍ଟ ଯେ କୌଣସି ମାମଲାରେ ତାର ବିଚାରବୋଧ ଅନୁସାରେ ନିଷ୍ପତ୍ତି ନେଇପାରିବେ । ଏହି ଧାରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ଣ୍ଣ ନ୍ୟାୟ ସୁନିଶ୍ଚିତ କରିବା। ଏହି ଧାରା ବିଭିନ୍ନ ପରିସ୍ଥିତିରେ କୋର୍ଟକୁ ନମନୀୟ କରାଇଥାଏ । More
  • Namita Biswal
  • 3 weeks ago

Heavy Rain In Odisha: ଟ୍ୱିନସିଟିରେ ପ୍ରବଳ ବର୍ଷା; ଜମିଲା ପାଣି, ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ବର୍ଷା । ପ୍ରବଳ ପବନ ଓ ଘଡ଼ଘଡ଼ି ବର୍ଷାରେ ଭିଜିଲା ଟ୍ୱିନସିଟି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ବିଭିନ୍ନ ସ୍ଥାନରେ ପାଣି ଜମିଥିବାର ସୂଚନା । More
  • Namita Biswal
  • 3 weeks ago

Firing in Subarnapur: ରାତିରେ ଘରକୁ ଫେରୁଥିଲେ, ଯୁବକଙ୍କୁ ଗୁଳି ମାରି ଲୁଟିନେଲେ

ଯୁବକଙ୍କୁ ଗୁଳି ମାରି ଲୁଟ୍ ଉଦ୍ୟମ । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କଲେଜ ନିକଟରେ ଏହି ଗୁଳି ଫୁଟିଛି । ଗୁଳିମାଡରେ ଜଣେ ଯୁବକ ଗୁରୁତର । ପଢନ୍ତୁ ପୁରା ଖବର More
  • Namita Biswal
  • 3 weeks ago

Good Friday 2025: କାହିଁକି ପାଳନ କରାଯାଏ ଗୁଡ୍‌ ଫ୍ରାଇଡେ ?

ଆଜି ଗୁଡ୍ ଫ୍ରାଇଡେ, ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏକ ପବିତ୍ର ଦିନ । ଅନେକ ଭାବନ୍ତି ଗୁଡ୍‌ ଫ୍ରାଇଡେ ଏକ ଉତ୍ସବ କିନ୍ତୁ ବାସ୍ତବରେ ଏହା ଏକ ଶୋକ ଦିବସ । ଜାଣନ୍ତୁ ଏହା କାହିଁକି ପାଳନ କରାଯାଏ ଏବଂ କ'ଣ ରହିଛି ଏହି ଦିନର ମହତ୍ତ୍ୱ... More
  • Deepak Acharya
  • 3 weeks ago

Panchang Today 18th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର। ଚନ୍ଦ୍ର- ବିଛା ଦିବା ୦୮.୨୦ ଗତେ ଧନୁ। ତିଥି- ୫ମୀ ସନ୍ଧ୍ୟା ୦୫.୦୭ ଗତେ ୬ଷ୍ଠୀ।ଘାତଚନ୍ଦ୍ର- ଦିବା ୦୮.୨୦ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି। More
  • Namita Biswal
  • 3 weeks ago

Kalbaisakhi Rain in Odisha: ଆହୁରି ୨ ଦିନ କାଳବୈଶାଖୀ ! ଆଜି ୧୫ ଜିଲ୍ଲାରେ ଛେଚିବ ବର୍ଷା

ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ଆଜି ୧୫ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । More
  • Saroj Kumar Jena
  • 3 weeks ago

Odia Culture and Tradition: ଲୋପ ପାଉଛି ଲୋକ କଳା ଓ ସଂସ୍କୃତି, କୈବର୍ତ୍ତ ଜାତି ପକ୍ଷରୁ ଘୋଡା ନାଚ

ବିଲୁପ୍ତ ହେବାକୁ ବସିଲାଣି ଲୋକ କଳା ଓ ଲୋକ ସଂସ୍କୃତି। ଗ୍ରାମୀଣ ପରମ୍ପରାକୁ ଲୋକେ ଭୁଲିବାକୁ ବସିଲେଣି। ତଥାପି ଇଣ୍ଟରନେଟ ଓ ସୋସିାଆଲ ମିଡିଆ ଯୁଗରେ ବି ଲୋକକଳାକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଛନ୍ତି କୈବର୍ତ୍ତ ସମାଜ। More
  • Saroj Kumar Jena
  • 3 weeks ago

rusikulya Rivers Drying in Odisha: ଶୁଷ୍କ ହେଉଛି ଋଷିକୂଲ୍ୟା, ସୃଷ୍ଟି ହେଇଛି ମରୁଭୂମିର ଭ୍ରମ

ଜଳସ୍ରୋତ କମିବା ସହ କିଛି ସ୍ଥାନରେ ମରୁଭୂମି ଭଳି ଦେଖାଯାଉଥିବା ବେଳେ, ଆଗକୁ ଗ୍ରୀଷ୍ମ ଆସୁଥିବାରୁ ବଡ଼ ଜଳକଷ୍ଟ ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ। ସେପଟେ ବର୍ଷାଭାବ, ନଦୀବନ୍ଧ ଓ ବେଆଇନ ବାଲି ଉଠାଣକୁ ଦାୟୀ କରିଛନ୍ତି ପରିବେଶବିତ୍ । More
  • Saroj Kumar Jena
  • 3 weeks ago

Bhadark Violence Political Tension: ରାଜନୈତିକ ବିବାଦରୁ ଗୋଷ୍ଠୀ ସଂଘର୍ଷ, ବୋମାମାଡରେ ୭ ଜଣ ଗୁରୁତର

ଭଦ୍ରକ ତିହିଡି ଥାନା କାଁପଡ଼ାରେ ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼ । ରାଜନୈତିକ ବିବାଦରୁ ଗଣ୍ଡଗୋଳ ଘଟିଥିବା କୁହାଯାଉଛି। ଏଥିରେ ୭ଜଣ ଗୁରୁତର ହୋଇଛନ୍ତି। More
  • Santosh Kumar Sahoo
  • 3 weeks ago

BJD Organizational Elections: ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ

ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସଂଗଠନ ରଖିବାକୁ ଆସିପାରେ ଢାଞ୍ଚା ଗତ ପରିବର୍ତ୍ତନ । ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ । ତା ସାଙ୍ଗକୁ ଛାମୁଆ ସଂଗଠନ ଦାୟିତ୍ବ ବି ବାଣ୍ଟିବେ । More
  • Santosh Kumar Sahoo
  • 3 weeks ago

Hirakud Bridge Project: ହୀରାକୁଦ ଡ୍ୟାମ ଉପରେ ହେବ ରାଜ୍ୟର ସବୁଠୁ ବଡ଼ ସେତୁ, ଯୋଡ଼ିବ ସଂପର୍କ...କମିବ ଦୂରତା

ଯୋଡିବ ସମ୍ପର୍କ, କମିବ ଦୂରତା, ହେବ ଆର୍ଥିକ ବିକାଶ । ସୁପ୍ତ ପ୍ରାୟ ସାମାଜିକ ସମ୍ପର୍କକୁ ପୁଣି ସୁଦୃଢ଼ କରିବ ସମ୍ପର୍କର ସେତୁ । ଦୀର୍ଘ ୬ ଦଶନ୍ଧି ପରେ ପଶ୍ଚିମ ଓଡ଼ିଶାର ଲାଇଫ୍ ଲାଇନ ପାଲଟିବାକୁ ଯାଉଛି ହୀରାକୁଦ ଡ୍ୟାମ ଉପରେ ନିର୍ମାଣ ହେବାକୁ ଯାଉଥିବା ଓଡ଼ିଶାର ସବୁଠୁ ଦୀର୍ଘତମ ସେତୁ । More