ସଂକ୍ଷେପରେ ଆଜିର ତାଜା ଖବର - Wednesday, 05 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Ind Vs Eng ODI: ବାରବାଟୀ ମ୍ୟାଚ୍‌ ପାଇଁ ସରିଗଲା ଟିକେଟ୍‌, କାଲି ଆଉ କାଉଣ୍ଟରରେ ହେବନି ବିକ୍ରି

ଆଜି ସନ୍ଧ୍ୟା ସୁଦ୍ଧା ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ର ସମସ୍ତ ଟିକେଟ୍‌ ବିକ୍ରି ହୋଇସାରିଛି । More

BJD: ହାରକୁ ଗ୍ରହଣ କରିପାରୁନାହାନ୍ତି ବରିଷ୍ଠ ବିଜେଡି ନେତା, ନିଇତି ନୂଆ ନୂଆ କାରଣ କହି ମାରୁଛନ୍ତି ତୀର

ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ପରେ ଗତକାଲି ମହେଶ ସାହୁ ଆଉ ଆଜି ଭୂପିନ୍ଦର ସିଂ ବି ହାରିବା କାରଣ ବଖାଣିଛନ୍ତି । More

Barabati Match Ticket: ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ଟିକେଟ୍ ପାଇଁ ଲଢ଼େଇ, ଦଳାଚକଟା ସ୍ଥିତିରେ ସନ୍ତୁଳି ହେଲେ ଦର୍ଶକ

ଇଣ୍ଡିଆ-ଇଂଲଣ୍ଡ ଫାଇଟ୍ ପୂର୍ବରୁ ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ...ସାଂଘାତିକ ସ୍ଥିତି...ଚରମ ଅବ୍ୟବସ୍ଥା....ଜୀବନକୁ ପାଣି ଛଡ଼ାଇ ଧାଡ଼ିବାନ୍ଧିଥିବା କ୍ରିକେଟ ପ୍ରେମୀଙ୍କ ଅବସ୍ଥା ବେହାଲ । More

Vigilance Raid: ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ, ବାବୁଙ୍କ ଘରେ ଟଙ୍କାର ଭଣ୍ଡାର ଦେଖି ତାଜୁବ ହେଲା ଭିଜିଲାନ୍ସ

ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ । ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜୟପୁର ବାସଭବନରୁ ପାଖାପାଖି ୨ କୋଟିର ନଗଦ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ ହୋଇଛି । More

Jaga Mission: ଥିଲାବାଲାଙ୍କୁ ଜାଗା ମିଶନରେ ମିଳିଛି ପଟ୍ଟା; ବିଏମ୍‌ସିରେ ଖୋଲୁଛି ଗୁମର

ଭୁବନେଶ୍ୱର ମହାନଗର ନିଗମ(BMC) କର୍ତ୍ତୃପକ୍ଷ ପୂର୍ବରୁ ଜାଗା ମିଶନରେ ପଟ୍ଟା ଯୋଗାଇଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ଜାଗା ମିଶନରେ ଚୟନ ହୋଇଥିବା କିଛି ଅଯୋଗ୍ୟ ହିତାଧିକାରୀ ଏବେ ହାତେଇବାକୁ ବସିଛନ୍ତି ଆବାସ ଯୋଜନାରେ ଘର। More

Barabati Match Ticket: ପାଇଲେନି ବାରବାଟୀ ମ୍ୟାଚ୍‌ ଟିକେଟ୍‌, ଭାଙ୍ଗିଲେ ବ୍ୟାରିକେଡ୍‌

ତେବେ ସନ୍ଧ୍ୟା ୬ଟାରେ ଟିକେଟ୍‌ କାଉଣ୍ଟର ବନ୍ଦ ହୋଇଯିବାରୁ ସେଠାରେ ଉପସ୍ଥିତ ଥିବା ଲୋକ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି । ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି ଲୋକେ । More

Vigilance Raid: ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଟଙ୍କାର ପାହାଡ଼; ଦେଢ଼ କୋଟି ଜବତ

ଚଢ଼ାଉ ବେଳେ ଜୟପୁର ବାସଭବନରୁ ବିଡ଼ା ବିଡ଼ା ଟଙ୍କା ପାଇଛି ଭିଜିଲାନ୍ସ। ଠାବ ହୋଇଥିବା ଟଙ୍କା ପ୍ରାୟ ଦେଢ କୋଟି ହେବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଟଙ୍କା ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ। More

Road Accident: ମୃତ୍ୟୁ ପରେ ବି ଅମର ମୁନି; ଆଉ କାହା ଆଖିରେ ବଞ୍ଚିବ ବାପାମାଆଙ୍କ ନିରିମାଖି

ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ହେଲେ ଝିଅରମୃତ୍ୟୁ ପରେ  ଛାତିରେ ପଥର ଲଦି ନେଇଛନ୍ତି ଏକ ମହତ ନିଷ୍ପତ୍ତି। ଦୁର୍ଘଟଣାରେ ଝିଅର ମୃତ୍ୟୁ ପରେ ତାର ଚକ୍ଷୁଦାନ କରିଛନ୍ତି। । More

Barabati Match: ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍; ଟିକେଟ୍ ପାଇଁ ରାତିରୁ ଲମ୍ବା ଲାଇନ

ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଆଜିଠୁ ୨ ଦିନ ଯାଏଁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍। More

 Panchang Today 5th February 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଚନ୍ଦ୍ର- ମେଷ ରାତ୍ରି ୦୨.୧୬ ଗତେ ବୃଷ । ତିଥି- ୮ମୀ ରାତ୍ରି ୧୨.୩୫ ଗତେ ୯ମୀ । ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୨.୧୬ ଗତେ ବିଛା ରାଶିର । ଘାତବାର- କର୍କଟ ରାଶିର  । ପୁଷ୍କର ଦୋଷ- ରାତ୍ରି ୦୮.୩୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ । More

National Defence College: ଓଡ଼ିଶା ଗସ୍ତରେ ନ୍ୟାସନାଲ ଡିଫେନ୍ସ କଲେଜର ପ୍ରତିନିଧି ଦଳ

ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ଭଳି ମେଗା ଇଭେଣ୍ଟକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରୁ ଓଡ଼ିଶା ପୋଲିସର ମୁଖ୍ୟ ଭୂମିକାକୁ ସ୍ୱାଗତ କରିଥିଲେ ପ୍ରତିନିଧି ମଣ୍ଡଳୀ। More

No Officer In Govt Office: ମୁରବୀ ଶୂନ୍ୟ ସହର, ଭଗବାନଙ୍କ ଦୟାରୁ ଜୀଉଁଛନ୍ତି ଲୋକେ!

ମୁରବୀ ଶୂନ୍ୟ ହୋଇପଡ଼ିଛି ସହର। ଗୁରୁତ୍ୱପୂର୍ଣ୍ଣ ଚାରୋଟି ବିଭାଗରେ ନାହାଁନ୍ତି ଅଧିକାରୀ। ଅତିରିକ୍ତ ଦାୟିତ୍ୱରେ ଚାଲିଛି ସରକାରୀ କାର୍ଯ୍ୟାଳୟ।। More

Mo Bus Accident in Bhubaneswar: ରାସ୍ତାରେ ଲୋଟିଛି ସାଇକେଲ୍... ଆଗରେ ଝୁଲିଛି ବିସ୍କୁଟ ଜରି...

ଦୋକାନକୁ ଫୁଲ ଦେବା ପାଇଁ ଓ ବିସ୍କୁଟ ନେବା ପାଇଁ ଆସିଥିଲା ମୀନତି ଓରଫ୍‌ ମୁନୀ। ସାଇକେଲରେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। More

Countdown Begins for Barabati Battle: ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ୍; ସ୍ବତନ୍ତ୍ର ପ୍ୟାଭେଲିୟନରେ ମ୍ୟାଚ୍ ଦେଖିବେ ରାଜ୍ୟର ଗୌରବ

ସୁପର୍ ସଣ୍ଡେରେ ଇଣ୍ଡିଆ-ଇଂଲଣ୍ଡ ସୁପର ଟକ୍କରକୁ ଆଉ ମାତ୍ର 4 ଦିନ । ତେଣୁ ଜୋରଦାର ହୋଇଛି ପ୍ରସ୍ତୁତି। ହେଲେ ବଡ଼ କଥା ହେଉଛି ଏଥର ପ୍ରଥମଥର ପାଇଁ ଷ୍ଟାଡିୟମରେ ଲିଜେଣ୍ଡାରୀ ବକ୍ସର ବ୍ୟବସ୍ଥା କରିଛି ଓସିଏ। More

IAS Officers Will Go To Village: ଗ୍ରାଉଣ୍ଡରେ କେତେ ପହଞ୍ଚୁଛି ସରକାରଙ୍କ ଯୋଜନା? ସ୍ଥିତି ପରଖିବାକୁ ଗାଁକୁ ଯିବେ ବାବୁ

ଆଇଏଏସ୍ ଡିକେ ସିଂଙ୍କୁ ଜଗତସିଂହପୁର, ସୁରେନ୍ଦ୍ର କୁମାରଙ୍କୁ ଯାଜପୁର, ଜି. ମାଥିଭାଥନନଙ୍କୁ ବଲାଙ୍ଗୀର, ହେମନ୍ତ ଶର୍ମାଙ୍କୁ ସମ୍ବଲପୁର, ଅରବିନ୍ଦ ପାଢୀଙ୍କୁ ପୁରୀ, ଶ୍ୱାଶତ ମିଶ୍ରଙ୍କୁ ଢେଙ୍କାନାଳ, ବିଶାଲ ଦେବଙ୍କୁ ବାଲେଶ୍ୱର ଓ ଉଷା ପାଢୀଙ୍କୁ ଭଦ୍ରକ ଭଳି ୩୦ ଜିଲ୍ଲା ଗସ୍ତ ପାଇଁ ୩୦ ଆଇଏଏସଙ୍କୁ ନିର୍ଦ୍ଦେଶ ଦିଆଯାଇଛି। More