ସଂକ୍ଷେପରେ ଆଜିର ତାଜା ଖବର - Tuesday, 26 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟଙ୍କୁ ଘରେ ପୁରାଇ ପିଟିଲେ ଡାକ୍ତର

ଏସସିବି ମେଡିକାଲ ମେଡିସିନ ୱାର୍ଡରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ମୁହାଁମୁହିଁ ହୋଇଥିଲେ ରୋଗୀ ସଂପର୍କୀୟ ଓ ଡାକ୍ତର । ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ କରିବାରୁ ରୋଗୀଙ୍କ ସଂପର୍କୀୟଙ୍କୁ ଗୋଟିଏ ଘରେ ପୁରାଇ କବାଟ ବନ୍ଦ କରିଦେବା ସହ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । More

ଜୁନ୍‌ ପ୍ରଥମ ସପ୍ତାହରେ ଜୟପୁରରୁ ଉଡ଼ିବ ବିମାନ

ମିଶନ ଶକ୍ତି ଦ୍ୱାରା ର୍ନିମାଣ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଉଷା ପାଢ଼ୀ । More

ପୁଣି କଂଗ୍ରେସରେ ତୁତୁ- ମେଁମେଁ ! ଏଥର ସୁର-ନିରଞ୍ଜନ

କୌଣସି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ସୁର ।  More

କିଏ ଧରିବ ପିସିସି ମଙ୍ଗ ? ରେସ୍‌ରେ ଏହି ତିନି ନେତା..

ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ତିନୋଟି ନାଁ କୁ ନେଇ ହେଉଛି ଜୋରଦାର ଚର୍ଚ୍ଚା । More

ଆନ୍ଦୋଳନକୁ ମିଳିଲାନି ଅନୁମତି, ତଥାପି ଜିଦ୍‌ରେ ଅଟଳ ଅପରାଜିତା ! ବାତିଲ ହେବନି ପୁରୀ ଗସ୍ତ

ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିପାଖେ ବେଆଇନ୍ ଖନନକୁ ବିରୋଧ କରି ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବାକୁ ସଜବାଜ ହୋଇଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆଇନଶୃଙ୍ଖଳାକୁ ସମ୍ମାନ ଜଣାଇ ଆସନ୍ତାକାଲିର ଶୋଭାଯାତ୍ରାକୁ ସ୍ଥଗିତ ରଖିଛି । More

ମୁଥ ମାରି ଶିକ୍ଷାଧିକାରୀଙ୍କ ନାକ ଫଟାଇଦେଲେ ଦମ୍ପତି

DEOଙ୍କ ସହ ଆଲୋଚନା କରୁଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା । More

ଆହୁରି ତାତିବ ! ରାଜ୍ୟରେ ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଝାରସୁଗୁଡ଼ାରେ ତାପମାତ୍ରା ୪୩.୯ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଛି । ସେହିଭଳି ବାରିପଦାରେ ୪୩.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୩.୬ ଡିଗ୍ରୀ More

ବସ୍‌- ଟ୍ରକ୍‌- ବାଇକ୍‌, ଆପେ ଆପେ ଜଳିଗଲା !

ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । More

ଅପରାଜିତାଙ୍କ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନକୁ ଝଟ୍‌କା, ମିଳିଲାନି ଜିଲ୍ଲାପାଳଙ୍କ ଅନୁମତି

ଅନୁମତି ନମିଳିବା ପରେ ଏବେ ଅପରାଜିତା କ’ଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।  More

ଗିରଫ ହେଲେ କୋଟିପତି GRS, ୫୯ ପ୍ଲଟ୍‌ ସହ ଆଖି ଟେରା ହେଲା ଭଳି ସମ୍ପତ୍ତି ରଖିଥିଲେ

ବାବୁଲି ପଢ଼ିଆରି ଜଣେ ଜିଆରଏସ୍‌ ହୋଇ ମଧ୍ୟ ୫୯ ପ୍ଲଟ୍‌ର ମାଲିକ । ତେବେ ଏହି ସମ୍ପତ୍ତି କେଉଁଠୁ ଆସିଲା, କିଏ ଦେଲା ? ବାବୁଲି ସତ କହୁଛନ୍ତି ନା ମିଛ ? ଏନେଇ ଭିଜିଲାନ୍ସ ତଦନ୍ତ ଚଳାଇଛି । More

ନିଜର ହାଣ୍ତସମ୍‌ ଲୁକ୍‌ରେ ପାଗଳ କରୁଥିଲେ ଯୁବତୀଙ୍କୁ ଓ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

ସାମ୍ନାକୁ ଆସିଲା ସୁମନଙ୍କ ସାଙ୍ଘାତିକ ସତ। ନିଜର ସୁନ୍ଦର ଚେହେରା, ଆଉ ମିଠା କଥା ପାଇଁ ସୁନ୍ଦର ଯୁବତୀଙ୍କ ସହ ରଖୁଥିଲେ ଲିଭ୍‌ ଇନ୍ଜ‌ ରିଲେସନସିପ୍‌। ପ୍ରେମର ମାୟାଜାଲରେ ଏମିତି ଛନ୍ଦି ଦେଉଥିଲେ ଯେ, ସୁମନଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ତରୁଣୀ ଯୁବତୀ । More

ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ ; ୨୯ ଯାଏ ଖରାରୁ ମିଳିବନି ତ୍ରାହି

ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ । ଆସନ୍ତା ୨୯ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । More

ମେ ୨ ଯାଏ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ

ଉଚ୍ଚଶିକ୍ଷା ବିଭାଗ ଏ ନିଷ୍ପତ୍ତି ନେଇଛି। More

ଦୋକାନ୍ ସାମ୍ନାରୁ ଲୁଟିନେଲେ ୩ କେଜି ସୁନା ଗହଣା

ଦୋକାନ ସାମ୍ନାରୁ ଲୁଟି ନେଲେ ୩ କେଜି ସୁନା ଗହଣା । ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି । More

BREAKING: ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀ ମୃତ, ମା ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ଭାଇ ଭଉଣୀ ମୃତ, ମା ଗୁରୁତର । ଗଂଜାମ ଜିଲ୍ଲା ରମ୍ଭା ଥାନା ଗଡ଼ଗୁମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅଛନ୍ତି । More

ଭୋଜି ଖାଇବାକୁ ଡାକିନେଇ ପିଟିପିଟି ମାରିଦେଲେ !

ଭୋଜି ହେଲା କାଳ । ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡମେମ୍ବରଙ୍କୁ ନୃଶଂସ ଭାବେ ପିଟିପିଟି ମାରିଦେଲେ ୪ ଦୃର୍ବୁତ୍ତ । More

ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ପାଇଁ ୩୮ଟି ସ୍ପେସାଲ୍ ସ୍କ୍ୱାଡ୍

ମାଟ୍ରିକ୍ ପରୀକ୍ଷା ପାଇଁ ଗଠନ ହେଲା ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ । ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୩୦ ଜିଲ୍ଲା ପାଇଁ ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରିଛନ୍ତି। More

ସ୍କୁଲ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଛାତ୍ରୀ

ସ୍କୁଲ ଯାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତର ଚୁଲିମାଳ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା । More

ଲକ୍ଷାଧିକ ଟଙ୍କାର ପାଇଥିବା ସୁନାଗହଣାକୁ ଫେରାଇଦେଲେ ଅଟୋ ଡ୍ରାଇଭର

୩ କିଲୋମିଟର ଆସିବା ପରେ ଦେଖିଲେ ଗୋଟେ ଭ୍ୟାନିଟି କିଏ ଛାଡିଥିବା ଦେଖିଥିଲେ। More

୫ ସେକେଣ୍ଡରେ ଖେଳ ଶେଷ ! ସ୍କୁଟି ଡିକି ତାଡ଼ି ଲୁଟି ନେଲେ ୨ ଲକ୍ଷ ଟଙ୍କା

ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ । More

ଆଜିଠୁ ୫ ଦିନ ସ୍କୁଲ ଛୁଟି

ଆଜିଠାରୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି ।  More

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ । More

ବିଦ୍ୟୁତ୍ ବଳକା ରାଜ୍ୟ କୁହାଯାଉଥିବା ଓଡ଼ିଶା କାହିଁକି ୨୪ ଘଣ୍ଟିଆ ବିଜୁଳି ଯୋଗାଣରେ ବିଫଳ?

ଘନ ଘନ ବିଜୁଳି କାଟ୍ ଅଘୋଷିତ ଭାବେ ମନଇଛା ହେଉଥିବା ପାୱାର କଟ୍‌କୁ ନେଇ ବଢୁଛି ଅସନ୍ତୋଷ । ପ୍ରବଳ ଖରା ଓ ଗରମ ସମୟରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଆକ୍ତାମାକ୍ତା କରିପକାଯାଉଛି । More

ମଦ୍ୟପ ମାମୁଁ ! ଭାଣିଜୀ ଦେହରେ ଲଗାଇଲା ନିଆଁ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି । More

ସୂର୍ଯ୍ୟଙ୍କ ପ୍ରଚଣ୍ତ କୋପରେ ତ୍ରାହି ତ୍ରାହି ଓଡ଼ିଶା; ଖରା ତାତିଠୁ ବଳି ଯାଉଛି ଭୋକର ଜ୍ୱାଳା

ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍‌କିଲ । ଅତି ଅବଶ୍ୟକ ନଥିଲେ ଲୋକେ ଘରୁ ଗୋଡ କାଢୁ ନାହାନ୍ତି । ସପ୍ତାହେ ହେଲା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରଭାବକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। More

ପୁଣି SCB ମେଡିକାଲରେ ଉତ୍ତେଜନା, ଡାକ୍ତରଙ୍କ ମାଡ଼ରେ ରୋଗୀ ସମ୍ପର୍କୀୟ ଆହତ

ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି । More