/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650961358.jpg)
College class remain closed
ଆସନ୍ତାକାଲିଠାରୁ ମେ ୨ ଯାଏ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ। ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ। କାଲିଠାରୁ ୨ ତାରିଖ ଯାଏ ହେବନି କ୍ଲାସ ରୁମ୍ ପାଠପଢ଼ା। ପ୍ରବଳ ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ନେଇଛି।
Advertisment
ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ଆଜିଠୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ । ଆଜିଠାରୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି ରହିବ । ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏହି ନିଷ୍ପତ୍ତି ନିଆଯାଇଥିଲା।
ଗତ କିଛି ଦିନ ଧରି ସାରା ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ପାଇଁ ଅଭିଭାବକ ମହଲରେ ଦାବି ହୋଇ ଆସୁଥିଲା । ପ୍ରବଳ ଖରାକୁ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜିଠୁ ୫ ଦିନ ଯାଏଁ ସ୍କୁଲ ବନ୍ଦ କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)