• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଷାକ୍ତ ଖାଦ୍ୟ ଖାଇ ଭାଇ ଭଉଣୀ ମୃତ, ମା ଗୁରୁତର । ଗଂଜାମ ଜିଲ୍ଲା ରମ୍ଭା ଥାନା ଗଡ଼ଗୁମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅଛନ୍ତି । ଗୁରୁତର ଅସୁସ୍ଥ ମାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଉଭୟ ମୃତକଙ୍କ ମଧ୍ୟରୁ ମୃତ ଭାଇର ବୟସ ୨ ବର୍ଷ ହୋଇଥିବାବେଳେ ଭଉଣୀର ବୟସ ୪ ବର୍ଷ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, କାଲି ରାତିରେ ଖାଦ୍ୟ ଖାଇବା ପରେ ସମସ୍ତଙ୍କର ବାନ୍ତି ହୋଇଥିଲା । ଯାହା ପରେ ୩ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଭାଇ, ଭଉଣୀଙ୍କ ମୃତ୍ୟୁ ହୋଇଥିଲା । ତେବେ କେଉଁ ବିଷାକ୍ତ ଖାଦ୍ୟ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।