Advertisment

ପାଣିପାଗ ବିଭାଗର ପୂର୍ବାନୁମାନ- ୭ ଜିଲ୍ଲାରେ ବର୍ଷା ସମ୍ଭାବନା !

ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ରାଜ୍ୟରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Rainfall Alert For Odisha

Rainfall Likely In 7 Districts Of Odisha

Advertisment

ରାଜ୍ୟରେ ଶୀତର ପ୍ରକୋପ କମିଛି। ପୂର୍ବ ତୁଳନାରେ ଶୀତର ପ୍ରକୋପ ସାମାନ୍ୟ କମ୍‌ ରହିଛି। ଉତ୍ତର ଓଡ଼ିଶା ର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ରାଜ୍ୟରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,  ଭଦ୍ରକ,  ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି।

ସେହିପରି କିଛି ସ୍ଥାନରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। ଗଜପତି,  ଗଂଜାମ , କଳାହାଣ୍ଡି, କନ୍ଧମାଳ, ବୌଦ୍ଧଅନୁଗୋଳ,   ଢେଙ୍କାନାଳ ଓ  କଟକ ରେ ଘନ କୁହୁଡ଼ି ହୋଇପାରେ। ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ହାଲୁକାରୁ ସାମାନ୍ୟ କୁହୁଡ଼ି ହେବା ସମ୍ଭାବନା ରହିଛି।  ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ଏତେଟା ପରିବର୍ତ୍ତନ ଆସି ନପାରେ। ଏନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।w

Advertisment
Weather Update Rain Alert Rain In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ