/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681895925.jpg)
Weather Update
ରାଜ୍ୟରେ ୨୧ ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି । ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ଦୁଇ ଦିନ ପରେ ତାପମାତ୍ରା ହ୍ରାସ ପାଇବ । ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି ।
ସାରା ରାଜ୍ୟରେ ବର୍ଷୁଛି ନିଆଁ । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ଥିବା ବେଳେ କେଉଁଝର ୩୯.୨, ଭୁବନେଶ୍ୱର ଓ ସମ୍ବଲପୁର ୩୯ ଡିଗ୍ରୀ ତାପମାତ୍ରା ରହିଛି ।
ସେହିପରି ବାଲେଶ୍ବର ରେ ୩୭.୮, ହୀରାକୁଦରେ ୩୭.୮, ଚାନ୍ଦବାଲିରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୧ ତାରିଖ ଯାଏଁ ଏପରି ଗରମରୁ ମୁକ୍ତି ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର। ତାପମାତ୍ରା ବୃଦ୍ଧି ପାଉଥିବାରୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅଧିକ ପଢ଼ନ୍ତୁ: ସାରା ରାଜ୍ୟରେ ବର୍ଷୁଛି ନିଆଁ, ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍
ସୁନ୍ଦରଗଡ, ମୟୁରଭଞ୍ଜ, କେଉଁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାକୁ ସତର୍କ କରାଯାଇଛି। ୨୧ ତାରିଖ ପରଠୁ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ଆକଳନ କରିଛି ବିଭାଗ। ଏବେ ଆସନ୍ତୁ ନଜର ପକାଇବା କିଛି ସହରର ତାପମାତ୍ରା ଉପରେ..
ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା :
ଝାରସୁଗୁଡା: ୪୦.୮ ଡ଼ିଗ୍ରୀ
କେନ୍ଦୁଝର:୩୯.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୯.୦ ଡ଼ିଗ୍ରୀ
ସମ୍ବଲପୁର: ୩୯.୦ ଡ଼ିଗ୍ରୀ
ବାଲେଶ୍ୱର: ୩୭.୮ ଡ଼ିଗ୍ରୀ
ହୀରାକୁଦ: ୩୭.୮ ଡ଼ିଗ୍ରୀ
ଚାନ୍ଦବାଲି: ୩୭. ୪ଡ଼ିଗ୍ରୀ
ପୁରୀ: ୩୪.୦ ଡ଼ିଗ୍ରୀ
ଗୋପାଳପୁର:୩୩.୬ ଡ଼ିଗ୍ରୀ
ପାରାଦୀପ: ୩୨.୪ ଡ଼ିଗ୍ରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)