Advertisment

Afro Asia Cup Cricket 2024: ୧୭ ବର୍ଷ ପରେ ଆରମ୍ଭ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ, ଏକାଠି ଖେଳିବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ !

ଯଦି ଏହି ଟୁର୍ଣ୍ଣାମେଣ୍ଟ ହୁଏ ତେବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ଙ୍କ ଭଳି ଖେଳାଳି ଗୋଟିଏ ଦଳରେ ଖେଳୁଥିବାର ନଜର ଆସିବେ । ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ବେଶ୍‌ ରୋମାଞ୍ଚକର ହେବ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Afro-Asia Cup set to be revived

Afro-Asia Cup set to be revived

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ପ୍ରାୟ ଦୁଇ ଦଶନ୍ଧି ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହୋଇପାରେ ଆଫ୍ରୋ-ଏସିଆ କପ୍ । ଯେଉଁଥିରେ ଏସିଆ ଏକାଦଶ ଏବଂ ଆଫ୍ରିକା ଏକାଦଶ ମଧ୍ୟରେ ହ୍ୱାଇଟ୍‌ ବଲ୍‌ ଖେଳାଯିବ । ଆଫ୍ରିକୀୟ କ୍ରିକେଟ୍ ଆସୋସିଏସନ୍ (ACA) ଏହାର ବାର୍ଷିକ ସମ୍ମିଳନୀରେ ଏହି ଟୁର୍ଣ୍ଣାମେଣ୍ଟର ପୁନଃଆରମ୍ଭ ବିଷୟରେ ଚର୍ଚ୍ଚା ହୋଇଥିଲା । ​ଯେଉଁଥିରେ ୬ ଜଣିଆ ମଧ୍ୟବର୍ତ୍ତୀକାଳୀନ କମିଟି ମଧ୍ୟ ଗଠନ କରାଯାଇଥିଲା । କମିଟିର ଉଦ୍ଦେଶ୍ୟ ହେଉଛି ACAକୁ ମଜବୁତ କରିବା ଏବଂ ଆନ୍ତର୍ଜାତୀୟ ସ୍ତରରେ ଆଫ୍ରିକୀୟ ଖେଳାଳିଙ୍କ ପାଇଁ ଅଧିକ ପ୍ରତିଯୋଗିତାମୂଳକ ସୁଯୋଗ ସୃଷ୍ଟି କରିବା ।

Advertisment

ଯଦି ଏହି ଟୁର୍ଣ୍ଣାମେଣ୍ଟ ପୁନର୍ବାର ହୁଏ, ତେବେ ଗୋଟିଏ ଦଳରେ ଭାରତପାକିସ୍ତାନର ଖେଳାଳିଙ୍କୁ ଦେଖିବାକୁ ମିଳିବ । ବର୍ତ୍ତମାନ ଭାରତ-ପାକିସ୍ତାନ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିପକ୍ଷରେ ଖେଳନ୍ତି । ଯଦି ଏହି ଟୁର୍ଣ୍ଣାମେଣ୍ଟ ହୁଏ ତେବେ ବିରାଟ-ବାବରରୋହିତ-ରିଜୱାନ୍‌ଙ୍କ ଭଳି ଖେଳାଳି ଗୋଟିଏ ଦଳରେ ଖେଳୁଥିବାର ନଜର ଆସିବେ । ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ବେଶ୍‌ ରୋମାଞ୍ଚକର ହେବ ।

ଅଧିକ ପଢ଼ନ୍ତୁ: Mission 2036 Olympics: ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ, IOCକୁ ଚିଠି ଲେଖିଲା IOA

Advertisment

ACAର ମଧ୍ୟବର୍ତ୍ତୀକାଳୀନ ସଭାପତି ତଥା ଜିମ୍ବାୱେ କ୍ରିକେଟ୍ ଅଧ୍ୟକ୍ଷ ତଭେଙ୍ଗା ମୁଖଲାନି କହିଛନ୍ତି, ‘ଆଫ୍ରୋ-ଏସିଆ କପ୍ କେବଳ କ୍ରୀଡା ପାଇଁ ନୁହେଁ ବରଂ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଉଭୟ ମହାଦେଶରେ ଖେଳାଳି ଏବଂ ଦର୍ଶକଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରବଳ ଉତ୍ସାହ ରହିଛି ।’ ଯଦିଓ ଏସିଆନ କ୍ରିକେଟ୍ ପରିଷଦ (ଏସିସି) ତରଫରୁ ଏପର୍ଯ୍ୟନ୍ତ ଔପଚାରିକ ଭାବେ କୌଣସି ପ୍ରତିକ୍ରିୟା ଆସିନାହିଁ, ତଥାପି ଟୁର୍ନାମେଣ୍ଟ ପୁନଃଆରମ୍ଭ ହେବାର ସମ୍ଭାବନା ରହିଛି ।

ଆଫ୍ରୋ-ଏସିଆ କପ୍ ଏପର୍ଯ୍ୟନ୍ତ କେବଳ ଦୁଇଥର ଖେଳାଯାଇଛି । ୨୦୦୫ରେ ଦକ୍ଷିଣ ଆଫ୍ରିକାରେ ଏବଂ ୨୦୦୭ରେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ୨୦୦୫ ଆଫ୍ରୋ-ଏସିଆ କପରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯାଇଥିଲା । ଯେଉଁଥିରେ ବର୍ଷା ହେତୁ ଗୋଟିଏ ମ୍ୟାଚକୁ ରଦ୍ଦ କରାଯାଇଥିଲା । ଅବଶିଷ୍ଟ ମ୍ୟାଚ୍ ପରେ ସିରିଜ୍ ୧-୧ ରେ ଡ୍ର’ ହୋଇଥିଲା । ସେତେବେଳେ ଦଳରେ ବିରେନ୍ଦ୍ର ସେହ୍ବା-ଗ, ସହିଦ ଆଫ୍ରିଦି ଏବଂ ସନଥ ଜୟସୁରିଆଙ୍କ ଭଳି ଷ୍ଟାର କ୍ରିକେଟର ଏକାଠି ଖେଳୁଥିବା ଦେଖିବାକୁ ମିଳିଥିଲା ।

। ୨୦୦୭ରେ ଭାରତରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଏସିଆ ଏକାଦଶ ସମସ୍ତ ତିନୋଟି ମ୍ୟାଚରେ ବିଜୟଲାଭ କରିଥିଲା । ୨୦୦୭ରେ ଗୋଟିଏ ଟିମ୍‌ରେ ଶୋଏବ ଅଖତର, ଏମଏସ ଧୋନି, ଜାହିର ଖାନ, ସୌରଭ ଗାଙ୍ଗୁଲି, ସଚିନ୍ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ, ଯୁବରାଜ ସିଂ ଏବଂ ମହମ୍ମଦ ଆସିଫଙ୍କ ଭଳି ଖେଳାଳି ରହିଥିଲେ ।

୨୦୦୫ ଓ ୨୦୦୭ ପରେ ଏହି ଟୁର୍ଣ୍ଣାମେଣ୍ଟ ୨୦୦୯ରେ କେନିଆରେ କରିବାକୁ ଯୋଜନା କରାଯାଇଥିଲା । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇପାରିନଥିଲା । ବର୍ତ୍ତମାନ, ପ୍ରାୟ କୋଡିଏ ବର୍ଷ ପରେ, ଏହି ଟୁର୍ଣ୍ଣାମେଣ୍ଟକୁ ପୁଣି ଥରେ ଆୟୋଜନ କରିବାକୁ ବିଚାର କରାଯାଉଛି।

Virat Kohli Rohit Sharma Cricket Babar Azam
Advertisment
Advertisment