• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ୟାରିସ୍‌ ଖେଳାଯାଇଥିଲା ୨୦୨୪ ଅଲିମ୍ପିକ୍ସ । ଏହାପରେ ୨୦୨୮ ମସିହାରେ ପରବର୍ତ୍ତୀ ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ର ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଖେଳାଯିବ । ଏହାପରେ ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର କୁଇନ୍‌ସଲାଣ୍ଡରେ ଖେଳାଯିବ । କିନ୍ତୁ ୨୦୩୬ ମସିହାରେ କେଉଁ ଦେଶରେ ଅଲିମ୍ପିକ୍ସ ଆୟୋଜନ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହାରି ଭିତରେ ମିଳିଥିବା ସୂଚନା ଅନୁସାରେ ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି ।

ତେବେ ଏହା ପ୍ରଥମ ଥର ନୁହେଁ ଯେ ଭାରତରେ ୨୦୩୬ ଅଲିମ୍ପିକ୍ସ ଆୟୋଜିତ କରିବାର ଖବର ସାମ୍ନାକୁ ଆସିଛି । ଏହାପୂର୍ବରୁ ମଧ୍ୟ ଏ ସମ୍ପର୍କରେ କିଛି ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଥିଲା ଯେ ୨୦୩୬ ମସିହାରେ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜିତ କରିବା ପାଇଁ ଭାରତ ଆଗ୍ରହ ପ୍ରକାଶ କରିପାରେ ।

ଅଧିକ ପଢ଼ନ୍ତୁ: Sports: ପ୍ୟାରିସ୍ ଅଲିମ୍ପିକ୍ସ ୧୯୦୦ରେ ସାମିଲ୍ ହୋଇଥିଲା କ୍ରିକେଟ୍‌

ନ୍ୟୁଜ୍ ଏଜେନ୍ସି IANS ଏକ ସୂତ୍ରରୁ ପ୍ରକାଶ ଯେ ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ୍ ଦାଖଲ କରିଛି । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟକୁ ଏନେଇ ଅକ୍ଟୋବର ୧, ୨୦୨୪ରେ ଏକ ଚିଠି ପଠାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ ନେଇ ଇଚ୍ଛୁକ ଦର୍ଶାଇ ଚିଠି ଲେଖିଛି ଭାରତୀୟ ଅଲିମ୍ପିକ୍ସ ସଂଘ । ଅଲିମ୍ପିକ୍ ଗେମ୍ସ ୨୦୩୬ ଆୟୋଜନ କରିବାକୁ ଭାରତ ସମେତ ୧୦ ଦେଶ ପ୍ରାରମ୍ଭିକ ଆଗ୍ରହ ଦେଖାଇଛନ୍ତି । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର Future Host Commission ଆୟୋଜନ ନେଇ ନିଷ୍ପତ୍ତି ନେଇଥାଏ ।

ଗତବର୍ଷ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ୧୪୧ ତମ ଅଧିବେଶନ ଅକ୍ଟୋବର ୨୦୨୩ରେ ଆୟୋଜିତ ହୋଇଥିଲା । ଏହି ଅଧିବେଶନ ତିନି ଦିନ ଧରି ଚାଲିଥିଲା ​​ଯେଉଁଥିରେ ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୩୬ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ, ଅଗଷ୍ଟ ୧୫ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାର ସଂକଳ୍ପକୁ ଦୋହରାଇଥିଲେ ।

ସୂଚନାଯୋଗ୍ୟ ଯେ ଅଲିମ୍ପିକ୍ସ ଆୟୋଜନ କରିବାର ସୁଯୋଗ ପାଇବା ପାଇଁ କୌଣସି ଦେଶକୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିବ । ଅଲିମ୍ପିକ୍ସ ଆୟୋଜନ କରିବାର ସୁଯୋଗ ହାସଲ କରିବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ଆଗ୍ରହ ପ୍ରକାଶ କରିବା । ତେବେ ଭାରତ ପକ୍ଷରୁ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି ।

ଭାରତ ପାଖରେ ଏବେ ୩ଟି ମଲ୍ଟି ସ୍ପୋର୍ଟସ ଖେଳ ଆୟୋଜନ କରିବାର ଅଭିଜ୍ଞତା ରହିଛି । ଭାରତ ଶେଷ ଥର ପାଇଁ ୨୦୧୦ରେ କମନୱେଲ୍ଥ୍‌ ଗେମ୍ସ ଆୟୋଜନ କରିଥିଲା । ଏହାପୂର୍ବରୁ ୧୯୮୨ ଏବଂ ୧୯୫୧ ମସିହାରେ ଭାରତ ମଧ୍ୟ ଏସିଆନ୍‌ ଗେମ୍ସ ଆୟୋଜନ କରିଥିଲା ।

ସୂଚନା ଅନୁସାରେ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଥିଲା । ତେବେ ଏଥର ଗୋଟିଏ ବି ସ୍ବର୍ଣ୍ଣ ପାଇନଥିଲା ଭାରତ । ପ୍ୟାରିସ୍‌ ଅଲିମ୍ପିକ୍ସରେ ସୁଟିଂରୁ ଭାରତ ତା’ର ପଦକ ଅଭିଯାନ ଆରମ୍ଭ କରିଥିଲା । ସୁଟିଂରେ ଚଳିତ ଥର ୩ଟି ପଦକ ଜିତିଥିଲା ଭାରତ । ୨୪ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମନୁ ଭାକର ପ୍ରଥମ ପଦକ ଜିତିଥିଲେ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଏହାପରେ ଏହି ଇଭେଣ୍ଟର ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ପୁଣି ଥରେ ମନୁ ଭାକର ଓ ସରବଜୋତ ସିଂ ଆଉ ଏକ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହାପରେ ସ୍ୱପ୍ନିଲ କୁଶାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now