• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବରଗଡ଼ ରାସ୍ତା ଉପରେ ଚୌକି ପକେଇ ବସିଲେ । ଝାରସୁଗୁଡ଼ାରେ ମୋଟେ ଗାଡ଼ି ଛାଡ଼ିଲେନି । ଦେବଗଡ଼ରେ ଜଜ୍‌ଙ୍କୁ ଅଟକାଇଲେ । କୋରାପୁଟରେ ମଝି ରୋଡ୍‌ରେ ବାଇକ୍ ରଖି ପିକେଟିଂ । ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନର ଆଜି ଏମିତି ଥିଲା ଚିତ୍ର ।

 ବଲାଙ୍ଗୀରରୁ  ମାଲକାନଗିରି, ବରଗଡ଼ରୁ ସୁନ୍ଦରଗଡ଼୧୪ ଜିଲ୍ଲାରେ ଦୋକାନ ବଜାର ବନ୍ଦ ଥିଲା । ଚକ-ଅଖ ଠପ୍ ହୋଇଥିଲା । ଅଧିକାଂଶ ସ୍ଥାନରେ ଜାତୀୟ ରାଜପଥରେ ଶହ ଶହ 

ମାଲବାହୀ ଟ୍ରକ୍ ଦିନତମାମ ଅଟକି ରହିଥିଲା । ବସ୍ ଷ୍ଟାଣ୍ଡରୁ ଗାଡ଼ି ଗଡ଼ିନଥିଲା, ଯାତ୍ରୀ ହଇରାଣ ହୋଇଥିଲେ । ଭାରତୀୟ ଜନତା ପାର୍ଟି ଓ ବଜରଙ୍ଗ ଦଳ ବି ବନ୍ଦ ପାଳନକୁ ସମର୍ଥନ 
ଜଣାଇଥିବାରୁ ସବୁଠି ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମ୍ବଲପୁର ହିଂସାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି VHP। 

ସେପଟେ ସମ୍ବଲପୁର ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି ରାଜ୍ୟ ସରକାର ତୁଷ୍ଟୀକରଣ ରାଜନୀତି ଚଳାଇଛନ୍ତି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସରକାର ସ୍ୱୀକାର କରନ୍ତୁ । ସମ୍ବଲପୁରରେ ଏପ୍ରିଲ୍ ୧୪ରେ ଯେଉଁଭଳି ସକ୍ରିୟ ଦେଖାଇଲେ, ୧୨ତାରିଖରେ ଦେଖାଇଥିଲେ 
ଦଙ୍ଗା ହୋଇନଥାନ୍ତା । ଏସପି କହିଲେ ପୂର୍ବ ଯୋଜନା ପ୍ରସ୍ତୁତ, ତେବେ ଏହା କାହା ଯୋଜନା ଥିଲା ? ପଥର ଫିଙ୍ଗା, ହିଂସାକାଣ୍ଡର ଗଡ୍ ଫାଦର କିଏ ବୋଲି ପଚାରିଛନ୍ତି ମନମୋହନ। 

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସମ୍ବଲପୁର ଘଟଣାରେ ନିଶାନା କରି ‘ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବେଳେ ସରକାର ଶୋଇଛନ୍ତି ବୋଲି କହିଛନ୍ତି । 
ସେପଟେ କଂଗ୍ରେସ ଅଭିଯୋଗ କରିଛି ସମ୍ବଲପୁର ଦଙ୍ଗା ପାଇଁ ଉଭୟ ବିଜେପି ଓ ବିଜେଡି ଦାୟୀ । ଜବାବରେ ବିଜେଡି କହିଛି- ଆମେ ଅହିଂସାରେ ବିଶ୍ୱାସ କରୁ ।

ସେପଟେ ଦିନ କର୍ଫ୍ୟୁ କୋହଳ ସମୟ ବୃଦ୍ଧି ହେବା ପରେ ଧିରେ ଧିରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି ସମ୍ବଲପୁର । ସହରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିବା ବେଳେ କିଛି କିଛି ସ୍ଥାନରେ ସ୍ୱଳ୍ପ ସମୟ ପାଇଁ ଏହାକୁ କାର୍ଯ୍ୟକ୍ଷମ କରାଯାଉଛି ।