/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672406456.jpg)
IPS Reshuffle
IPS ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ପଦୋନ୍ନତି ପାଇଁ ଅଖିଳେଶ୍ୱର ସିଂହ SAP DIG ଡୋଇଥିବା ବେଳେ ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଂଜ DIG ଦାୟିତ୍ୱ ଦିଆଯାଇଛି । ସେହିଭଳି ଚରଣ ସିଂ ମିନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ DIG ଭାବେ ଦାୟିତ୍ୱ ଦିଆଯାଇଛି ।
Advertisment
ଅନ୍ୟପଟେ ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ SP ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାହୁଲ ପି.ଆର୍ଙ୍କୁ ଜଗତସିଂହପୁର SP, ଜଗମୋହନ ମିନାଙ୍କୁ ଗଂଜାମ SP, ଏଲ୍. ଦିବ୍ୟାଙ୍କୁ ଭିଜିଲାନ୍ସ SP, ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ SP, ବିନିତ ଅଗ୍ରୱାଲଙ୍କୁ ଯାଜପୁର SP, ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ SP, ସାଗରିକା ନାଥଙ୍କୁ ବାଲେଶ୍ୱର SP, ଗୁଣ୍ଡଲା ରେଡ୍ଡୀଙ୍କୁ ନୂଆପଡ଼ା SP, ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳ SP, ଅଭିନବ ସୋନକାରଙ୍କୁ କୋରାପୁଟ SP, ଜ୍ଞାନରଂଜନ ମହାପାତ୍ରଙ୍କୁ ଢେଙ୍କାନାଳ SP ଭାବେ ଦାୟିତ୍ୱ ଦିଆଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)