Advertisment

CM Visit: ଫସଲ କ୍ଷତି ନେଇ ଜିଲ୍ଲାକୁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, କରିବେ ସ୍ଥିତି ଅନୁଧ୍ୟାନ

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

CM Mohan Majhi

CM Mohan Majhi

Advertisment

ଅଦିନିଆ ଲଗାଣ ବର୍ଷାରେ ଫସଲହାନୀ ହୋଇଥିବା ଜିଲ୍ଲାକୁ ଜିଲ୍ଲା ଯାଇ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ। ଆଜି ଗଞ୍ଜାମ, ଗଜପତି, ନୟାଗଡ଼ ଜିଲ୍ଲାକୁ ଗସ୍ତ କରି ଫସଲହାନୀର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି ନୟାଗଡ଼ର ରଣପୁର, ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକକୁ ଯାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ ଗସ୍ତ କରି ଫସଲହାନୀ ସ୍ଥିତି ଦେଖିବେ।

Advertisment

ଗତକାଲି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। କେନ୍ଦ୍ରାପଡ଼ା ଯାଜପୁର ଜିଲ୍ଲାକୁ ପରିଦର୍ଶନରେ ଯିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଫସଲହାନୀର ସ୍ଥିତି ପରଖିବେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

ଅଧିକ ପଢ଼ନ୍ତୁ: ବଢ଼ିବ ଅଗ୍ନିଶମ ବାହିନୀର ଶକ୍ତି; ଫାୟାର୍ ଟିମ୍‌ରେ ସାମିଲ ହେବ ଡଗ୍ ସ୍କ୍ବାଡ୍

Advertisment

ଚାଷୀଙ୍କୁ ମିଳିବ କ୍ଷତିପୂରଣ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଜି ସୁଦ୍ଧା ପଞ୍ଜୀକରଣ ପାଇଁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଧାନ ଚାଷୀଠୁ ପରିବା ଚାଷୀ, ବୀମାଭୁକ୍ତ ଚାଷୀଠୁ ବୀମା କରିନଥିବା ଚାଷୀ ସମସ୍ତଙ୍କୁ ଆଜି ସୁଦ୍ଧା ପଞ୍ଜୀକରଣ ପାଇଁ ମୁଖ୍ୟମନ୍ତ୍ରୀ କହଛନ୍ତି। ଆଜି ସୁଦ୍ଧା ସବୁ ଚାଷୀଙ୍କ ଫସଲହାନୀର ଆକଳନ ପରେ ଡିବିଟି ଜରିଆରେ କ୍ଷତିପୂରଣର ଦିଆଯିବ ବୋଲି ଘୋଷଣା ହୋଇଛି। ରାଜ୍ୟର ୧ ଲକ୍ଷ ୨୬ ହଜାର ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀ ଆବେଦନ କରିସାରିଲେଣି।

କ୍ଷତିଗ୍ରସ୍ତ ଚାଷୀ କୃଷି ରକ୍ଷକ ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ବର ୧୪୪୪୭କୁ କଲ୍ କରି ନିଜ ଫସଲହାନୀ ସଂପର୍କରେ ସୂଚନା ଦେଇପାରିବେ। ଚଳିତ ମାସ ୨୦ରୁ ୨୮ ତାରିଖ ମଧ୍ୟରେ ହୋଇଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପାଇଁ DBT ଜରିଆରେ ସହାୟତା ପ୍ରଦାନ କରାଯିବ।

Advertisment

ଅଧିକ ପଢ଼ନ୍ତୁ: ଭିଜିବ ଉତ୍ତର ଓ ପଶ୍ଚିମ ଓଡ଼ିଶା ! ପ୍ରବଳ ଶୀତରେ ନୂଆବର୍ଷକୁ ସ୍ୱାଗତ କରିବେ ରାଜ୍ୟବାସୀ

Odisha CM Crop Loss
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ