Advertisment

Trained Dogs: ବଢ଼ିବ ଅଗ୍ନିଶମ ବାହିନୀର ଶକ୍ତି; ଫାୟାର୍ ଟିମ୍‌ରେ ସାମିଲ ହେବ ଡଗ୍ ସ୍କ୍ବାଡ୍

ପ୍ରାଥମିକ ପର୍ଯ୍ୟାୟରେ ୧୦ଟି କୁକୁରଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ଟ୍ରେନିଂ ୫୪ ସପ୍ତାହ ଧରି ଚାଲିବ। ଏଯାଏ କୁକୁର ୩୦ ସପ୍ତାହ ଟ୍ରେନିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ ସେମାନଙ୍କର ଆଡଭାନ୍ସ ଟ୍ରେନିଂ ଚାଲିଛି। ସଂପୂର୍ଣ୍ଣ ଟ୍ରେନିଂ ସରିବା ପରେ ଏମାନଙ୍କୁ ଠିକ କରାଯାଇଥିବା ଜୋନ୍‌କୁ ପଠାଯିବ।

author-image
Sonali Ojha
ଅଦ୍ୟତନ ହୋଇଛି
Dog

Dog

ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ । ଏଣିକି ଫାୟାର୍ ଟିମ୍‌ରେ ସାମିଲ ହେବ ଡଗ୍ ସ୍କ୍ବାଡ୍ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ସନ୍ଧାନୀ କୁକୁର। ଅଗ୍ନିଶମ ବାହିନୀର ବିଭିନ୍ନ ଅପରେସନରେ ସନ୍ଧାନୀ କୁକୁରଙ୍କୁ ସାମିଲ କରାଯିବ। ଏଥିପାଇଁ ରାଜ୍ୟ ପୋଲିସର ଡଗ୍ ସ୍କ୍ୱାଡ୍ K-09ର ୧୦ଟି କୁକୁରଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି। ଫାୟାର୍ ଟିମକୁ ସନ୍ଧାନୀ କୁକୁର ପ୍ରଦାନ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ।

Advertisment

ଅଗ୍ନିଶମ ବାହିନୀ କର୍ମଚାରୀଙ୍କ କହିବା ଅନୁଯାୟୀ, ଦେଶର କୌଣସି ରାଜ୍ୟରେ ଏପରି ବ୍ୟବସ୍ଥା ହୋଇନି। ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି ବେଳେ ଅନେକ ଚାଲେଞ୍ଜର ସାମନା କରିବାକୁ ପଡିଥିଲା। ମୃତଦେହ ଖୋଜିବାକୁ ଅନେକ ଦିନ ଲାଗିଯାଇଥିଲା। ମଣିଷର ଆଖିରୁ ଖସିଯାଉଥିବା ମୃତଦେହ ଖୋଜିବାରେ ଅନେକ ସମୟ ଲାଗୁଥିଲା। କିଛି ମୃତଦେହ ଦୂରରେ ଛିଟିକି ପଡିଥିବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ଏହାକୁ ଖୋଜି ପାଉନଥିଲେ।

ଏହି ଘଟଣା ପରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ସନ୍ଧାନୀ କୁକୁରଙ୍କୁ ଟିମ୍‌ରେ ସାମିଲ କରିବା ପାଇଁ ଯୋଜନା କରିଥିଲେ। ଏନେଇ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସରକାର ରାଜି ହେବାରୁ ରାଜସ୍ଥାନ କୋଟାରୁ ୧୦ଟି କୁକୁର ଅଣାଯାଇଥିଲା। ଏହାପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। କଟକ ନରାଜରେ ପ୍ରଶିକ୍ଷଣ ଚାଲିଛି।

Advertisment

ଅଧିକ ପଢ଼ନ୍ତୁ: ଡିସେମ୍ୱର ୩୦ ମଧ୍ୟରେ ଫସଲ କ୍ଷତି ଆକଳନ; କାଲି ସୁଦ୍ଧା ପଞ୍ଜିକରଣ ପାଇଁ ପରାମର୍ଶ

ପ୍ରାଥମିକ ପର୍ଯ୍ୟାୟରେ ୧୦ଟି କୁକୁରଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ଟ୍ରେନିଂ ୫୪ ସପ୍ତାହ ଧରି ଚାଲିବ। ଏଯାଏ କୁକୁର ୩୦ ସପ୍ତାହ ଟ୍ରେନିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ ସେମାନଙ୍କର ଆଡଭାନ୍ସ ଟ୍ରେନିଂ ଚାଲିଛି। ସଂପୂର୍ଣ୍ଣ ଟ୍ରେନିଂ ସରିବା ପରେ ଏମାନଙ୍କୁ ଠିକ କରାଯାଇଥିବା ଜୋନ୍‌କୁ ପଠାଯିବ। ବାଲେଶ୍ୱର, କଟକ, ଭୁବନେଶ୍ୱର, ଅନୁଗୁଳ ଆଦି ସ୍ଥାନରେ ଏହି କୁକୁର ନିୟୋଜିତ ହେବେ। ସନ୍ଧାନୀ କୁକୁର ପୀଡିତଙ୍କୁ ଠାବ କରିବା ପରେ ରେସ୍କୁ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କରିବେ।

ଅଧିକ ପଢ଼ନ୍ତୁ: ଭିଜିବ ଉତ୍ତର ଓ ପଶ୍ଚିମ ଓଡ଼ିଶା ! ପ୍ରବଳ ଶୀତରେ ନୂଆବର୍ଷକୁ ସ୍ୱାଗତ କରିବେ ରାଜ୍ୟବାସୀ

Odisha Rescue Operation DG Fire Services Dog Squad
Advertisment
Advertisment