• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଆଉ ୨ ଦିନ ଛୁଟି ରହିବା ନେଇ ଘୋଷଣା କରାଯାଇଛି । ଆସନ୍ତାକାଲି ଓ ପହରିଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ଦ୍ୱାଦଶ ଶ୍ରେଶୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ୨ ଦିନ ବନ୍ଦ ରହିବ । ଟୁଇଟ କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପୂର୍ବରୁ ରାଜ୍ୟର ସବୁ ସ୍କୁଲକୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଥିଲା । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା । 

ମୁଣ୍ତଫଟା ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳୁଆ ସ୍କୁଲ ହେବା ନେଇ ଚର୍ଚ୍ଚା ବଢୁଥିବା ବେଳେ ସରକାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପୁଣି ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିବାରୁ ଏହି ଘୋଷଣା କରାଯାଇଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ଖରା ପାଇଁ ସପ୍ତାହେ ସ୍କୁଲ ଛୁଟି, ଏହି ସରକାର କଲେ ଘୋଷଣା

ଅନ୍ୟପଟେ ଖରାରେ ଆଉଟୁପାଉଟୁ ସାରା ରାଜ୍ୟ । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ..। ସବୁଠି ଖରା, ସବୁଠି ତାତିର ଦାଉଜ । ଗଲା ସପ୍ତାହେ ଧରି ସାରା ରାଜ୍ୟରେ ଏବେ ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆଜି ବି ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀକୁ ପାର କରିଛି । ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା ୪୨.୨ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୨.୬ ଡିଗ୍ରୀ ରହିଛି ପାରଦ ।

୪୦ ଡିଗ୍ରୀ ଉପରେ ରାଜ୍ୟର ୬ ସହରର ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ୮ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡମୟୁରଭଞ୍ଜକେଉଁଝରଝାରସୁଗୁଡାସମ୍ବଲପୁରସୋନପୁରବଲାଙ୍ଗୀରବୌଦ୍ଧ ଜିଲ୍ଲା କୁ ଦୁଇ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୧ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବନି । ଏହି ସମୟରେ ଗୁଳୁଗୁଳି ସହ ଗରମ ଅଧିକ ଅନୂଭବ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ୨୧ ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ଆସିପାରେ । କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ରହିଛି ତାପମାତ୍ରା।

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା:

  • ଝାରସୁଗୁଡା: ୪୨.୬ ଡ଼ିଗ୍ରୀ
  • ଭୁବନେଶ୍ୱର: ୪୨.୨ ଡ଼ିଗ୍ରୀ
  • ସମ୍ବଲପୁର: ୪୨.୨ ଡ଼ିଗ୍ରୀ
  • କେନ୍ଦୁଝର:୪୧.୦ ଡ଼ିଗ୍ରୀ
  • ହୀରାକୁଦ: ୪୧.୦ ଡ଼ିଗ୍ରୀ
  • ଚାନ୍ଦବାଲି: ୪୦.୮ଡ଼ିଗ୍ରୀ
  • ବାଲେଶ୍ୱର: ୩୫.୮ ଡ଼ିଗ୍ରୀ
  • ପୁରୀ: ୩୪.୫ ଡ଼ିଗ୍ରୀ
  • ଗୋପାଳପୁର:୩୩.୬ ଡ଼ିଗ୍ରୀ
  • ପାରାଦୀପ:୩୨.୮ ଡ଼ିଗ୍ରୀ