• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଛି ED । ନାଗଫାଶରେ ପଡ଼ି ଛଟ୍‌ଫଟ୍ ହେଉଥିବା ବ୍ୟକ୍ତି ଓ ପ୍ରଭାବଶାଳୀଙ୍କଠୁ ସତ ଉଗାଳୁଥିବା ଇଡି ଆଜି ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳିଙ୍କୁ ଧରି ଘାଣ୍ଟିଛି । ଦ୍ୱିତୀୟ ଦିନ ପାଇଁ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବି ପଚରାଉଚରା କରିଛନ୍ତି ଇଡି ଅଧିକାରୀ।

ଶ୍ରଦ୍ଧାଞ୍ଜଳି, ଯାହାଙ୍କ ଲିଙ୍କରେ ଭାଣ୍ଡାଫୋଡ୍ ହୋଇଛି ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ । ଆଜି ସକାଳୁ ସକାଳୁ ଇଡି ଅଫିସ୍‌ରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି । ଏହାର କିଛି ସମୟ ପରେ ପହଞ୍ଚିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା । ଆଜି ଥିଲା ଅକ୍ଷୟଙ୍କ ଦ୍ୱିତୀୟ ଦିନ ।

ଅଧିକ ପଢ଼ନ୍ତୁ: ଜୋରଦାର ତଦନ୍ତ ! ଏବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବ ED

ସୂଚନା ଅନୁସାରେ ପୂର୍ବରୁ ରିମାଣ୍ଡରେ ଥିବା ଖଗେଶ୍ୱର ପାତ୍ରକୁ ବସାଇ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି ଅର୍ଥାତ ତ୍ରିକୋଣୀୟ ଜେରା କରିଛି ଇଡି । ଅକ୍ଷୟ ପରିଜାଙ୍କୁ କେମିତି ଚିହ୍ନିଲେ ଶ୍ରଦ୍ଧାଞ୍ଜଳି ? ଲେଡି ବ୍ଲାକମେଲର ଅର୍ଚ୍ଚନାକୁ ମୋଟା ଅଙ୍କର ଟଙ୍କା ଦେଇଥିଲେ କି ଅକ୍ଷୟ ? ଅକ୍ଷୟଙ୍କ ସହ ଆଉ କିଛି ଲିଙ୍କ୍ ରହିଛି କି ? ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା କେତେ ଟଙ୍କା ଦେଉଥିଲା ? ହନିଟ୍ରାପ୍‌ରେ କେବେଠୁ ବ୍ୟବହାର ହେଉଥିଲେ ଶ୍ରଦ୍ଧାଞ୍ଜଳି ? ଅର୍ଚ୍ଚନାର ଆର୍ଥିକ କାରବାର ପଛର ସତ କଣ ? କେଉଁଠୁ ଏତେ ସଂପତ୍ତି ଅର୍ଜିଲେ ନାଗ-ଚାନ୍ଦ ଦଂପତି ? ହନିଟ୍ରାପ୍ ଷଡ଼ଯନ୍ତ୍ରରେ ଆଉ କେଉଁମାନେ ସାମିଲ ? କେଉଁ ସବୁ ହାଇପ୍ରୋଫାଇଲ୍ ବ୍ୟକ୍ତି ଟଙ୍କା ଦେଇଛନ୍ତି ? କାହା ମାଧ୍ୟମରେ ଅର୍ଚ୍ଚନା ପାଖକୁ ଟଙ୍କା ଆସୁଥିଲା ? ଏଭଳି ମାଳ ମାଳ ପ୍ରଶ୍ନ ପଚାରି ୩ ଜଣଙ୍କଠାରୁ ଇଡି ତଥ୍ୟ ହାତେଇଥିବା କୁହାଯାଉଛି । 

ଶ୍ରଦ୍ଧାଞ୍ଜଳି ବେହେରା ଓରଫ ଶ୍ରଦ୍ଧା । ଅଭିନୟ ପ୍ରତି ଅହେତୁକ ଆଗ୍ରହ ଥିଲା । ସେହି ଆଗ୍ରହ ବାରି ହେଉଛି ସୋସିଆଲ ମିଡିଆ ରିଲ୍‌ସରୁ । ୟୁଟ୍ୟୁବର ବଣ୍ଟି ସହିତ କରିଥିବା ଏକ ଭିଡିଓ ବି ଭାଇରାଲ୍ ହେଉଛି ଜୋରଦାର । ଏହି ଶ୍ରଦ୍ଧାଞ୍ଜଳି ଏବଂ ଅର୍ଚ୍ଚନା ବିରୋଧରେ ୩ କୋଟି ଟଙ୍କା ବ୍ଲାକମେଲିଂ ଓ ହତ୍ୟା ଧମକ ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା ।

ଏହାର କିଛିଦିନ ପରେ ବଦଳିଗଲା ମାମଲାର ମୋଡ଼ । ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାକୁ ଯାଇ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ବିରୋଧରେ ହନିଟ୍ରାପ୍ ମାମଲାରେ ତାକୁ ମୋହରା କରାଯାଉଥିବା ଦର୍ଶାଇ ଏତଲା ଠୁଙ୍କିଦେଲେ । ସେହି ଏତଲା ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ହୋଇ ଜେଲ୍‌ରେ ଥିବାବେଳେ ଖଗେଶ୍ୱରକୁ ବାନ୍ଧିଛି ଇଡି । ଇଡିକୁ ଗତ କିଛିଦିନ ଧରି ଚକ୍‌ମା ଦେଇଥିବା ଶ୍ରଦ୍ଧାଞ୍ଜଳି ସମନ୍ ପାଇବା ପରେ ଆଜି ହାଜର ହୋଇଥିଲେ । ତେଣେ ଗତକାଲି ୮ ଘଣ୍ଟାର ଜେରା ହୋଇଥିବା ଅକ୍ଷୟ ଆଜି ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଧରି ପହଞ୍ଚିଥିଲେ ଇଡିରେ । ଏହି ସମୟରେ ସେ କାହିଁକି ହନିଟ୍ରାପ୍‌ର ଶିକାର ହେଲେ, ତାଉପରେ ଉତ୍ତର ନରଖି ଗଣମାଧ୍ୟମକୁ ଓଲଟି ଗରଗର ହୋଇଥିଲେ ।

ଅର୍ଚ୍ଚନାକୁ ପ୍ରାୟ ୭ଲକ୍ଷ ଟଙ୍କା ଦେବା ମାମଲାରେ ବ୍ୟବସାୟୀ ଅମୀୟକାନ୍ତ ଦାସ, ୩ କୋଟି ଟଙ୍କାର ବ୍ଲାକମେଲିଂ ଅଭିଯୋଗ ଆଣିଥିବା ଅକ୍ଷୟ ପରିଜା ଏବଂ ଅର୍ଚ୍ଚନାର ହନିଟ୍ରାପ୍ ସିଣ୍ଡିକେଟ୍‌ର ସୁତ୍ରଧର ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ୱରକୁ ଜେରା ହୋଇଛି । ଏହି ସମସ୍ତଙ୍କଠାରୁ ତଥ୍ୟ ପାଇବା ପରେ ଏବେ ଅର୍ଚ୍ଚନାକୁ ଧରି ଘାଣ୍ଟିବ ଇଡି । ଆସନ୍ତାକାଲି କୋର୍ଟରେ ପ୍ରଡକ୍ସନ ରିମାଣ୍ଡ ପାଇଁ ଇଡି ପ୍ରସ୍ତୁତି କରୁଥିବା ସୂଚନା ମିଳିଛି । ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟଙ୍କ ସହିତ ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା ରଖିଛି ।