• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୩ କୋଟି ଟଙ୍କାରେ ତିଆରି ହୋଇଛି ଗଣେଶ ପେଣ୍ଡାଲ । ଆଶ୍ଚର୍ଯ୍ୟ ହୋଇଗଲେ କି? ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । କାରଣ ପୂଜା କମିଟି ପକ୍ଷରୁ ୩ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଗଜାନନଙ୍କ ପେଣ୍ଡାଲ । ଯାହାକୁ ଦେଖିବାକୁ ଜମୁଛି ଦର୍ଶକଙ୍କ ଭିଡ଼ ।

ବେଙ୍ଗାଲୁରୁ ସହରରରେ ଗଣେଶ ପୂଜାକୁ ଏଥର ବେଶ୍‌ ଆକର୍ଷଣୀୟ ଢଙ୍ଗରେ କରାଯ।ଉଛି । ସହରର ଏକ ପୂଜା କମିଟି କେବଳ ନୋଟ୍‌ ଓ କଏନରେ ମେଢ ସଜାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ବେଙ୍ଗାଲୁରୁ ସହରର ଶ୍ରୀ ସତ୍ୟ ଗଣପତି କମିଟି ପକ୍ଷରୁ ନୂଆ ଶୈଳୀରେ ପୂଜା କରାଯାଉଛି । ଯାହାକୁ ନେଇ ଏବେ ପୂରା ଦେଶରେ ଜୋର ଧରିଛି ଚର୍ଚ୍ଚା । ସହରର ଜେପି ନଗରରେ ଥିବା ଏହି ପୂଜା ମଣ୍ଡପ ପ୍ରତିବର୍ଷ କିଛି ନୂଆ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ । ଏଥର ବି ଠିକ୍‌ ସେମିତି କିଛି କରିଥିବାରୁ ସମସ୍ତେ ପ୍ରଂଶସା କରୁଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପୂଜା କମିଟି ପକ୍ଷରୁ ୧୦, ୨୦, ୫୦ ଏବଂ ୫୦୦ ଟଙ୍କିଆ ନୋଟ୍ ଓ କଏନ୍‌ରେ ପୂଜା ପେଣ୍ଡାଲକୁ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨.୧୮ କୋଟି ଟଙ୍କାର ନୋଟ୍‌ ଏବଂ ୭୦ ଲକ୍ଷ ଟଙ୍କାର କଏନ ପେଣ୍ଡାଲରେ ଲଗାଯାଇଛି ।

କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାରୁ ପେଣ୍ଡାଲକୁ ସିସିଟିଭି ନଜରରେ ରଖାଯାଇଛି । ଏହାସହ ୧୫୦ରୁ ଅଧିକ ସୁରକ୍ଷାକର୍ମୀ ଜଗିଥିବା ଜଣାପଡିଛି । କମିଟିର ଜଣେ ସଦସ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରତିବର୍ଷ ଆମେ କିଛି ନୂଆ କରିବାକୁ ଚେଷ୍ଟା କରୁ । ତେଣୁ ଏଥର ବି କିଛି ନୂଆ ଶୈଳୀରେ ପୂଜା କରିଛୁ । ତେବେ ଏଥର ବେଙ୍ଗାଲୁରୁର ଏହି ପୂଜା କମିଟିକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି ।