/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695288609.jpg)
two brothers
ରାସ୍ତା କଡରେ ଦୁଇ ଭାଇ ଦୋକାନ କରିଛନ୍ତି । ଦହିଭାତ ସହିତ ପିଜା ବିକ୍ରି କରୁଛନ୍ତି । ଉଭୟଙ୍କୁ ଦେଖିଲେ ଲାଗିବ ବୟସ ୧୬ ରୁ ୧୮ ହେବ । ହେଲେ ଏ ବୟସରେ ସେମାନେ ତ ପାଠ ପଢିବାର କଥା । ସ୍କୁଲ କି କଲେଜ ଯିବାର କଥା । କିନ୍ତୁ ରାସ୍ତା କଡରେ ଦୋକାନ କରି ଖାଦ୍ୟ ବିକ୍ରି କରୁଛନ୍ତି କାହିଁକି ? କ’ଣ ରହିଛି କାରଣ ? ଦର୍ଶକବନ୍ଧୁ ଭିଡିଓ ପଛରେ ଥିବା କାହାଣୀ ଜାଣିଲେ ଆପଣ ବି ଉଭୟଙ୍କୁ ସଲାମ୍ କରିବାକୁ ବାଧ୍ୟ ହେବେ ।
ସୋସିଆଲ ମିଡିଆରେ ଏବେ ଦୁଇଭାଇଙ୍କର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ହତିନ୍ଦର ସିଂହ ନାମକ ଜଣେ ଏକ୍ସ (ଟୁଇଟର) ବ୍ୟବହାରକାରୀ ଦୁଇଭାଇଙ୍କ ଭିଡିଓକୁ ନିଜ ସୋସିଆଲ ମିଡିଆ ପେଜ୍ରେ ସେୟାର କରିଛନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଦୁଇଭାଇ ରାସ୍ତା କଡରେ ଦୋକାନ ଖୋଲିବା ପୂର୍ବରୁ ସବୁ ସରଞ୍ଜାମକୁ ସାଇତି ରଖୁଛନ୍ତି । ପରେ ଦୋକାନ ଖୋଲୁଛନ୍ତି । ଆଉ ମାତ୍ର ୧୫ ଟଙ୍କାରେ ପିଜା କୁଲଚା ବିକ୍ରି କରୁଥିବା ବେଳେ ୨୦ ଟଙ୍କାରେ ବିକ୍ରି କରୁଛନ୍ତି ଦହିଭାତ ।
ଦୋକାନ ଦେଇଥିବା ଦୁଇଭାଇଙ୍କ ନାଁ ହେଉଛି ଇର୍ଷବଜିତ ସିଂହ, ସଞ୍ଜିତ ସିଂହ ବୋଲି ଜଣାପଡିଛି । ହେଲେ ପାଠ ପଢିବା ବୟସରେ ସେମାନେ କାହିଁକି ରାସ୍ତା କଡ ଦୋକାନରେ ଖାଦ୍ୟ ବିକ୍ରି କରୁଛନ୍ତି ପଚାରିବାରୁ ଉଭୟେ କହିଛନ୍ତି, ସକାଳୁ ଉଠି ନିଜ କାମ ସାରି ୧୦ଟାରେ ସ୍କୁଲ ଯାଇଥାଆନ୍ତି । ସ୍କୁଲରୁ ୪ଟାରେ ଫେରି ଆସନ୍ତି । ଏହାପରେ କ୍ଳାନ୍ତ ଲାଗୁଥିବା ପରେ ବି କିଛି ଟଙ୍କା ରୋଜଗାର କରିବା ପାଇଁ ପୁଣି ନିଜର ବ୍ୟବସାୟ ଚାଲୁ କରନ୍ତି । ଆଉ ସେତିକିରେ ଯେତିକି ଯାହା ହୁଏ ତାହାକୁ ପଢା ଖର୍ଚ୍ଚରେ ଲଗାନ୍ତି ।
ଆମେ ଅନେକ ସମୟରେ ଦେଖିଛନ୍ତି କି, ଆର୍ଥିକ ଅନାଟନ ଦ୍ୱାହି ଦେଇ କିଏ ଅଧାରୁ ପାଠ ପଢା ଛାଡେ ତ ଆଉ କିଏ ମୂଳରୁ ପାଠ ପଢେ ନାହିଁ । ହେଲେ ଏତେ ପ୍ରତିକୂଳ ସ୍ଥିତିରେ ବି ଏମାନେ ହାର ନମାନି ଦୋକାନ କରି ପାଠ ପଢୁଛନ୍ତି । ସତରେ ଏମାନେ ଅନ୍ୟ ପାଇଁ ନିଶ୍ଚୟ ପ୍ରେରଣା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)