• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁଣି ଚର୍ଚ୍ଚାରେ ଏସବିଆଇର ପୂର୍ବତନ କର୍ମଚାରୀ ରଜନୀଶ କୁମାର । କାରଣ ବ୍ୟାଙ୍କ ଚାକିରିରୁ ଅବସର ନେବା ପରେ ବି ସେ ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା । କଥାଟା ଶୁଣିବା ପରେ ବିଶ୍ୱାସ ହେଉନଥିବ । ଆଉ ଭାବୁଥିବେ ଚାକିରିରୁ ଅବସର ନେବା ପରେ ପେନସନ୍‌ ବାବଦରେ ଯାହା କିଛି ଟଙ୍କା ପାଉଥିବେ । ହେଲେ ଲକ୍ଷଲକ୍ଷ ଟଙ୍କା ସେ କେମିତି ରୋଜଗାର କରୁଛନ୍ତି । କିନ୍ତୁ ସତ ଜାଣିବା ପରେ ତାଙ୍କ ବୁଦ୍ଧିକୁ ସଲାମ୍‌ କରିବାକୁ ଆପଣ ବି ବାଧ୍ୟ ହେବେ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ପୂର୍ବତନ ଅଧ୍ୟକ୍ଷ ରଜନୀଶ କୁମାର ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥାଆନ୍ତି । କାରଣ ଚେୟାରମ୍ୟାନ ଭାବରେ ସେ କେତେ ଦରମା ପାଆନ୍ତି ତାହାକୁ ପ୍ରକାଶ କରିଥିଲେ । ଆଉ ଏବେ ପୁଣି ଥରେ ସେ ଚର୍ଚ୍ଚାରେ । କାରଣ ବ୍ୟାଙ୍କରୁ ଅବସର ନେବା ପରେ ବି ସେ ଘରେ ବସିନାହାନ୍ତି ବରଂ କାମ କରୁଛନ୍ତି । ଏକା ସାଙ୍ଗରେ ଅନେକ କମ୍ପାନୀର ବୋର୍ଡରେ ସେ ସଦସ୍ୟ ଅଛନ୍ତି । ତେଣୁ ପୂର୍ବରୁ ରଜନୀଶ ଯେତିକି ରୋଜଗାର କରୁଥିଲେ ଏବେ ତା’ଠାରୁ ଢେର ଅଧିକ ଟଙ୍କା ରୋଜଗାର କରୁଛନ୍ତି ।

 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରଜନୀଶ କୁମାର ଏସବିଆଇ ଦରମାଠାରୁ ତିନି ଗୁଣ ଅଧିକ ଟଙ୍କା ଏବେ ରୋଜଗାର କରୁଛନ୍ତି । ବର୍ତ୍ତମାନ ସମୟରେ ଭାରତପେ, ଅମ୍ବୁଜା ସିମେଣ୍ଟ, ଲାରସେନ୍ ଆଣ୍ଡ ଟୁବ୍ରୋ ଭଳି ବଡବଡ଼ କମ୍ପାନୀଗୁଡିକର ବୋର୍ଡରେ ସେ ସଦସ୍ୟ ଅଛନ୍ତି ଅର୍ଥାତ୍‌ କାମ କରୁଛନ୍ତି । FY23 ବାର୍ଷିକ ରିପୋର୍ଟ ଅନୁଯାୟୀ, ରଜନୀଶ କୁମାରଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ୧ କୋଟିରୁ ଅଧିକ ଟଙ୍କା ମିଳୁଛି । ଯାହାକି ସେ ସରକାରୀ ଚାକିରି କାଳରେ ପାଇନଥିଲେ । ଖାଲି ଦରମା ମିଳୁଛି ତାହା ନୁହେଁ ବରଂ ଗାଡ଼ି ମଟର ସହ ଅନେକ ପ୍ରକାର ସୁବିଧା ତାଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଛି । ଏସବୁକୁ ନେଇ ଏବେ ରଜନୀଶ ଚର୍ଚ୍ଚାରେ ଅଛନ୍ତି ।