ସୁବିଧାରେ ହେବ ସିନିଅର ସିଟିଜେନଙ୍କ କରୋନା ଟେଷ୍ଟ ଏବଂ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଏଥିଲାଗି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ଏହି ସର୍ବଦଳୀୟ ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ ଭର୍ଚୁଆଲରେ ଯୋଗଦେବେ। ରାଜ୍ୟରେ କରୋନା ସ୍ଥିତି ଏହାର ମୁକାବିଲା ଏବଂ ପରବର୍ତ୍ତୀ ପଦକ୍ଷେପ ଆଦି ସମ୍ପର୍କରେ...
ସମୁଦ୍ରରେ ବଳ ଜୁଟାଉଛି ବାତ୍ୟା ତାଉତେ। ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ଭେରି ସିଭିୟର ଷ୍ଟୋମରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।
କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ କୁହାଯାଉଥିବା ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-deoxy-D-glucose ଆଜିଠୁ ବଜାରରେ ଉପଲବ୍ଧ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିବେ।
ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲେ ତ୍ରିପତି ମହାନ୍ତି। ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ।
ଗୁରୁତର ନଥିବା କରୋନା ଆକ୍ରାନ୍ତଙ୍କୁ ହୋଟେଲରେ ଚିକିତ୍ସା କରାଇବା ଲାଗି ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ନେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ହସ୍ପିଟାଲଗୁଡ଼ିକରେ ବେଡ୍, ଭେଣ୍ଟିଲେଟର ଓ ଆଇସିୟୁର ଅଭାବ ଦେଖାଦେଉଛି।
ବିବାହରେ ଯୋଗଦେବା ପୂର୍ବରୁ କରି ନିଅନ୍ତୁ କରୋନା ଟେଷ୍ଟ। ଆଜି କିଛି ଏଭଳି ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।
ଏ ସପ୍ତାହରେ କମିବ ନାହିଁ କରୋନା ସଂକ୍ରମଣ। ମେ ପରେ ଧୀରେ ଧୀରେ ରାଜ୍ୟରେ କମିବ ସଂକ୍ରମଣ। କରୋନା ସଂକ୍ରମଣକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ନିରୋଜ ମିଶ୍ର। ସେ କହିଛନ୍ତି ଯେ, ମେ ୩୧ ପରେ ଯାଇ ସଂକ୍ରମିତ ସଂଖ୍ୟା କମିବ।
ରୁଷିଆରେ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍-ଭିର ଦ୍ୱିତୀୟ ବ୍ୟାଚ ଆସି ହାଇଦ୍ରାବାଦରେ ପହଞ୍ଚିଛି। ଏକ ସ୍ୱତନ୍ତ୍ର ବିମାନରେ ସ୍ପୁଟନିକ ଭି ଟିକା ଆସି ଆଜି ସକାଳେ ହାଇଦ୍ରାବାଦର ସମଶାବାଦ୍ ଏୟାରପୋର୍ଟରେ ପହଞ୍ଚିଛି। ଟିକା ପହଞ୍ଚିବା ପରେ ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ନିକୋଲେ କୁଦାଶେ ଏନେଇ ସୂଚନା ଦେଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସମୟରେ ଫିଲ୍ମ କିମ୍ବା କୌଣସି ସିରିଏଲ ସୁଟିଂ ହୋଇପାରିବ ନାହିଁ। ସମସ୍ତ ପ୍ରକାର ଇନଡୋର୍, ଆଉଟଡୋର୍ ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦ୍ରୁତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି SRC ଏହି ନିର୍ଦ୍ଦେଶ ଦେଇଛନ୍ତି।ଏନେଇ ସମସ୍ତ ବିଭାଗକୁ ପଦକ୍ଷେପ ଗ୍ରହଣ ପାଇଁ SRC ନିର୍ଦ୍ଦେଶ...
ସାରା ବିଶ୍ୱ ପାଇଁ କରୋନା ମହାମାରୀ ସମ୍ପୂର୍ଣ୍ଣ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଏହାର ବିଭିନ୍ନ ଦିଗ ଓ ଭୂତାଣୁର ବିଭିନ୍ନ ବୈଶିଷ୍ଟ୍ୟ ବା ଗୁଣ ସଂପର୍କରେ ଜାଣିବାକୁ ଅହରହ ଗବେଷଣା ଚଳାଇଛନ୍ତି ଗବେଷକ। ଏ ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ।
ରାଜ୍ୟରେ ଥମିବାରେ ନା ନେଉ ନାହିଁ ସଂକ୍ରମଣ। ପୁଣି ଥରେ ଉପରମୁହାଁ ରହିଛି କରୋନା ଗ୍ରାଫ୍। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ଦେଶରେ କମୁଛି, ହେଲେ ରାଜ୍ୟରେ ଥମୁନି କରୋନା ସଂକ୍ରମଣ। କରୋନା ଦ୍ୱିତୀୟ ଲହର ଢେଉ ଭଳି ମାଡ଼ି ଆସିବା ପରେ ଲକଡାଉନ୍ ଷ୍ଟ୍ରାଟେଜି ପାଇଁ ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ଅଧିକ ପ୍ରଭାବିତ ରାଜ୍ୟରେ ଖସୁଛି ସଂକ୍ରମଣ ହାର
ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହେଉଛି ସାମୁଦ୍ରିକ ଝଡ଼ ତାଉତୋ। ଘଣ୍ଟା ପ୍ରତି ଏବେ ୯ କିଲୋମିଟର ବେଗରରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ଏହି ବାତ୍ୟା ଗୋଆର ପାଣାଜୀ ଠାରୁ ୧୫୦ କିଲୋମିଟର ଏବଂ ମୁମ୍ବାଇ ଉପକୂଳରୁ ୪୯୦ କିଲୋମିଟର ଏବଂ ଗୁଜରାଟର ବୀରବଲ...
ଏଣିକି ଡୋରଷ୍ଟେପରେ ମିଳିବ ଟିକାକରଣ ସହ ଟେଷ୍ଟିଂ ସୁବିଧା। ଅର୍ଥାତ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗକୁ ଘରୁ ନେଇ ଟିକା ଦିଆଯିବ ଏବଂ ଘରେ ଆଣି ଛଡ଼ାଯିବ। ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତିା
୨ ଦିନିଆ ସପ୍ତାହାନ୍ତ ସଟଡାଉନ୍ର ଶେଷ ଦିନ। ଆଜି ରବିବାର ତେଣୁ ଆଜି ସରିବ ସପ୍ତାହାନ୍ତ ସଟଡାଉନ୍। ରାଜ୍ୟରେ ଦୈନିକ ବଢିଚାଲିଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟଡାଉନ୍ କରାଯାଇଛି
ଏପଟେ ବଜାର ଖାଁ ଖାଁ, ସେପଟେ କ୍ଷେତରେ ଲୋଟୁଛି କଞ୍ଚା ପରିବା। ଲକଡାଉନ୍ ପାଇଁ ବେପାର ନଥିବାରୁ ଟେନସନରେ ଅଛନ୍ତି ଚାଷୀ ଆଉ ବ୍ୟବସାୟୀ। କରୋନାର ଦ୍ୱିତୀୟ ଲହର ବ୍ୟାପିବା ଓ ରାଜ୍ୟରେ ଲକଡାଉନ୍ ଘୋଷଣା ପରେ ପରିବା ଚାଷର ପ୍ରମୁଖ ଅଞ୍ଚଳ କଟକ ଜିଲ୍ଲା ବାଙ୍କୀରେ ବି...
ମଶାଣୀ ସାରା କେଉଁଠି ମଣିଷ ମୁଣ୍ଡର ଖପୁରୀ ଗଡୁଛି ତ କେଉଁଠି ଅଧାପୋଡ଼ା କଙ୍କାଳ ଦେଖିବାକୁ ମିଳିଛି। ଜାଗା ଜାଗାରେ ପଡ଼ି ରହିଛି ଦରପୋଡ଼ା ଶବ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରର ବିଜାଖମନ ନିକଟ ଶ୍ମଶାନରେ।
ମେ ମାସ ଦେଖାଉଛି କରୋନାର ଉଗ୍ର ରୂପ। ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ମହାମାରୀ ନେଇଛି ୨୨ ଜୀବନ। ଖୋର୍ଦ୍ଧା ଜିଲ୍ଲା ଖାସ୍ କରି ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ସବୁଠୁ...