ମହାମାରୀ କରୋନା କୋପରେ ସବୁଠି ଭୟର ବାତାବରଣ। ଏଭଳି ପରିସ୍ଥିତିରେ ଡାକ୍ତର, ନର୍ସ, ସାମ୍ବାଦିକ, ପୋଲିସଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ରୀତିମତ ଲଢ଼େଇ କରି ଆସୁଛନ୍ତି।
ଆଉ ଦୁଇ ଦିନ ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ ଦେଖିବାକୁ ମିଳିଛି
ଆପଣ ଏସବିଆରରେ ଆକାଉଂଟ୍ ରଖିଛନ୍ତି କି? ଯଦି ହଁ ତେବେ, ଏହି ସୂଚନା ଆପଣଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନଚେତ୍ ଆପଣଙ୍କ ଆକାଉଂଟ୍ ବନ୍ଦ ହୋଇପାରେ। ବ୍ୟାଙ୍କ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆପଣ ଯଦି ଜୁନ୍ ୩୦ ସୁଦ୍ଧା ନିଜର ପାନ୍ କାର୍ଡକୁ ଆଧାର ସହ...
ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍। ଦେଶରେ ୨୪ ଘଣ୍ଟାରେ ପୁଣି ୨ ହଜାର ୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩୧ ହଜାର ୮୯୫କୁ ବୃଦ୍ଧି ପାଇଛି। ଦେଶରେ ଆଜି ଆଉ ୧ ଲକ୍ଷ ୨୭ ହଜାର ୫୧୦ ସଂକ୍ରମିତ ଚିହ୍ନଟ...
ଟେନ୍ସନ୍ ଦେଉଛି କରୋନା। ଦେଶରେ ସଂକ୍ରମଣର ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନା ନେଉନାହିଁ। ଗତ ୪ ଦିନ ହେବ ଦେଶରେ ୨ ଲକ୍ଷ ମଧ୍ୟରେ ରହୁଛି ସଂକ୍ରମଣ। ଆଉ ଲଗାତାର ୧୮ ଦିନ ହେବ ସଂକ୍ରମଣ କମିବାରେ ଲାଗିଛି।
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। କହିଲେ, ସରକାରଙ୍କୁ ସମାଲୋଚନା କରିବା ଅର୍ଥ ନୁହେଁ ଦେଶଦ୍ରୋହ। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମର ସ୍ୱାଧୀନତା ପରିପ୍ରେକ୍ଷୀରେ ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି କୋର୍ଟ
ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ତୃତୀୟ ପର୍ଯ୍ୟାୟ ଲକଡାଉନ୍। ତେବେ କଟକଣା ସାମାନ୍ୟ କୋହଳ କରାଯାଇଥିବା ୩ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼କୁ ରଖାଯିବା ନେଇ ଉଠିଛି ପ୍ରଶ୍ନ। କାରଣ ମେ ଶେଷ ସପ୍ତାହରେ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୧୧.୦୫ ପ୍ରତିଶତ ରହିଛି
କରୋନା କାଳରେ ଜୀବିକାକୁ ନେଇ ସଂଘର୍ଷ କରୁଥିବା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଦେଲାଣି ପେଟ୍ରୋଲର ମହଙ୍ଗା ମାଡ଼। ଲଗାତାର ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଶତକ ମାରୁଛି ପେଟ୍ରୋଲ୍।
କରୋନା କାଳରେ ଖାଲି ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ବି ହେଉଛି। ସ୍ଥିତି ଏମିତି ହେଉଛି ଯେ, ଅଣଲେଉଟା ଯାତ୍ରାରେ ଯାଉଥିବା ଆତ୍ମୀୟଙ୍କୁ ଶେଷ ବିଦାୟ ଜଣାଇବାକୁ ବି ଯାଉନାହାଁନ୍ତି ପ୍ରିୟ ପରିଜନ
ସିବିଏସ୍ଇ ଏବଂ CISCEର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ ଆବେଦନ ଉପରେ ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ଶୁଣାଣି ଆସନ୍ତା ୩ ତାରିଖକୁ ଘୁଞ୍ଚିଲା। ୨୦୨୧ର ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ ନା ନାହିଁ ଏହି ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଥାନ୍ତେ।
ବିବାଦ ଭିତରେ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟୟ। ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ଆଲପନ। ଆଜି ସେ ନିଜ ଅବସର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି
ଗୋଟିଏ ପଟେ ଦେଶରେ ଟିକାକୁ ନେଇ ବିବାଦ ଦେଖାଯାଉଛି। ସଠିକ୍ ସମୟରେ ଟିକା ମିଳୁନଥିବା କଥା ସାମ୍ନାକୁ ମଧ୍ୟ ଆସିଛି। ତେବେ ଏହାରି ମଧ୍ୟରେ କୋଭିସିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି।
ଥମିବାରେ ନା ନେଉନାହିଁ ମୋଦି-ଦିଦି ବିବାଦ। ଦିନକୁ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍ ଜୋରସୋରରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ବାତ୍ୟା ୟାସ୍ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି।
ପୁଅଟିଏ ପାଇବା ପାଇଁ ମା କରିଥାଏ ଅନେକ ଓଷା ବ୍ରତ , ଜୀବନର ଶେଷ ସମୟରେ ବାପ ମା ଙ୍କର ପୁଅ ହୋଇଥାଏ ସାହା। ଆଉ ବୟସର ଅପରାହ୍ନରେ ଯେତେବେଳେ ପୁଅମାନେ ନପଚାରନ୍ତି ସେତେବେଳେ ଅନେକ ଦୁଃଖ ଯନ୍ତ୍ରଣାରେ କଟିଥାଏ ଦିନ
ମହାମାରୀର ମୁଠାରେ ଏବେ ସାରା ବିଶ୍ୱ ଥିବାବେଳେ ଏକଦା ଅପହଞ୍ଚ ଓ ଅପପୁଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ନଗଡାରେ କିନ୍ତୁ ସ୍ଥିତି ଭିନ୍ନ ରହିଛି। ଏଠି ଲୋକ କରୋନାକୁ ନେଇ ବେଫିକର
ଆଜିଠୁ ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଛି। ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି। ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ। ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି
ଜୁନ୍ ୧ ବଦଳରେ ଜୁନ୍ ୩ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ। ଚଳିତ ବର୍ଷ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁଇ ଦିନ ବିଳମ୍ବରେ କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ
କରୋନାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବେ ମେଡିକାଲ୍ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର
ରାଜ୍ୟରେ ବାରମ୍ବାର ବାତ୍ୟା ଆସି ବିଜୁଳି ଭିତ୍ତିଭୂମିକୁ ଉଜାଡ଼ି ଦେଉଥିବାରୁ ଏବେ ଏହାର ସ୍ଥାୟୀ ପ୍ରତିକାର ଉପରେ ସରକାରଙ୍କ ଫୋକସ୍ ରହିଛି। ଏ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ୍। ୟା ପାଇଁ ପ୍ରସ୍ତୁତ ହୋଇଛି ୪୦ ହଜାର କୋଟି ଟଙ୍କାର...
ରାଜ୍ୟରେ ଦ୍ୱିତୀୟ ଲହରର କୋପ ଥମୁ ଥିବାର ସଂକେତ। ଏନେଇ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ କହିଛନ୍ତି ଗତ ତିନି ସପ୍ତାହ ଧରି ରାଜ୍ୟରେ କରୋନା ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ କମୁଛି। ମେ ଦ୍ୱିତୀୟ ସପ୍ତାହରେ ୨୨ ପ୍ରତିଶତରେ ଥିବା ଟିପିଆର୍ ଏବେ ୧୪...