/odishatv-khabar/media/post_attachments/uploadimage/library/16_9/16_9_0/s_1702609479.jpg)
Actor Shreyas Talpade suffers heart attack
ବଲିଉଡ୍ ଅଭିନେତା ଶ୍ରେୟସ୍ ତଲ୍ପଡେ ଅସୁସ୍ଥ ଥିବା ସୂଚନା ମିଳିଛି । ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ର ସୁଟିଂ ବେଳେ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ସୁଟିଂ ସରିବା ପରେ ୪୭ ବର୍ଷୀୟ ଶ୍ରେୟସ୍ଙ୍କୁ ହାର୍ଟ ଆଟାକ୍ ହୋଇଥିଲା ।
ଏହାପରେ ଅଚାନକ୍ ତଳେ ପଡ଼ି ଶ୍ରେୟସ୍ ବେହୋସ୍ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଅନ୍ଧେରୀ ୱେଷ୍ଟର ବେଲଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।
ଖାଲି ହିନ୍ଦୀ ସିନେମା ନୁହେଁ ମରାଠୀ ସିନେମାରେ ମଧ୍ୟ ଶ୍ରେୟସ୍ ତଲ୍ପଡେ ଅଭିନୟ କରିଛନ୍ତି । ୨୦୦୫ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଇକ୍ବାଲ୍’ରେ ଅଭିନୟ କରି ସେ ପ୍ରସିଦ୍ଧ ହୋଇଥିଲେ । ଏହାବ୍ୟତୀତ ସେ ଅନେକ ବକ୍ସ ଅଫିସ୍ରେ ହିଟ୍ ହୋଇଥିବା ଫିଲ୍ମ- ‘ଓମ୍ ଶାନ୍ତି ଓମ୍, ଗୋଲମାଲ୍ ରିଟର୍ଣ୍ଣସ୍, ହାଉସ୍ଫୁଲ୍ ୨’ ଇତ୍ୟାଦିରେ ଅଭିନୟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)