Advertisment

ଇତିହାସ ରଚିଲା SpaceX Inspiration ମିଶନ୍ : ସାଧାରଣ ଲୋକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ଫେରିଲା

ତିନି ଦିନ ଧରି ପୃଥିବୀ ପରିକ୍ରମା କରିବା ପରେ ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶ ଯାନରେ ଥିବା ଚାରି ୪ ମହାକାଶଚାରୀ ଆମେରିକାର ଫ୍ଲୋରିଡା ଉପକୂଳବର୍ତ୍ତୀ ଆଟଲାଣ୍ଟିକ୍ ମହାସାଗରରେ ନିରାପଦ ଭାବରେ ଅବତରଣ କରିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
SpaceX

SpaceX

ନୂଆଦିଲ୍ଲୀ : ଇତିହାସ ରଚିଲା ସ୍ପେସ୍ ଏକ୍ସ । ସାଧାରଣ ନାଗରିକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ପୃଥିବୀ ପୃଷ୍ଠକୁ ପୁଣିଥରେ ଫେରିଛି ଡ୍ରାଗନ୍ କ୍ୟାପସୁଲ୍ ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ଯାନ । ପୃଥିବୀର ପରିକ୍ରମା କରିବା ପାଇଁ 'ସ୍ପେସ୍ ଏକ୍ସ' ଏକ ବିମାନରେ ୪ ଜଣ ଆମେରୀକିୟ ନାଗରିକଙ୍କୁ ମହାକାଶକୁ ପଠାଇଥିଲା । ୩ ଦିନ ଧରି ପୃଥିବୀର ପରିକ୍ରମା କରିବା ପରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛି । ଫ୍ଲୋରିଡ଼ା ଉପକୂଳରେ ଆଟଲାଣ୍ଟିକ୍ ମହାସାଗରରେ ଏହା ଅବତରଣ କରିଛି । ଗତ ତିନି ଦିନ ଧରି ପୃଥିବୀ ପରିକ୍ରମା କରିବା ପରେ ଏବେ ସେମାନେ ନିରାପଦରେ ପୃଥିବୀକୁ ଫେରିଛନ୍ତି ।

Advertisment

ସେମାନେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଉଡାଣ ଭରିଥିବା ସ୍ପେସ୍ ଏକ୍ସ୍‌ର କ୍ରୁ ଡ୍ରାଗନ୍ ରକେଟକୁ ମଧ୍ୟ ସମୁଦ୍ରରେ ଅବତରଣ କରାଯାଇଛି ।ସ୍ଥାନୀୟ ସମୟ ଅନୁଯାୟୀ ସଂଧ୍ୟା ୭ଟାରେ ଏହା ସମୁଦ୍ରରେ ଅବତରଣ କରିଥିଲା, ଯାହାର ଦୃଶ୍ୟ ସ୍ପେସ୍ ଏକ୍ସ ପକ୍ଷରୁ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଟେଲିକାଷ୍ଟ ହୋଇଛି । ଏଲୋନ ମସ୍କଙ୍କ ସ୍ପେସ୍-ଏକ୍ସ କଂପାନି ଅନ୍ତରୀକ୍ଷକୁ ୪ ଜଣ ସାଧାରଣ ଲୋକଙ୍କୁ ପଠାଇଥିଲା । ସ୍ପେସ୍ ଏକ୍ସର ଡ୍ରାଗନ୍ SpaceX Inspiration -୪ରେ ୪ ମହାକାଶ ଯାତ୍ରୀ ଥିଲେ, ଆଉ ସବୁଠାରୁ ବଡ଼ କଥା ସମସ୍ତ ୪ ଜଣ ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତି । ମହାକାଶକୁ ସାଧାରଣ ଲୋକ ଯାଇ ୩ ଦିନ ଧରି ପୃଥିବୀ ପରିକ୍ରମା କରି ଫେରିବାରେ ସାରା ଦୁନିଆରେ ଏହା ପ୍ରଥମ ଘଟଣା ।

ସ୍ପେସ୍ ଏକ୍ସ ରିପୋର୍ଟ ଅନୁଯାୟୀ, 'ତିନି ଦିନ ଧରି ପୃଥିବୀ ପରିକ୍ରମା କରିବା ପରେ, ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶଯାନରେ ଥିବା ଚାରିଜଣ ସାଧାରଣ ନାଗରିକ ଆମେରିକାର ଫ୍ଲୋରିଡା ଉପକୂଳବର୍ତ୍ତୀ ଆଟଲାଣ୍ଟିକ୍ ମହାସାଗରରେ ନିରାପଦ ଭାବରେ ଅବତରଣ କରିଛନ୍ତି । ପ୍ରଥମ ଥର ପାଇଁ ପୃଥିବୀର କକ୍ଷପଥକୁ ବିଶ୍ୱର ପ୍ରଥମ ନାଗରିକ ମାନବ ସ୍ପେସ୍ ଫ୍ଲାଇଟ୍ ସମ୍ପୂର୍ଣ୍ଣ ହୋଇଛି । ' Inspiration 4 ର ଚାରିଜଣ ମହାକାଶଚାରୀ ପ୍ୟାରାଚ୍ୟୁଟ୍‌ ସାହାଯ୍ୟରେ ଶନିବାର ସକାଳ ୭ ଟାରେ ଆଟଲାଣ୍ଟିକ୍ ମହାସାଗରରେ ନିରାପଦରେ ଅବତରଣ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ସେପ୍ଟେମ୍ୱର ୧୬ ତାରିଖ ୫ଟା ୩୩ ରେ ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟର ଚାରି ଜଣ ସାଧାରଣ ଲୋକଙ୍କୁ ନେଇ ସ୍ପେସ୍ ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ ଫାଲକନ୍ – ୯ ରକେଟ ଦ୍ୱାରା ମହାକାଶକୁ ପଠାଯାଇଥିଲା । ବିଶ୍ୱରେ ପ୍ରଥମ ଥର ପାଇଁ ସାଧାରଣ ନାଗରିକଙ୍କୁ ନେଇ ଏହି ବିମାନଟି ପୃଥିବୀର କକ୍ଷକୁ ଯାଇଥିଲା । ତେବେ ପ୍ରଥମ ଥର ପାଇଁ ରକେଟରେ ଜଣେ ବି ମହାକାଶଚାରୀ ନଥିଲେ ।

SpaceX Mission
Advertisment
Advertisment