Space X | 4 Space Tourists Return to Earth After 3 Days in Orbit
ଇତିହାସ ରଚିଲା ସ୍ପେସ୍ ଏକ୍ସ । ସାଧାରଣ ନାଗରିକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ପୃଥିବୀ ପୃଷ୍ଠକୁ ପୁଣିଥରେ ଫେରିଛି ଡ୍ରାଗନ୍ କ୍ୟାପସୁଲ୍ ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ଯାନ । ପୃଥିବୀର ପରିକ୍ରମା କରିବା ପାଇଁ 'ସ୍ପେସ୍ ଏକ୍ସ' ଏକ ବିମାନରେ ୪ ଜଣ ଆମେରୀକିୟ ନାଗରିକଙ୍କୁ ମହାକାଶକୁ ପଠାଇଥିଲା । ୩ ଦିନ ଧରି ପୃଥିବୀର ପରିକ୍ରମା କରିବା ପରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛି । ଫ୍ଲୋରିଡ଼ା ଉପକୂଳରେ ଆଟଲାଣ୍ଟିକ୍ ମହାସାଗରରେ ଏହା ଅବତରଣ କରିଛି । ଗତ ତିନି ଦିନ ଧରି ପୃଥିବୀ ପରିକ୍ରମା କରିବା ପରେ ଏବେ ସେମାନେ ନିରାପଦରେ ପୃଥିବୀକୁ ଫେରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)