ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବିମାନଟି ଦକ୍ଷିଣପଶ୍ଚିମ ଚୀନରେ କ୍ରାଶ୍ ହୋଇଯାଇଛି। ବିମାନ ଦୁର୍ଘଟଣାଗ୍ରସ୍ତର କାରଣ ଜଣାପଡ଼ି ନାହିଁ।
ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ। ଧକ୍କା ହୋଇଥାନ୍ତା ୨ଟି ଉଡ଼ନ୍ତା ବିମାନ। ଆଉ ନିମିଷକେ ମଧ୍ୟରେ ଚାଲି ଯାଇଥାନ୍ତା ୪୦୦ରୁ ଅଧିକ ଜୀବନ।
ଘର ଉପରକୁ ଖସିପଡିଲା ଚଳନ୍ତା ବିମାନ । ଆମେରିକାର କାଲିଫର୍ନିଆରେ ଏହି ବଡ଼ ଦୁର୍ଘଟଣା ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ମଝି ଆକାଶରେ ବିମାନ ଦୁର୍ଘଟଣା । ସ୍କାଏଡାଇଭରଙ୍କୁ ନେଇକି ଯାଉଥିବା ସମୟରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଋଷ୍ରେ ଏଲ୍ ୪୧୦ ନାମକ ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ତାର ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।
ଇଟାଲିରେ ବଡ ଅଘଟଣ । ଦୁଇ ମହଲା କୋଠାରେ ଖସିପଡିଲା ଚଳନ୍ତା ବିମାନ । ଇଟାଲିର ମିଲାନ ସହରରେ ଏହି ଦୁର୍ଘଟଣା ହୋଇଛି । ରନୱେରେ ଅବତରଣ କରିବା ପୂର୍ବରୁ ଏକ ଛୋଟ ବିମାନଟି ମିଲାନର ଏକ ଦୁଇ ମହଲା ବିଶିଷ୍ଟ କୋଠାରେ ଖସିପଡିଥିଲା ।
ପ୍ଲେନ୍ ସହ ମୁହାଁମୁହିଁ ଧକ୍କା ହେଲା ହେଲିକପ୍ଟର । ଆମେରିକାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ଆମେରିକାର ଆରିଜୋନା ବିମାନବନ୍ଦରର ନିକଟସ୍ଥ ଆକାଶମାର୍ଗରେ ଏକ ବିମାନ ଏବଂ ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛି ।ଏହି ଦୁର୍ଘଟଣା ଫଳରେରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହେଲିକପ୍ଟରଟି ଛିଟ୍କି ଏକ ପଡିଆରେ ପଡିଯାଇଥିଲା ।
ଆମେରିକାର ଆଲାସ୍କାରେ ଖରାପ ପାଗ ଯୋଗୁଁ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଯାତ୍ରୀ ଥିବାବେଳେ ଜଣେ ପାଇଲଟ୍ ଅଛନ୍ତି। ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ଗୁରୁବାର ଦକ୍ଷିଣ ଆଲାସ୍କାରେ ଏକ ସାଇଟ୍ସିଙ୍ଗ ବିମାନ MH-60 ଜେହକ୍ ପର୍ଯ୍ୟଟକଙ୍କୁ ଦର୍ଶନୀୟ ସ୍ଥଳୀକୁ ନେଇ ଯାଉଥିଲା। ବିମାନଟି ଆକଶମାର୍ଗରେ ଥିବାବେଳେ ପାଗ ହଠାତ ଖରାପ ହୋଇଯାଇଥିଲା।