Advertisment

Bangladesh Plane Crash: ସ୍କୁଲ ଉପରେ ଖସିଲା ବିମାନ, ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଲା, କ୍ୟାମ୍ପସରେ ଥିଲେ ଅନେକ ପିଲା

ବାଂଲାଦେଶ ବାୟୁସେନାର ଟ୍ରେନିଂ ବେଳେ F-7 BGI ବିମାନ ଢାକାର ଏକ କଲେଜ ଉପରେ ଖସି ପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଇଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Plane crash

Plane crash

ବାଂଲାଦେଶ ବାୟୁସେନାର ଟ୍ରେନିଂ ବେଳେ ଏକ ବିମାନ ଢାକାର ଏକ କଲେଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଢାକାର ଉତ୍ତର ଉତ୍ତରା ଅଞ୍ଚଳରେ ସୋମବାର ଅପରାହ୍ନରେ ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ଏକ ସ୍କୁଲ କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅନ୍ୟମାନେ ଆହତ ହୋଇଥିବା ସୈନ୍ୟ ଓ ଅଗ୍ନିଶମ ଅଧିକାରୀ କହିଛନ୍ତି। କିନ୍ତୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

Advertisment

ବିମାନଟି ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜର କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବେଳେ ପିଲାମାନେ କ୍ୟାମ୍ପସରେ ଉପସ୍ଥିତ ଥିଲେ। ଟେଲିଭିଜନ ଫୁଟେଜରେ ଦୁର୍ଘଟଣା ସ୍ଥଳରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖାଯାଇଥିଲା।

ବାଂଲାଦେଶ ସେନାର ଜନସଂପର୍କ କାର୍ଯ୍ୟାଳୟ ଏକ ସଂକ୍ଷିପ୍ତ ବିବୃତିରେ ନିଶ୍ଚିତ କରିଛି ଯେ ଦୁର୍ଘଟଣାଗ୍ରସ୍ତ F-7 BGI ବିମାନଟି ବାୟୁସେନାର ଥିଲା। ଅଗ୍ନିଶମ ଅଧିକାରୀ ଲିମା ଖାନ କହିଛନ୍ତି ଯେ ଅନ୍ତତଃ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଚାରି ଜଣ ଆହତ ହୋଇଛନ୍ତି, ଯଦିଓ ସେ ଅଧିକ ବିବରଣୀ ପ୍ରଦାନ କରିନାହାନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆକାଶରେ ବିପଦ, ଏୟାର ଇଣ୍ଡିଆ ଦେଖିଛି ସର୍ବାଧିକ ବିମାନ ଦୁର୍ଘଟଣା

Bangladesh Dhaka Plane Crash
Advertisment
Advertisment