/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752418968.jpg)
Ahmedabad Plane Crash
ବିଶ୍ବାସ କୁମାର ରମେଶ । ଅହମଦାବାଦ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି । ସେ ଏବେ ବି ଟ୍ରମାରୁ ବାହାରି ପାରିନାହାନ୍ତି । ତାଙ୍କ ସଂପର୍କୀୟ ଭାଇ କହିଛନ୍ତି ବିଶ୍ବାସ ଏହି ଘଟଣାକୁ ଭୁଲିବା ପାଇଁ ମନସ୍ତତ୍ତ୍ବବିତଙ୍କ ସାହାଯ୍ୟ ନେଉଛନ୍ତି ।
ଜୁନ ୧୨ରେ ଏୟାର ଇଣ୍ଡିଆର ବିମାନ AI171 ଅମହମାବାଦ ଏୟାରପୋର୍ଟରୁ ଉଡାଣ ଭରିଥିଲା । ଏଥିରେ ପାଇଲଟ ଓ କ୍ରୁ ମେମ୍ବରଙ୍କ ସମେତ ୨୪୨ଜଣ ଯାତ୍ରୀ ଥିଲେ । କିଛି ସେକେଣ୍ଡ ପରେ ବିମାନଟି କ୍ରାସ୍ ହୋଇଯାଇଥିଲା ।
ପ୍ଲେନରେ ଥିବା ୨୪୧ଜଣଙ୍କ ମୃତ୍ୟୁ ଘଟିଥିଲା। ବିଶ୍ବାସ କୁମାର, ଯିଏ ସିଟ୍ 11A ରେ ବସିଥିଲେ, ଏକ ଚମତ୍କାର ଭାବେ ବଞ୍ଚିଥିଯାଇଥିଲେ । ତାଙ୍କ ବୟସ ୪୦ବର୍ଷ । ଏହି ଦୁର୍ଘଟଣାରେ ବିଶ୍ବାସଙ୍କ ଭାଇ ଅଜୟଙ୍କ ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ୪ ଜଣଙ୍କୁ ହତ୍ୟା, ଓକିଲଙ୍କୁ ମାରି ଫେରାର୍ ହୋଇଗଲେ
ସଂପର୍କୀୟ ଭାଇ କହିଛନ୍ତି ବିଶ୍ବାସ କାହା ସହ କଥା ହେଉ ନାହାନ୍ତି । ରାତିରେ ଠିକରେ ଶୋଇ ପାରୁନାହାନ୍ତି । ବିଦେଶରେ ରହୁଥିବା ସଂପର୍କୀୟ ମାନେ ଫୋନ କରୁଛନ୍ତି ବିଶ୍ବାସଙ୍କ କଥା ପଚାରିବା ପାଇଁ । କିନ୍ତୁ ବିଶ୍ବାସ କାହା ସହ କଥା ହେଉନାହାନ୍ତି ।
ନିଜ ଭାଇର ମୃତ୍ୟୁ ଆଘାତରୁ ବି ସେ ବାହାରି ପାରିନାହାନ୍ତି । ସେ ଏବେବି ଲଣ୍ଡନ ଫେରିବା କଥା ଭାବିନାହାନ୍ତି । ତାଙ୍କର ଏବେ ଚିକିତ୍ସା ଚାଲିଛି ।
୧୭ ଜୁନରେ ବିଶ୍ବାସଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା । ଡିଏନଏ ମ୍ୟାଚ କରିବା ପରେ ସେହି ଦିନ ତାଙ୍କ ଭାଇଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
୨ଭାଇ ପରିବାର ଲୋକଙ୍କୁ ଭେଟି ଲଣ୍ଡନ ଫେରୁଥିଲେ । କିନ୍ତୁ ବିମାନ ଦୁର୍ଘଟଣା ସବୁ କିଛି ବଦଳାଇଦେଲା । ହସପିଟାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବାସ କୁମାରଙ୍କୁ ଭେଟିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)